୨୨ ମେ’, ଶୁକ୍ରବାର: କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିପାରେ

ମେଷ- ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। ଶିକ୍ଷାର୍ଥୀମାନେ ଉଚ୍ଚ ଶିକ୍ଷା ସ୍ୱପ୍ନକୁ ସାର୍ଥକ କରିବେ। କାହାକୁ ସହଯୋଗ କରିବା ପାଇଁ ହାତ ବଢ଼େଇପାରନ୍ତି। ବୃଷ- ସାମାଜରେ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ପୁରାତନ ରୋଗର ପ୍ରକୋପ କମିଯିବ। ଫଳରେ ମନଶାନ୍ତ ରହିବ। ମିଥୁନ- ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଯୋଜନା ମୁତାବକ କାମ କଲେ କୌଣସ ଅସୁବିଧା ହେବନାହିଁ। କର୍କଟ- ସାମ୍ବାଦିକମାନେ […]

rashi5

Jitendra Garnayak
  • Published: Friday, 22 May 2020
  • , Updated: 22 May 2020, 08:57 AM IST

ମେଷ- ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। ଶିକ୍ଷାର୍ଥୀମାନେ ଉଚ୍ଚ ଶିକ୍ଷା ସ୍ୱପ୍ନକୁ ସାର୍ଥକ କରିବେ। କାହାକୁ ସହଯୋଗ କରିବା ପାଇଁ ହାତ ବଢ଼େଇପାରନ୍ତି।

ବୃଷ- ସାମାଜରେ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ପୁରାତନ ରୋଗର ପ୍ରକୋପ କମିଯିବ। ଫଳରେ ମନଶାନ୍ତ ରହିବ।

ମିଥୁନ- ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଯୋଜନା ମୁତାବକ କାମ କଲେ କୌଣସ ଅସୁବିଧା ହେବନାହିଁ।

କର୍କଟ- ସାମ୍ବାଦିକମାନେ ପ୍ରଶଂସିତ ହେବେ। ଧନର ଆଗମନ ହେବ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ।

ସିଂହ- ସାମାଜିକ ସ୍ତରରେ କମ୍‌ ପରିଶ୍ରମରେ ଆଶାଜନକ ଫଳ ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଘଟିବ।

କନ୍ୟା- ସମସ୍ତେ ଆଦର କରିବେ। ଆତ୍ମବିଶ୍ୱାସ ବଢ଼ିବ। ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧାକୁ ଅତିକ୍ରମ କରିପାରିବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ।

ତୁଳା- ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଉଚ୍ଚ ଶିକ୍ଷା ପାଇଁ ଅଧ୍ୟୟନ ଜାରି ରହିବ। ଶାରୀରିକ ଓ ମାନସିକ କଷ୍ଟ ଅନୁଭବ କରିବେ।

ବିଛା- କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିପାରେ। ପ୍ରଶାସନ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ କରନ୍ତୁ।

ଧନୁ- ସାମାଜରେ ପ୍ରତିଷ୍ଠା ବଢ଼ିବ। ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ଖଟାଇ ବିଜୟୀ ହେବେ। ତଥାପି ମନରେ ଭୟ ଓ ଆଶଙ୍କା ରହିବ। ଶାରୀରିକ ଅସୁସ୍ଥତା ଦେଖାଦେବ।

ମକର- ସନ୍ତାନଙ୍କର ଉନ୍ନତିରେ ଆନନ୍ଦିତ ହେବେ। ସରକାରୀ ସାହାଯ୍ୟ ସହଯୋଗକୁ ହାତଛଡ଼ା କରିବେ ନାହିଁ। କୌଣସି ଭୁଲ କାମ କରି ଅନୁତାପ କରିପାରନ୍ତି।

କୁମ୍ଭ- ପିଲାମାନଙ୍କ ପାଠପଢ଼ା ନେଇ ଥିବା ଚିନ୍ତା ଦୂର ହୋଇଯିବ। ଅପେକ୍ଷା କରିଥିବା କାମକୁ ନେଇ ଶୁଭ ସୂଚନା ମିଳିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ମୀନ- ଅଟକିଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ସହାୟତାରେ ପୂରା ହୋଇଯିବ। ଧନ ଲାଭ ହେବ । କାର୍ଯ୍ୟଭାର ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।

Related story