ଜନ୍ମ ମାସରୁ ଜାଣନ୍ତୁ, କେମିତି ହେବ ଆପଣଙ୍କ ଲଭ୍‌ ଲାଇଫ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଜାଣିଥିବେ ଯେ ଜନ୍ମ ମାସରୁ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି ଜାଣି ହୁଏ। ଯେପରିକି ଭାଗ୍ୟ, ସ୍ୱଭାବ ଓ ତାଙ୍କର ଅନେକ ଗୁଣ। ହେଲେ ଆପଣ ଜାଣନ୍ତି କି, ଆପଣଙ୍କ ଜନ୍ମ ମାସରୁ ଆପଣ ଜଣେ କିପରି ପ୍ରେମିକ ବା ପ୍ରେମିକା ହେବେ, ତାହା ଜାଣି ହେବ। ଆଜି ଆମେ ଆପଣଙ୍କୁ ଜନ୍ମ ମାସ ଅନୁସାରେ ଆପଣଙ୍କ ପ୍ରେମ ଜୀବନ କେମିତି ହେବ, ସେ ବିଷୟରେ କହିବୁ। ଜାନୁଆରୀ: ଏହି ମାସରେ ଜନ୍ମ ହୋଇଥିବା ପୁରୁଷମାନେ […]

love-life

Chinmayee Roy
  • Published: Thursday, 24 January 2019
  • , Updated: 24 January 2019, 07:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଜାଣିଥିବେ ଯେ ଜନ୍ମ ମାସରୁ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି ଜାଣି ହୁଏ। ଯେପରିକି ଭାଗ୍ୟ, ସ୍ୱଭାବ ଓ ତାଙ୍କର ଅନେକ ଗୁଣ। ହେଲେ ଆପଣ ଜାଣନ୍ତି କି, ଆପଣଙ୍କ ଜନ୍ମ ମାସରୁ ଆପଣ ଜଣେ କିପରି ପ୍ରେମିକ ବା ପ୍ରେମିକା ହେବେ, ତାହା ଜାଣି ହେବ। ଆଜି ଆମେ ଆପଣଙ୍କୁ ଜନ୍ମ ମାସ ଅନୁସାରେ ଆପଣଙ୍କ ପ୍ରେମ ଜୀବନ କେମିତି ହେବ, ସେ ବିଷୟରେ କହିବୁ।

ଜାନୁଆରୀ: ଏହି ମାସରେ ଜନ୍ମ ହୋଇଥିବା ପୁରୁଷମାନେ ପ୍ରେମ ସଂପର୍କରେ ଉଦାର ଓ ବିଶ୍ୱାସଯୋଗ୍ୟ ଅଟନ୍ତି। ନିଜ ପ୍ରେମକୁ ସେ ତାଙ୍କ ଜୀବନର ସବୁକିଛି ଭାବି ଦିଅନ୍ତି, ଆଉ ସବୁବେଳେ ସାଥୀଙ୍କ ସହ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି। ହେଲେ ଜାନୁଆରୀ ମାସରେ ଜନ୍ମ ହୋଇଥିବା ମହିଳାମାନେ ନିଜ ପ୍ରେମକୁ ଜାହିର କରିବାକୁ କୁଣ୍ଠା ପ୍ରକାଶ କରିଥା'ନ୍ତି ।

ଫେବ୍ରୁଆରୀ: ଏହି ମାସରେ ଜନ୍ମିତ ପୁରୁଷମାନେ ଟିକେ ଅଧିକ ରୋମାଣ୍ଟିକ୍‌ ହୋଇଥା'ନ୍ତି । ଏମାନେ ସାଥୀଙ୍କ ସହ ଅଧିକାଂଶ ସମୟ ରୋମାନ୍ସ କରିବାରୁ ପସନ୍ଦ କରିଥା'ନ୍ତି। ହେଲେ ଏହି ମାସରେ ଜନ୍ମିତ ମହିଳାମାନେ ପୁରୁଷଙ୍କ ତୁଳନାରେ ଟିକେ କମ୍‌ ରୋମାଣ୍ଟିକ୍‌ ହୋଇଥା'ନ୍ତି।ଏମାନେ ମନ ଭିତରେ ହିଁ ତାଙ୍କ ପ୍ରେମକୁ ସୀମିତ ରଖିବାକୁ ପସନ୍ଦ କରନ୍ତି।

ମାର୍ଚ୍ଚ: ଏହି ମାସରେ ଜନ୍ମ ହୋଇଥିବା ପୁରୁଷମାନେ ଟିକେ ରାଗୀ ସ୍ୱଭାବର । କିନ୍ତୁ ସେମାନଙ୍କ ହୃଦୟ ଖୁବ୍‌ କୋମଳ ହୋଇଥାଏ। ଏହି ମାସରେ ଜନ୍ମିତ ଉଭୟ ମହିଳା ଓ ପୁରୁଷ ଅଧିକ କାମନାସକ୍ତ ହୋଇଥା'ନ୍ତି। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ଚତୁର ହୋଇଥା'ନ୍ତି।

ଏପ୍ରିଲ୍: ଏହି ମାସରେ ଜନ୍ମିତ ପୁରୁଷମାନେ ପ୍ରେମରେ ସବୁବେଳେ ରୋମାନ୍ସ ଓ ନୂତନତା ପସନ୍ଦ କରନ୍ତି। ସମ୍ପର୍କ ଯେତେ ପୂରୁଣା ହେଲେ ବି ଏମାନେ ରୋମାନ୍ସର ନୂଆ ନୂଆ ଉପାୟ ଖୋଜି ବାହାର କରନ୍ତି।

ମେ: ଏହି ପୁରୁଷମାନେ ପ୍ରେମ ମାମଲାରେ ଏକଦମ୍ ଖୋଲା ମିଜାଜର ହୋଇଥା'ନ୍ତି । ମହିଳାମାନେ ଯଦିଓ ଲାଜକୁଳି ହୋଇଥା'ନ୍ତି, କିନ୍ତୁ ଏମାନେ ଲୋକମାନଙ୍କ ଗହଣରେ ଆକର୍ଷଣର କେନ୍ଦ୍ର ହେବାକୁ ପସନ୍ଦ କରନ୍ତି। ବୈବାହିକ ଜୀବନରେ ଅନ୍ତରଙ୍ଗ ମୁହୂର୍ତ୍ତ ବଜାୟ ରଖିବାକୁ ପସନ୍ଦ କରିଥା'ନ୍ତି ।

ଜୁନ୍: ଏହି ମାସରେ ଜନ୍ମିତ ପୁରୁଷମାନେ ବିଶେଷ କରି ଉଦାର ଓ ଭାବୁକ ସ୍ୱଭାବର ହୋଇଥା'ନ୍ତି। ଏମାନଙ୍କ ବୈବାହିକ ସଂପର୍କ ବହୁତ ସୁଖମୟ ହୋଇଥାଏ। ଏହି ମାସର ପୁରୁଷଙ୍କ ତୁଳନାରେ ମହିଳାମାନେ ସାଧାରଣତଃ ପ୍ରେମ ସଂପର୍କକୁ ନେଇ ଅଧିକ ଦୁର୍ବଳ ହୃଦୟର ହୋଇଥା'ନ୍ତି।

ଜୁଲାଇ: ଏହି ମାସରେ ଜନ୍ମ ହୋଇଥିବା ପୁରୁଷମାନେ ଯଦି କାହାକୁ ପସନ୍ଦ କରିଥା'ନ୍ତି, ତେବେ ତାଙ୍କୁ ହୃଦୟର ସହ ଚାହାଁନ୍ତି। ସେହିପରି ମହିଳାମାନେ ସୁନ୍ଦର ହୃଦୟ, ହସମୁଖି ଓ ଟିକେ ଜିଦିଆ ହୋଇଥା'ନ୍ତି।

ଅଗଷ୍ଟ: ଏହି ମାସରେ ଜନ୍ମ ହୋଇଥିବା ପୁରୁଷମାନେ ମୁଖ୍ୟତଃ ପ୍ରେମ ମାମଲାରେ ଜିଦ୍‌ଖୋର୍‌ ହୋଇଥା'ନ୍ତି। ଏମାନେ ନିଜ ପ୍ରେମ ସଂପର୍କକୁ ଅଧିକ ଭଲ କରିବାକୁ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥା'ନ୍ତି । ହେଲେ ଏହି ମାସରେ ଜନ୍ମିତ ମହିଳାମାନେ ପ୍ରେମ ମାମଲାରେ ଭାରି ଦୁଃଖୀ ହୋଇଥା'ନ୍ତି।

ସେପ୍ଟେମ୍ବର: ଏହି ମାସରେ ଜନ୍ମ ହୋଇଥିବା ମହିଳାମାନେ ମନେ ମନେ ଭଲ ପାଆନ୍ତି, ମାତ୍ର ତାହାକୁ ବ୍ୟକ୍ତ କରିବାକୁ ଅନିଚ୍ଛା ପ୍ରକାଶ କରିଥା'ନ୍ତି। ସେହିଭଳି ପୁରୁଷମାନେ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇଥାନ୍ତି। ଏମାନଙ୍କୁ ନିଜ ଭଲପାଇବା ପରିପ୍ରକାଶ କରିବା ଖୁବ୍‌ ଭଲ ଭାବେ ଜଣା।

ଅକ୍ଟୋବର:ଏହି ମାସରେ ଜନ୍ମିତ ପୁରୁଷମାନେ ଖୁବ୍‌ ରୋମାଣ୍ଟିକ୍‌ ହୋଇଥା'ନ୍ତି। ଏମାନେ ନିଜ ସାଥୀଙ୍କ ସହ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିଥା'ନ୍ତି। ହେଲେ ମହିଳାମାନେ ଅତ୍ୟନ୍ତ ଭାବୁକ ହୋଇଥା'ନ୍ତି। ଛୋଟ ଛୋଟ କଥାକୁ ଧରି ଦୁଃଖ ପ୍ରକାଶ କରିଥା'ନ୍ତି।

ନଭେମ୍ବର: ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଉଭୟ ମହିଳା ଓ ପୁରୁଷମାନେ ବିଶ୍ୱସ୍ତ ଓ ସଫା ହୃଦୟର ହୋଇଥା'ନ୍ତି। ଏମାନଙ୍କ ପ୍ରେମ ଜୀବନ ବେଶ୍ ହସ ଖୁସିରେ କଟିଥାଏ। ଏମାନେ ନିଜ ଜୀବନସାଥୀଙ୍କୁ ଗଭୀର ଭଲପାଇବା ସହ ତାଙ୍କର ସବୁବେଳେ ଧ୍ୟାନ ମଧ୍ୟ ରଖିଥା'ନ୍ତି।

ଡିସେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଉଭୟ ପୁରୁଷ ଓ ମହିଳା ବେଶ୍‌ ରୋମାଣ୍ଟିକ ହୋଇଥା'ନ୍ତି। ‌ଏମାନେ ପରସ୍ପରର ମନ ଓ ଭାବନାକୁ ବେଶ୍‌ ଭଲ ଭାବେ ବୁଝିପାରନ୍ତି। ତେଣୁ ଏମାନେ ପରସ୍ପରକୁ ସବୁବେଳେ ଖୁସି ରଖିବାରେ ସଫଳ ହୁଅନ୍ତି।

Related story