ସାବଧାନ! ପୂଜା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପୂଜାପାଠ ସହ ଜଡ଼ିତ କିଛି ମହତ୍ୱପୂର୍ଣ୍ଣ କଥା ବହୁ ଲୋକଙ୍କୁ ଜଣା ନଥାଏ। ଏହି କାରଣରୁ ଘରେ ହେଉଥିବା ପୂଜାପାଠରେ ଅଜାଣତରେ ଭୁଲ୍‌ ମଧ୍ୟ ହୋଇଥାଏ ଏବଂ ପୂଜାରୁ ସମ୍ପୂର୍ଣ୍ଣ ଫଳପ୍ରାପ୍ତି ହୋଇ ନଥାଏ। ଏପରି ବି କିଛି ଭୁଲ୍‌ ଅଛି, ଯାହା ଅକ୍ଷମଣୀୟ ବୋଲି କୁହାଯାଇଥାଏ। ଦେବ ଦେବୀଙ୍କୁ ଦିଆଯାଉଥିବା ଫୁଲ, ପତ୍ର ଓ ପୂଜା କରିବାର ଦିଗକୁ ନେଇ ପୁରାଣ ଶାସ୍ତ୍ରରେ ସବୁକିଛି କୁହାଯାଇଛି। ଏସବୁକୁ ଆପଣାଇଲେ, ପୂଜାରୁ ସମ୍ପୂର୍ଣ୍ଣ ଫଳ […]

puja

puja

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 07:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପୂଜାପାଠ ସହ ଜଡ଼ିତ କିଛି ମହତ୍ୱପୂର୍ଣ୍ଣ କଥା ବହୁ ଲୋକଙ୍କୁ ଜଣା ନଥାଏ। ଏହି କାରଣରୁ ଘରେ ହେଉଥିବା ପୂଜାପାଠରେ ଅଜାଣତରେ ଭୁଲ୍‌ ମଧ୍ୟ ହୋଇଥାଏ ଏବଂ ପୂଜାରୁ ସମ୍ପୂର୍ଣ୍ଣ ଫଳପ୍ରାପ୍ତି ହୋଇ ନଥାଏ।

ଏପରି ବି କିଛି ଭୁଲ୍‌ ଅଛି, ଯାହା ଅକ୍ଷମଣୀୟ ବୋଲି କୁହାଯାଇଥାଏ। ଦେବ ଦେବୀଙ୍କୁ ଦିଆଯାଉଥିବା ଫୁଲ, ପତ୍ର ଓ ପୂଜା କରିବାର ଦିଗକୁ ନେଇ ପୁରାଣ ଶାସ୍ତ୍ରରେ ସବୁକିଛି କୁହାଯାଇଛି। ଏସବୁକୁ ଆପଣାଇଲେ, ପୂଜାରୁ ସମ୍ପୂର୍ଣ୍ଣ ଫଳ ମିଳିଥାଏ।

ଏହାବାଦ୍‌ ପୂଜାବେଳେ କ’ଣସବୁ ନକରିବା ଦରକାର, ତାହା ମଧ୍ୟ ଏଥିରେ ଉଲ୍ଲେଖ ରହିଛି।

କ’ଣ କରିବେ ?

୧. ଗୋଟିଏ ହାତରେ କେବେ ବି ପ୍ରଣାମ କରନ୍ତୁ ନାହିଁ।

୨. ଗାଧୋଇବା ସମୟରେ ଭଗବାନଙ୍କ ମନ୍ତ୍ର କି ସ୍କୃତି ଉଚ୍ଚାରଣ କରନ୍ତୁ ନାହିଁ।

୩. ଜପ କରିବା ସମୟରେ ଜିଭ ଓ ଓଠକୁ ହଲାନ୍ତୁ ନାହିଁ।

୪. ପୂଜା କରିବା ପରେ ଆସନ ତଳେ ଭୂମିକୁ ସ୍ପର୍ଶ କରି ଆଖି ଲଗାଇ ପ୍ରଣାମ କରନ୍ତୁ।

୫. ଦେବୀ ପୂଜାରେ ଲାଲ୍‌ ଓ ଦେବ ପୂଜା (ଶିବ ନୁହନ୍ତି)ରେ ହଳଦିଆ ଆସନରେ ବସନ୍ତୁ। ଶିବଙ୍କୁ ପୂଜା କରିବା ବେଳେ କୁଶରେ ତିଆରି ଆସନରେ ବସନ୍ତୁ।

୬. ପୂଜା ସମୟରେ ଘିଅଯୁକ୍ତ ଦୀପକୁ ଆପଣଙ୍କ ବାମ ପଟେ ଅର୍ଥାତ ଭଗବାନଙ୍କ ଡାହଣ ପଟେ ରଖନ୍ତୁ। ଦୀପକୁ ଚାଉଳ ଉପରେ ରଖି ଜଳାନ୍ତୁ।

୭. ସବୁ ଧାର୍ମିକ କାର୍ଯ୍ୟରେ ପତ୍ନୀଙ୍କୁ ଆପଣଙ୍କ ଡାହାଣ ପାଖରେ ବସାନ୍ତୁ।

୮. କପାଳରେ ତିଳକ ଲଗାଇ ପୂଜା କରନ୍ତୁ।

୯. ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ପୂଜା କରନ୍ତୁ।

୧୦. କୌଣସି ବସ୍ତୁ ଓ ଦକ୍ଷିଣା ଦେବା ବେଳେ ଡାହଣ ହାତରେ ଦିଅନ୍ତୁ।

[caption id="attachment_266832" align="aligncenter" width="750"]TulsiPlant ଫଟୋ ସୌଜନ୍ୟ- ajabgjab[/caption]

କ’ଣ କରିବେ ନାହିଁ ?

୧. ସଂକ୍ରାନ୍ତି, ଦ୍ୱାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ରବିବାର ଓ ସୂର୍ଯ୍ୟାସ୍ତ ସମୟରେ ତୁଳସୀ ଗଛ ଉପାଡ଼ନ୍ତୁ ନାହିଁ କି ପତ୍ର ଛିଡାନ୍ତୁ ନାହିଁ।

୨. ଗୋଟିଏ ଦୀପରୁ ଆଉ ଏକ ଦୀପ ଜଳାନ୍ତୁ ନାହିଁ।

୩. ଭୋଗ ପାଇଁ ରଖା ଯାଇଥିବା ପ୍ରସାଦ ସାମଗ୍ରୀ ଡେଇଁ କି ଯା’ନ୍ତୁ ନାହିଁ।

୪. ପୂଜାରେ ବ୍ୟବହାର ହେଉଥିବା କଖାରୁକୁ ମହିଳା କାଟିବା ଉଚିତ୍‌ ନୁହେଁ। ଏହାକୁ ଛୁରୀରେ ମଧ୍ୟ କାଟନ୍ତୁ ନାହିଁ।

ଫୁଲ, ପତ୍ର ଓ ଜଳ ସହ ଜଡ଼ିତ କିଛି କଥା

୧. ମହାଦେବଙ୍କୁ ବେଲବତ୍ର, ବିଷ୍ଣୁଙ୍କୁ ତୁଳସୀ, ଗଣେଷଜୀଙ୍କୁ ଦୂବ, ଲକ୍ଷ୍ମୀଙ୍କୁ କଦମ୍ବ ଅତି ପ୍ରିୟ।

୨. ମହାଦେବଙ୍କୁ ମଲ୍ଲୀ, ବିଷ୍ଣୁଙ୍କୁ ଦୁଦୁରା, ଲକ୍ଷ୍ମୀଙ୍କୁ ମନ୍ଦାର ଏବଂ ସୂର୍ଯ୍ୟଦେବଙ୍କୁ ଟଗର ଫୁଲ ଦିଅନ୍ତୁ ନାହିଁ।

୩. ଗଣେଷଙ୍କୁ ତୁଳସୀ, ଦୁର୍ଗା ଏବଂ ସୂର୍ଯ୍ୟଙ୍କୁ ବେଲପତ୍ର ଚଢ଼ାନ୍ତୁ ନାହିଁ।

୪. ପାଞ୍ଚ ରାତି ଯାଏ କଦମ୍ବ ଫୁଲ ବାସଇ ହୋଇ ନଥାଏ। ପାଞ୍ଚ ଦିନରୁ ଅଧିକ ହୋଇଥିଲେ, ଏହି ଫୁଲ ଚଢ଼ାନ୍ତୁ ନାହିଁ।

୫. ୧୦ ରାତି ପର୍ଯ୍ୟନ୍ତ ତୁଳସୀ ପତ୍ର ବାସି ହୋଇ ନଥାଏ। ଏହାକୁ ବ୍ୟବହାର କରିପାରିବେ।

୬. ସୁନା ଓ ରୁପା ପାତ୍ରରେ ରଖା ଯାଇଥିବା ପାଣି ଅଶୁଦ୍ଧ ହୋଇ ନଥାଏ। ଏହାକୁ ପୂଜାରେ ବ୍ୟବହାର କରିହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos