ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଶରୀରରେ କୌଣସି ନା କୌଣସି ସ୍ଥାନରେ କଳାଜାଇ ଥାଏ। କୁହାଯାଏ, କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ। ତା’ହେଲେ ଆସନ୍ତୁ ଆଜି ଏ ବିଷୟରେ ଜାଣିବା।
- ସମୁଦ୍ରଶାସ୍ତ୍ରରେ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।
- ଯେଉଁ ବ୍ୟକ୍ତିଙ୍କର ପାଦ ତଳେ କଳାଜାଇ ଥାଏ, ସେ ଜୀବନରେ ଭ୍ରମଣ କରିବା ପାଇଁ ଅନେକ ସୁଯୋଗ ପାଇଥା’ନ୍ତି।
- ଯାହାର ପେଟ ଉପରେ କଳାଜାଇ ଥାଏ, ତାଙ୍କୁ ଜୀବନସାରା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ।
- ସମୁଦ୍ର ଶାସ୍ତ୍ର ଅନୁସାରେ ଅନାମିକା ଆଙ୍ଗୁଳିରେ ସୂର୍ଯ୍ୟ ଓ ପର୍ବତ ଥାଆନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଏହି ଆଙ୍ଗୁଳିରେ କଳାଜାଇ ଥାଏ, ତା’ହେଲେ ସେ ବହୁତ ରାଗୀ ସ୍ଵଭାବର ହୋଇଥା’ନ୍ତି।
- ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ଯେଉଁମାନଙ୍କର ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଅଛି, ସେମାନେ ସତର୍କ ରହିବା ଉଚିତ୍।
- ଶରୀରରେ କେବଳ କଳା ରଙ୍ଗର କଳାଜାଇ ନଥାଏ। ଅନେକ ବ୍ୟକ୍ତିଙ୍କ ଶରୀରର ଲାଲ୍ ରଙ୍ଗର କଳାଜାଇ ମଧ୍ୟ ଦେଖିବାକୁ ମିଳିଥାଏ। ଶରୀରର ଲାଲ୍ ରଙ୍ଗର କଳାଜାଇ ଥିଲେ ହାଡ଼ଜନିତ ସମସ୍ୟା ଦେଖା ଦେଇଥାଏ।