ମେ’ ୧, ଶୁକ୍ରବାର: ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ

ମେଷ: ହଠାତ୍ ଶରୀର ଅସୁସ୍ଥ ହୋଇପାରେ। ଏପରିକି ଚିକିତ୍ସିଙ୍କ ପରାମର୍ଶ ନେବାକୁ ବାଧ୍ୟ ହେବେ। ସାମାନ୍ୟ ଘଟଣାକୁ ନେଇ ମିତ୍ରମାନେ ଶତ୍ରୁ ପରି ଆଚରଣ କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବୃଷ: ବହୁ ଦିନରୁ ଚିନ୍ତା କରୁଥିବା କାମଟିକୁ ହଠାତ୍ କରିବା ପାଇଁ ମନ ବଳାଇବେ। ବକେୟା ଅର୍ଥ ହସ୍ତଗତ ହେବ। ଫଳରେ ମନ ପ୍ରସନ୍ନ ରହିବ। ମିଥୁନ: ପାରିବାରିକ ସୁଖଶାନ୍ତି ଲାଭ କରିବେ। କଳା ଓସାହିତ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ। ସନ୍ତାନ ସନ୍ତତିମାନେ […]

astrology

Jitendra Garnayak
  • Published: Friday, 01 May 2020
  • , Updated: 01 May 2020, 08:32 AM IST

ମେଷ: ହଠାତ୍ ଶରୀର ଅସୁସ୍ଥ ହୋଇପାରେ। ଏପରିକି ଚିକିତ୍ସିଙ୍କ ପରାମର୍ଶ ନେବାକୁ ବାଧ୍ୟ ହେବେ। ସାମାନ୍ୟ ଘଟଣାକୁ ନେଇ ମିତ୍ରମାନେ ଶତ୍ରୁ ପରି ଆଚରଣ କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ବୃଷ: ବହୁ ଦିନରୁ ଚିନ୍ତା କରୁଥିବା କାମଟିକୁ ହଠାତ୍ କରିବା ପାଇଁ ମନ ବଳାଇବେ। ବକେୟା ଅର୍ଥ ହସ୍ତଗତ ହେବ। ଫଳରେ ମନ ପ୍ରସନ୍ନ ରହିବ।

ମିଥୁନ: ପାରିବାରିକ ସୁଖଶାନ୍ତି ଲାଭ କରିବେ। କଳା ଓସାହିତ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ।

କର୍କଟ: ଅର୍ଥ, ମାନ ସମ୍ମାନ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ।

ସିଂହ: ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ ଓ ବାଧାବିଘ୍ନ ଦେଖାଦେବ। ପାଇଥିବା ସୁଯୋଗଟି ହାତରୁ ଚାଲିଯିବ। ଫଳରେ ମନ ଦୁଃଖ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅମନଯୋଗୀ ହେବେ।

କନ୍ୟା: କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ବକେୟା ଅର୍ଥ ହସ୍ତଗତ ହେବ ଓ ସଞ୍ଚିତ ଧନ ବୃଦ୍ଧି ପାଇବ।

ତୁଳା: ନିଜ ମନ ମୁତାବକ କାର୍ଯ୍ୟ କରି ଆନନ୍ଦ ଲାଭ କରିବେ। କାର୍ଯ୍ୟ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ।

ବିଛା: ସାମାଜିକ ସ୍ତରରେ ନିଜର ସ୍ଥିତି ସୁଦୃଢ଼ ହେବ। ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ହନୁମାନଙ୍କ ପାଖରେ ସାତଟି ପାଚିଲା କଦଳୀ ଭୋଗ ଲାଗି କରନ୍ତୁ।

ଧନୁ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ଜଗିରଖି ଚଳନ୍ତୁ।

ମକର: ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ମହିଳାମାନେ ସମସ୍ତ କ୍ଷେତ୍ରରେ ଅଗ୍ରଗତି ଲାଭ କରିବେ। ଆଜି ଜଳରେ କିଛି ହଳଦି ଗୁଣ୍ଡ ପକାଇ ସ୍ନାନ କରନ୍ତୁ।

କୁମ୍ଭ: ଗୁପ୍ତ ଶତ୍ରୁମାନେ ପରାଜିତ ହେବେ ଓ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ହେବ। ବନ୍ଧୁମାନଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ।

ମୀନ: ସ୍ଥିରତା ଅବଲମ୍ବନ କରନ୍ତୁ। ସମସ୍ୟା ଧୀରେ ଧୀରେ ଦୂରେଇ ଯିବ। ମହିଳାମାନେ ଗୃହର ସାଜସଜ୍ଜା ପ୍ରତି ଧ୍ୟାନ ହେବେ। କର୍ମକ୍ଷେତ୍ରରେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ।

Related story