ମଥାରୁ ଜାଣନ୍ତୁ ବ୍ୟକ୍ତିତ୍ୱ ଓ ସ୍ୱଭାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସମୁଦ୍ରଶାସ୍ତ୍ରରେ ମଣିଷର ବିଭିନ୍ନ ଅଙ୍ଗକୁ ଆଧାର କରି ଗୁଣ ଓ ଚରିତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ମଣିଷ ଶରୀର ସହିତ ଜଡ଼ିତ ଥିବା ଗୂଢ଼ ରହସ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସମୁଦ୍ର ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ମଥାରେ ହିଁ ତା’ର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଅନେକ କିଛି କଥା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ମଥା ବିଷୟରେ କଣ କୁହାଯାଇଛି। ୧- ଯେଉଁ ବ୍ୟକ୍ତିଙ୍କର […]

matha1

Puspanjali Panda
  • Published: Sunday, 30 December 2018
  • , Updated: 31 December 2018, 12:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସମୁଦ୍ରଶାସ୍ତ୍ରରେ ମଣିଷର ବିଭିନ୍ନ ଅଙ୍ଗକୁ ଆଧାର କରି ଗୁଣ ଓ ଚରିତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ମଣିଷ ଶରୀର ସହିତ ଜଡ଼ିତ ଥିବା ଗୂଢ଼ ରହସ୍ୟ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି।

ସମୁଦ୍ର ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ମଥାରେ ହିଁ ତା’ର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଅନେକ କିଛି କଥା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିର ମଥା ବିଷୟରେ କଣ କୁହାଯାଇଛି।

୧- ଯେଉଁ ବ୍ୟକ୍ତିଙ୍କର ମଥା ଛୋଟ ଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ, ସେମାନେ ଭାବୁକ ସ୍ୱଭାବର ହୋଇଥାନ୍ତି। ଏପରି ଲୋକ କିଛି ବି ନିଷ୍ପତ୍ତି ନେବା ପୂର୍ବରୁ ନିଜ ମନ କଥା ଶୁଣିଥାନ୍ତି। ଏମାନେ ସମସ୍ତଙ୍କ ସହିତ ଭଲ ଭାବରେ କଥା ହୋଇଥାନ୍ତି ଓ କମ୍‌ ରାଗିଥାନ୍ତି।

୨.ଯେଉଁ ଲୋକଙ୍କର ମଥା ଉଚ୍ଚ ହୋଇ ରହିଥାଏ ଓ ଟିକେ ଆଗକୁ ବାହାରିଥାଏ, ସମୁଦ୍ରଶାସ୍ତ୍ର ଅନୁସାରେ, ଏମାନେ ଅଧିକ ଜିଜ୍ଞାସୁ ହୋଇଥାନ୍ତି। ଏମାନେ ସୃଜନଶୀଳ ସ୍ୱଭାବର ହେବା ସହିତ କୌଣସି ଘଟଣାକୁ ଦେଖିବାର ଦୃଷ୍ଟିଭଙ୍ଗୀ ମଧ୍ୟ ଏମାନଙ୍କର ଅଲଗା ଥାଏ।

୩. ଯେଉଁ ଲୋକଙ୍କର ମଥା ଅଳ୍ପ ଭିତରକୁ ପଶି ରହିଥାଏ, ସେମାନଙ୍କ ମନ ସଫା ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନଙ୍କ ମନରେ କୂଟକପଟ ନ ଥାଏ। କିଛି ଭୁଲ୍‌ ଦେଖିଲେ, ଏହି ବ୍ୟକ୍ତି ରାଗି ଯାଇଥାନ୍ତି। ଏମାନଙ୍କର ଏହି ଗୁଣ ଯୋଗୁ ସାଙ୍ଗସାଥୀ ଓ ପ୍ରିୟଜନ ଦୁଃଖୀ ହୋଇଥାନ୍ତି।

୪. ଯେଉଁ ଲୋକଙ୍କର ମଥା ଚଉଡ଼ା ଓ ଚିକ୍କଣ ହୋଇଥାଏ, ସେମାନେ ଅଧିକ ଗୁଣୀ ଓ ପ୍ରତିଭାଶାଳୀ ହୋଇଥାନ୍ତି। ରଚନା ଓ କଳା କ୍ଷେତ୍ରରେ ଏମାନଙ୍କର ଉନ୍ନତି ହୋଇଥାଏ। ଏହା ସହିତ ଏମାନେ ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି।

୫.ଯେଉଁ ଲୋକଙ୍କର ମଥା ବହୁତ ବଡ଼ ଓ ସଫା ହୋଇଥାଏ, ଏପରି ଲୋକ ବୁଦ୍ଧିମାନ୍‌ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ ଶିଖିବା ପାଇଁ ଇଚ୍ଛା ରହିଥାଏ।

୬. ଯେଉଁ ଲୋକଙ୍କର ମଥା କେଶରେ ଘେରି ହୋଇ ରହିଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏପରି ବ୍ୟକ୍ତି ଅନ୍ୟମାନଙ୍କର କଥାକୁ ଧ୍ୟାନ ପୂର୍ବକ ଶୁଣି ସାରିବା ପରେ ନିଜର ରାୟ ଦେଇଥାନ୍ତି।

Related story