ରୋଷେଇ ଘରେ ଚୁଲି ଓ ପାଣି ଟ୍ୟାପ୍ ଗୋଟିଏ ଦିଗରେ ଅଛି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି ବେଳେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ […]

kitchen11

kitchen11

Jitendra Garnayak
  • Published: Monday, 29 July 2019
  • Updated: 29 July 2019, 07:59 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି ବେଳେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବ, ସେ ନେଇ ବି ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। କୁହାଯାଏ, ରୋଷେଇ ଘରର ବାସ୍ତୁ ଠିକ୍ ନରହିଲେ ଘରେ ଅଶାନ୍ତି ଲାଗି ରହେ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘର ପାଇଁ କିଛି ବାସ୍ତୁ ଟିପ୍ସ୍।

୧. ଚୁଲି ଓ ପାଣି ଟ୍ୟାପ୍‌ ଗୋଟିଏ ଦିଗରେ ରହିବା ଉଚିତ୍‌ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ। ଏ ସଂପର୍କରେ ବାସ୍ତୁ ବିଶେଷଜ୍ଞଙ୍କଠାରୁ ଅଧିକ ପରାମର୍ଶ ନିଅନ୍ତୁ।

୨. ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ତିଥି ଅନୁଯାୟୀ ଅନୁକୂଳ ଓ ପ୍ରତିକୂଳ ଦିଗ ରହିଥାଏ। ତେଣୁ ରୋଷେଇ ଘରର ଚୁଲି ଘରର ମୁଖିଆଙ୍କ ଅନୁକୂଳ ଦିଗରେ ରହିବା ଉଚିତ୍‌।

୩. ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

୪. ରୋଷେଇ ଘରେ କେବେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏପରି କଲେ ଲକ୍ଷ୍ମୀ ଅସନ୍ତୁଷ୍ଚ ହୋଇଥା’ନ୍ତି ଓ ଘରେ ଅଭାବ ଅନଟନ ଦେଖାଦିଏ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos