ଏଥିପାଇଁ ହଳଦିଆ ରଙ୍ଗକୁ ଶୁଭ କୁହାଯାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜ୍ୟୋତିଷ ଶାସ୍ତ୍ରରେ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ହଳଦିଆ ରଙ୍ଗର ସମ୍ପର୍କ ଦେବଗୁରୁ ବୃହସ୍ପତିଙ୍କ ସହ ରହିଛି। ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କର ଏହି ରଙ୍ଗ ପ୍ରତି ମଧ୍ୟ ଖୁବ୍‌ ଆକର୍ଷଣ ରହିଛି। ଏବେ ଆସନ୍ତୁ, ହଳଦିଆ ରଙ୍ଗର ମହତ୍ତ୍ୱ, ପ୍ରଭାବ ଓ ବ୍ୟବହାର ସମ୍ପର୍କରେ ଜାଣିବା। ହଳଦିଆ ରଙ୍ଗ ଶରୀରର ପାଚନ ତନ୍ତ୍ର, ରକ୍ତ ସଞ୍ଚାର ଓ ଚକ୍ଷୁକୁ ସିଧାସଳଖ ପ୍ରଭାବିତ କରିଥାଏ। ଏହି ରଙ୍ଗ ଦ୍ୱାରା ମନର ଭାବନାରେ […]

yellow

Puspanjali Panda
  • Published: Tuesday, 22 January 2019
  • , Updated: 22 January 2019, 07:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜ୍ୟୋତିଷ ଶାସ୍ତ୍ରରେ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ହଳଦିଆ ରଙ୍ଗର ସମ୍ପର୍କ ଦେବଗୁରୁ ବୃହସ୍ପତିଙ୍କ ସହ ରହିଛି। ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କର ଏହି ରଙ୍ଗ ପ୍ରତି ମଧ୍ୟ ଖୁବ୍‌ ଆକର୍ଷଣ ରହିଛି।

ଏବେ ଆସନ୍ତୁ, ହଳଦିଆ ରଙ୍ଗର ମହତ୍ତ୍ୱ, ପ୍ରଭାବ ଓ ବ୍ୟବହାର ସମ୍ପର୍କରେ ଜାଣିବା।

ହଳଦିଆ ରଙ୍ଗ ଶରୀରର ପାଚନ ତନ୍ତ୍ର, ରକ୍ତ ସଞ୍ଚାର ଓ ଚକ୍ଷୁକୁ ସିଧାସଳଖ ପ୍ରଭାବିତ କରିଥାଏ। ଏହି ରଙ୍ଗ ଦ୍ୱାରା ମନର ଭାବନାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଶାସ୍ତ୍ର ଅନୁସାରେ, ଦଳଦିଆ ବୃହସ୍ପତିଙ୍କ ମୁଖ୍ୟ ରଙ୍ଗ ଅଟେ।

ହଳଦିଆ ରଙ୍ଗର ଶକ୍ତି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହଳଦିଆ ରଙ୍ଗ ଜୀବନରେ ଶୁଭ୍ରତା ଆଣିଥାଏ। ମନରେ ଉତ୍ସାହ ସୃଷ୍ଟି କରିବା ସହ ନକାରାତ୍ମକ ଚିନ୍ତାଧାରାକୁ ଏହି ରଙ୍ଗ ଦୂର କରି ଦେଇଥାଏ। ଏହି ରଙ୍ଗର ବ୍ୟବହାର ଦ୍ୱାରା ଜ୍ଞାନ ବୃଦ୍ଧି ହେବା ସହ ମନରୁ ଖରାପ ଚିନ୍ତନ ବା କୁବିଚାର ମଧ୍ୟ ଦୂର ହୋଇଥାଏ। ଅନ୍ୟର ଖରାପ ନଜରରୁ ମଧ୍ୟ ଏହି ରଙ୍ଗ ମନ ଓ ଶରୀରକୁ ସୁରକ୍ଷା ଦେଇଥାଏ।

ହଳଦିଆ ରଙ୍ଗର ବ୍ୟବହାର: ହଳଦିଆ ରଙ୍ଗକୁ ପୂଜା ସ୍ଥାନ ଓ ପଢ଼ା ଘରେ ବ୍ୟବହାର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। ଘରର ବାହାର କାନ୍ଥରେ ହଳଦିଆ ରଙ୍ଗ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ। ଏହା ସହ ନକାରାତ୍ମକ ଶକ୍ତି ଠାରୁ ସୁରକ୍ଷା ପାଇବା ପାଇଁ ହଳଦିଆ ରଙ୍ଗର ରୁମାଲ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହ ସହ ହଳଦିର ଟିକା ଲଗାଇବା ଦ୍ୱାରା ମନ ଶାନ୍ତ ଓ ଶୁଦ୍ଧ ରହିଥାଏ।

ହଳଦିଆ ରଙ୍ଗ ବ୍ୟବହାର ସମୟରେ ଧ୍ୟାନ ଦିଅନ୍ତୁ: ହଳଦିଆ ରଙ୍ଗର ଅଧିକ ବ୍ୟବହାର ଦ୍ୱାରା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହା ଆଖି ଓ ମୁଣ୍ଡଜନିତ ସମସ୍ୟା ସୃଷ୍ଟି କରିପାରେ। ଏହା ସହ କୁହାଯାଏ ଯେ ହଳଦିଆ ରଙ୍ଗର ବ୍ୟବହାର ଦ୍ୱାରା ବେଳେ ବେଳେ ମନରେ ଅହଂଭାବ ସୃଷ୍ଟି ହୋଇଥାଏ। ଏହାସହ ଏହି ରଙ୍ଗ ନିଦ୍ରାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ।

Related story