ରାତିରେ ଶୋଇବାବେଳେ ତକିଆ ତଳେ ରଖନ୍ତୁ ଏହି ଜିନିଷ, ଭାଗ୍ୟ ବଦଳିଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଆମ ଜୀବନରେ ଲଗାତାର ଭାବେ କିଛି ସମସ୍ୟା ଆସିଥାଏ, ଯାହାର ମୁଖ୍ୟ କାରଣ ମଧ୍ୟ ଆମକୁ ଜଣାପଡ଼େ ନାହିଁ। ଆଉ ଯେତେ ଚେଷ୍ଟା କଲେ ମଧ୍ୟ ସେ ସମସ୍ୟା ଦୂର ହୁଏ ନାହିଁ ବରଂ ବଢ଼ିଚାଲେ। ଏପରି କ୍ଷେତ୍ରରେ ଆପଣ ବାସ୍ତୁଶାସ୍ତ୍ରର ସାହାରା ନେଇପାରିବେ। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବତାଇବୁ ଯାହାକୁ ଆପଣ ରାତିରେ ଶୋଇବାବେଳେ ଆପଣାଇଲେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ।

୧) କୁହାଯାଏ ଯେ ରାତିରେ ଶୋଇବାବେଳେ ତକିଆ ତଳେ ଗୀତା କିମ୍ବା ସୁନ୍ଦରାକାଣ୍ଡ ରଖି ଶୋଇଲେ ଭଲ ନିଦ ହୁଏ। ଏହାଦ୍ୱାରା ଆପଣ ନିଜ କାର୍ଯ୍ୟରେ ପ୍ରଗତି କରିବେ ଓ କର୍ମ କ୍ଷେତ୍ରରେ ସଫଳତା ପାଇବେ।

୨) ବାସ୍ତୁଶାସ୍ତ୍ର ଅନୁଯାୟୀ ତକିଆ ତଳେ ମୂଳା ରଖି ରାତିରେ ଶୋଇଲେ ଓ ଏହାକୁ ପରଦିନ ସକାଳେ ଶିବଲିଙ୍ଗ ଉପରେ ଚଢ଼ାଇଲେ ରାହୁ ଦୋଷ ଦୂର ହୋଇଥାଏ।

୩) ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହୁନାହିଁ ତେବେ ପ୍ରତି ମଙ୍ଗଳବାର ରାତିରେ କିଛି ମୁଗଡାଲିକୁ ଏକ ନୀଳ ରଙ୍ଗର କପଡ଼ାରେ ବାନ୍ଧି ତକିଆ ତଳେ ରଖନ୍ତୁ। ପରଦିନ ଏହି କପଡ଼ାକୁ କୌଣସି ଝିଅଙ୍କୁ ଦାନ କରିଦିଅନ୍ତୁ କିମ୍ବା ପାଖରେ ଥିବା ଦୁର୍ଗା ମନ୍ଦିରରେ ରଖିଦିଅନ୍ତୁ। ଦେଖିବେ ଏହି ଉପାୟ କରିବା ପରେ କେମିତି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହେବ ଓ ଆୟ ମଧ୍ୟ ବଢ଼ିବ।

୪) ରାତିରେ ଶୋଇବା ପରେ ତମ୍ବା ବାସନରେ ପାଣି ରଖି ଶୁଅନ୍ତୁ। ପରଦିନ ସକାଳେ ଉଠି ସେହି ପାଣିରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ଆପଣଙ୍କ ଦିନଟି ଭଲରେ କଟିବ ଓ ସମସ୍ତ କାମ ସୁରୁଖୁରୁରେ ହୋଇଯିବ।

୫) କୁଣ୍ଡଳୀରେ ଗୁରୁ ଦୋଷ ଭୋଗୁଥିଲେ ତକିଆ ତଳେ ଏକ କପଡ଼ାରେ ଗୋଟା ହଳଦୀକୁ ବାନ୍ଧି ରଖିଦିଅନ୍ତୁ। ହଳଦୀ ଗୁରୁଦୋଷ ପ୍ରଭାବ ଦୂର କରିବାରେ ସହାୟକ ହୋଇଥାଏ।