ମେଷ: ଦିନଟି ଭଲରେ କଟିବ। ଭାଗ୍ୟ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।
ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଦେଶରୁ ଖୁସି ଖବର ଶୁଣିପାରନ୍ତି।
ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ ।
କର୍କଟ: ଶରୀର ସୁସ୍ଥ ରହିବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ।
ସିଂହ: ଘରକୁ ଅତିଥି ଆସିପାରନ୍ତି। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ମାଆଙ୍କ ସହ ମତାନ୍ତର ହୋଇପାରେ।
କନ୍ୟା: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କ ଆର୍ଶୀବାଦ ମିଳିବ।
ତୁଳା: ମନୋବଳ ଦୁର୍ବଳ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।
ବିଚ୍ଛା: ଉପହାର ମିଳିବ। ଅପରାହ୍ଣ ପରେ ଶୁଭ ଖବର ଶୁଣି ପାରନ୍ତି। ରାଗ ଉପରେ ନିୟନ୍ତ୍ରଣ କରନ୍ତୁ।
ଧନୁ: ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।
ମକର: ବିବାହ ସ୍ଥିର ହୋଇପାରେ। ଈଶ୍ୱରଙ୍କୁ ଆରାଧନା କରନ୍ତୁ। ଋଣ ଦିଅନ୍ତୁ ନାହିଁ।
କୁମ୍ଭ: ଅଧିକ ପରିଶ୍ରମ କରିପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।
ମୀନ: ମନ ବିଚଳିତ ରହିବ। ଅଳସୁଆ ଅନୁଭବ କରିବେ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।