ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ଝିଅ ବିବାହ କରି ଶ୍ୱଶୁର ଘରକୁ ଆସିବା ପରେ ତାଙ୍କ ସହ ନିଜ ଭାଗ୍ୟ ମଧ୍ୟ ସେହି ଘରକୁ ଆସିଥାଏ। ସ୍ୱାମୀ ଓ ଶ୍ୱଶୂର ଘରର ଉନ୍ନତି, ସେମାନଙ୍କ ଭାଗ୍ୟ ପରେ ଅଧିକ ନିର୍ଭର କରିଥାଏ। ଏହା ଆମେ ନୁହେଁ, ଶାସ୍ତ୍ର କହୁଛି। ଏନେଇ ଶାସ୍ତ୍ରରେ ବିଷଦ୍ ଭାବେ ଉଲ୍ଲେଖ ରହିଛି।
ସମୁଦ୍ର ଶାସ୍ତ୍ରରେ ମହିଳାଙ୍କ ଶରୀରକୁ ନେଇ ଏମିତି କିଛି ଉଲ୍ଲେଖ ରହିଛି। ମହିଳାଙ୍କ କେଉଁ ଅଙ୍ଗର ଆକୃତି କିପରି ଥିଲେ, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି, ତାହା ଏଥିରେ ଉଲ୍ଲେଖ ରହିଛି।
ଆସନ୍ତୁ ଜାଣିବା, ମହିଳାଙ୍କ କେଉଁ ଅଙ୍ଗର ଆକାର କିପରି ଥିଲେ, ସେମାନେ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ।
ହରିଣୀ ଆଖି: ସମୁଦ୍ର ଶାସ୍ତ୍ର ଅନୁସାରେ, ହରିଣୀ ପରି ଆଖି ଥିବା ମହିଳାମାନେ ଖିବ୍ ଭାଗ୍ୟଶାଳୀ ହୋଇଥା’ନ୍ତି। ଏମାନଙ୍କ ଜୀବନରେ ପ୍ରେମ ଓ ସୁଖ କେବେ କମି ନଥାଏ। ଏମାନଙ୍କ ବୈବାହିକ ଜୀବନ ହସଖୁସିରେ କଟିଥାଏ।
କଳାଜାଈ: ସମୁଦ୍ର ଶାସ୍ତ୍ର ଅନୁସାରେ, ଯେଉଁ ମହିଳାଙ୍କ ଶରୀରର ବାମ ପଟେ ଅଧିକ କଳାଜାଈ ଥାଏ, ସେମାନେ ଭାଗ୍ୟଶାଳୀ ହୋଇଥା’ନ୍ତି।
ନାଭି ପାଖରେ କଳାଜାଈ: ଶାସ୍ତ୍ର ଅନୁସାରେ ନାଭି ପାଖରେ କଳାଜାଈ ଥିବା ମହିଳାମାନେବହୁତ ଭାଗ୍ୟଶାଳୀ। ଏହି ମହିଳାମାନେ ସେମାନଙ୍କ ପତି ଓ ପରିବାର ପାଇଁ ଖୁବ୍ ଶୁଭଦାୟକ ହୋଇଥା’ନ୍ତି। ଏହି ମହିଳାମାନେ ନିଜ ପତିଙ୍କଉ ମଧ୍ୟ ବହୁତ ସମ୍ମାନ କରନ୍ତି।