ଆମ କାର୍ଯ୍ୟସ୍ଥଳର ସମ୍ବନ୍ଧ ସିଧାସଳଖ ଶନି ଭଗବାନଙ୍କ ସହ ଥାଏ। କୁହାଯାଏ, ଶନି ଦଶା ପଡ଼ିଲେ କାର୍ଯ୍ୟସ୍ଥଳରେ ନାନା ସମସ୍ୟା ଉପୁଜେ। ଯେପରିକି ଭଲ କାମ କଲେ ବି ପ୍ରଶଂସା ମିଳେ ନାହିଁ, କାମରେ ମନ ଲାଗେ ନାହିଁ ଓ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହେ ନାହିଁ ଇତ୍ୟାଦି। ବୁଧ ଗ୍ରହ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। କାରଣ ବୁଧ ଗ୍ରହର ଉପସ୍ଥିତି ସାହାଯ୍ୟରେ ବ୍ୟକ୍ତି କାର୍ଯ୍ୟସ୍ଥଳର ମାହୋଲ ସହ ନିଜକୁ ଖାପ ଖୁଆଇବାରେ ସମର୍ଥ ହୁଏ। ସାଧାରଣତଃ ରାହୁ ଓ କେତୁ କାର୍ଯ୍ୟସ୍ଥଳରେ ସମସ୍ୟା ସୃଷ୍ଟି କରିଥା’ନ୍ତି। ତେବେ ଆଜି ଆମେ କିଛି ଉପାୟ ବତାଇବୁ ଯାହାକୁ ପ୍ରୟୋଗ କରି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।
୧) ଅଫିସେରେ କିଭଳି ସବୁ ଭଲରେ ହେବ?
- ନିୟମିତ ସକାଳ ଓ ସନ୍ଧ୍ୟାରେ ଶନିଙ୍କ ମନ୍ତ୍ର ଜପ କରନ୍ତୁ।
- ହାତରେ ଏକ ଲୁହାର ମୁଦି ପରିଧାନ କରନ୍ତୁ।
- କାମ କରୁଥିବା ସ୍ଥାନରେ ଏକ ଛୋଟିଆ ଧଳା ମାର୍ବଲ ଖଣ୍ଡ ରଖନ୍ତୁ।
- ଆଖି ଆଗରେ ରଙ୍ଗ ବେରଙ୍ଗ ଫୁଲର ଚିତ୍ର ଲଗାନ୍ତୁ।
୨) ସହକର୍ମୀଙ୍କ ସହ ସମସ୍ୟା ଅଛି କି?
- ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
- ସ୍ନାନ କରିବା ପରେ ହାଲକା ସୁଗନ୍ଧ ଲଗାନ୍ତୁ।
- ଅଫିସ୍ ଯିବା ପୂର୍ବରୁ ଗୁଡ଼ ଖାଇ ଯାଆନ୍ତୁ।
- ପ୍ରତି ମଙ୍ଗଳବାର ହନୁମାନଙ୍କୁ ଦର୍ଶନ କରନ୍ତୁ।
- ଯେଉଁଠି ବସି କାମ କରନ୍ତି, ସେଠି ଏକ ନାଲି ରଙ୍ଗର ଫୁଲ ରଖନ୍ତୁ।
୩) କାର୍ଯ୍ୟର ପ୍ରଶଂସା ମିଳୁନାହିଁ?
- ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
- ହାତରେ ଏକ ତମ୍ବାର ମୁଦି ପିନ୍ଧନ୍ତୁ।
- କାମ କରୁଥିବା ସ୍ଥାନରେ ସୂର୍ଯ୍ୟ ଉଦୟର ଏକ ଫଟୋ ଲଗାନ୍ତୁ।
- ନିଜର କଲମ କାହାକୁ ଦିଅନ୍ତୁ ନାହିଁ।
୪) ଅଫିସ୍ ମାହୋଲ ସହ ଖାପ ଖୁଆଇବା କଷ୍ଟ ହେଉଛି?
- ପ୍ରତିଦିନ ସ୍ନାନ କରି ଅଫିସ୍ ଯା’ନ୍ତୁ।
- ସବୁଦିନ ‘ଓମ୍ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
- ମୁଣ୍ଡରେ ଚନ୍ଦନ ଲଗାନ୍ତୁ କିମ୍ବା ଚନ୍ଦନ ସୁଗନ୍ଧ ଭରା ଦ୍ରବ୍ୟ ବ୍ୟବହାର କରନ୍ତୁ।
- ମୁକ୍ତାର କୌଣସି ଏକ ରତ୍ନ ଧାରଣ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।