ବାସ୍ତୁଶାସ୍ତ୍ର ଅନୁସାରେ ବିବାହିତା ମହିଳା ଏହି ୫ଟି ଜିନିଷ ବାଣ୍ଟନ୍ତୁ ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ଅଛି, ଯାହାକୁ ବିବାହିତା ମହିଳାମାନେ ବାଣ୍ଟିବା ଉଚିତ୍‌ ନୁହେଁ। କୁହାଯାଏ କି ଏହି ଜିନିଷ ବାଣ୍ଟିଲେ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏପରି ୫ଟି ଜିନିଷ ବିଷୟରେ କହିବୁ, ଯାହାକୁ ବାଣ୍ଟିଲେ ଅନେକ ସମସ୍ୟା ଦେଖାଯାଇଥାଏ। ସିନ୍ଦୁର: ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ନିଜ ସିନ୍ଦୁରକୁ କାହା ସହିତ ବାଣ୍ଟିବା ଉଚିତ୍‌ ନୁହେଁ। କୁହାଯାଏ କି […]

pu2

Puspanjali Panda
  • Published: Friday, 28 September 2018
  • , Updated: 28 September 2018, 03:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ଅଛି, ଯାହାକୁ ବିବାହିତା ମହିଳାମାନେ ବାଣ୍ଟିବା ଉଚିତ୍‌ ନୁହେଁ। କୁହାଯାଏ କି ଏହି ଜିନିଷ ବାଣ୍ଟିଲେ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏପରି ୫ଟି ଜିନିଷ ବିଷୟରେ କହିବୁ, ଯାହାକୁ ବାଣ୍ଟିଲେ ଅନେକ ସମସ୍ୟା ଦେଖାଯାଇଥାଏ।

ସିନ୍ଦୁର: ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ନିଜ ସିନ୍ଦୁରକୁ କାହା ସହିତ ବାଣ୍ଟିବା ଉଚିତ୍‌ ନୁହେଁ। କୁହାଯାଏ କି ଏପରି କଲେ ସ୍ୱାମୀର ପ୍ରେମ ବାଣ୍ଟି ହୋଇ ଯାଇଥାଏ। ଏହା ସହ ବଙ୍କା ସୁତାଣୀ କରି ସିନ୍ଦୁର ଲଗାଇଲେ ମଧ୍ୟ ଏହାକୁ ଅଶୁଭ ବୋଲି କୁହାଯାଇଥାଏ।

ପାଉଁଜି: ବିବାହିତା ମହିଳା ଗୋଡ଼ରେ ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିଥାନ୍ତି। ଏପରି କୁହାଯାଏ କି ପାଉଁଜି ଏବଂ ଝୁଣ୍ଟିଆକୁ ମଧ୍ୟ ବାଣ୍ଟିବା ଉଚିତ୍‌ ନୁହେଁ। ଏହି ଦୁଇଟି ଜିନିଷକୁ ଗୋଡ଼ର ଅନ୍ତିମ ଆଭୂଷଣ ବୋଲି କୁହାଯାଇଥାଏ। ଏହାକୁ ବାଣ୍ଟିଲେ ସୌଭାଗ୍ୟ ନଷ୍ଟ ହୁଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।

ଟିକିଲି: ବିବାହିତା ମହିଳାମାନେ ମଥାର ଟିକିଲି ବା ବିନ୍ଦିକୁ ବାଣ୍ଟିବା ଉଚିତ୍‌ ନୁହେଁ। ଏପରିକି ଏହାକୁ ଅନ୍ୟ କାହା ମଥାରୁ ଆଣି ନିଜ ମଥାରେ ଲଗାଇବା ମଧ୍ୟ ଅନୁଚିତ୍‌ । ଏହାକୁ ପାପ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ମଥାର ଟିକିଲି ବାଣ୍ଟିଲେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ।

ଚୁଡ଼ି:ବିବାହିତା ମହିଳା ନିଜ ହାତରୁ ଚୁଡ଼ି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ୍‌ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କଲେ, ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ। ଏହା ସହିତ ବିବାହିତା ମହିଳାଙ୍କୁ ରୂପାର ଚୁଡ଼ି ପିନ୍ଧିବାକୁ ବାରଣ କରାଯାଇଛି।

କାଜଲ୍‌: ବାସ୍ତୁଶାସ୍ତ୍ର ଅନୁସାରେ ଆଖିର କାଜଲ୍‌ ବା କଜ୍ୱଳ ଦାନ କରିବା ଉଚିତ୍‌ ନୁହେଁ, ଏପରି କଲେ ଗରୀମା ନଷ୍ଟ ହୋଇଥାଏ। ଏହା ବ୍ୟତୀତ କାଜଲ୍‌ ବାଣ୍ଟିଲେ, ଇନ୍‌ଫେକସନ୍ ହେବାର ବିପଦ ମଧ୍ୟ ରହିଥାଏ। ଏଣୁ ଏହାକୁ ବାଣ୍ଟିବାକୁ ବାରଣ କରାଯାଇଛି। 

Related story