୧ ଅକ୍ଟୋବର, ରବିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ସତର୍କ ରହିବା ଉଚିତ

ମେଷ: ସମସ୍ୟା କମିବ। ପରିଶ୍ରମ ଅନୁଯାୟୀ ଫଳ ମିଳିବ।  ଅର୍ଥପ୍ରାପ୍ତି ହେବ। ବାଦବିବାଦ ଭିତରେ ପଶନ୍ତୁ ନାହିଁ। ବୃଷ: ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଧର୍ମ କାର୍ଯ୍ୟରେ ମନ ଦେବେ। ଆଖପାଖ ଲୋକଙ୍କ ସହଯୋଗ ମିଳିବ। ଧନଲାଭ ହେବ। ମିଥୁନ: ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ପୁରୁଣା ସମସ୍ୟାର ସମାଧାନ ହେବ। ମାନସମ୍ମାନ ବଢ଼ିବ। କାର୍ଯ୍ୟବ୍ୟସ୍ତ ରହିବେ। ବ୍ୟବସାୟରେ ଉନ୍ନତି ହେବ। ସିଂହ: ଉଚ୍ଚ […]

zodaic

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 02:52 AM IST

ମେଷ: ସମସ୍ୟା କମିବ। ପରିଶ୍ରମ ଅନୁଯାୟୀ ଫଳ ମିଳିବ।  ଅର୍ଥପ୍ରାପ୍ତି ହେବ। ବାଦବିବାଦ ଭିତରେ ପଶନ୍ତୁ ନାହିଁ।

ବୃଷ: ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଧର୍ମ କାର୍ଯ୍ୟରେ ମନ ଦେବେ। ଆଖପାଖ ଲୋକଙ୍କ ସହଯୋଗ ମିଳିବ। ଧନଲାଭ ହେବ।

ମିଥୁନ: ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ପୁରୁଣା ସମସ୍ୟାର ସମାଧାନ ହେବ। ମାନସମ୍ମାନ ବଢ଼ିବ। କାର୍ଯ୍ୟବ୍ୟସ୍ତ ରହିବେ। ବ୍ୟବସାୟରେ ଉନ୍ନତି ହେବ।

ସିଂହ: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସନ୍ତାନସନ୍ତତିଙ୍କଠାରୁ ଲାଭବାନ ହେବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି।

କନ୍ୟା: କୌଣସି ବନ୍ଧୁଙ୍କ ସହ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରିୟ ବ୍ୟକ୍ତି ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି। କୌଣସି ସ୍ଥାନକୁ ଯାତ୍ରା କରିବାର ଥିଲେ ଭଲ ହେବ ତାହାକୁ ବାତିଲ କରି ଦିଅନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ବିଛା: କୌଣସି ଯୋଜନା ସଂପର୍କରେ ବାହାରେ ପ୍ରକାଶ କରନ୍ତୁ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ରହିଛି। ପୁରୁଣା ରୋଗ ସମସ୍ୟାରେ ପକାଇ ପାରେ।

ଧନୁ: ଆର୍ଥିକ ଲାଭ ହେବ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଆଖିରେ ସମସ୍ୟା ଦେଖାଯିବ। ଘରେ ଓ ବାହାରେ କାର୍ଯ୍ୟଭାର ଅଧିକ ରହିବ।

ମକର: ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। କୌଣସି ଧାର୍ମିକ କାର୍ଯ୍ୟ ସହିତ ଜଡ଼ିତ ହୋଇପାରନ୍ତି।

କୁମ୍ଭ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଉତ୍ସାହିତ ହୋଇ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ: ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଆକସ୍ମିକ ଭାବେ ଧନପ୍ରାପ୍ତି ହୋଇପାରେ। ପୁରୁଣା ସାଙ୍ଗଙ୍କ ସହ ଭେଟ ହୋଇପାରେ।

Related story