୨ ଅକ୍ଟୋବର, ସୋମବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଆଶା କରିଥିବା ଫଳ ପାଇବେ। ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅଧିକ ଆୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସ୍‌ରେ ବାତାବରଣ ଭଲ ରହିବ। ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ। ବାପା କିମ୍ବା ଅନ୍ୟ କାହା ସୂତ୍ରରୁ ଲାଭବାନ ହେବେ। ମିଥୁନ: ଖାଇବା-ପିଇବା ଉପରେ ଆଜି ବିଶେଷ ଧ୍ୟାନ ଦିଅନ୍ତୁ। […]

zodaic

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 02:50 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଆଶା କରିଥିବା ଫଳ ପାଇବେ। ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅଧିକ ଆୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସ୍‌ରେ ବାତାବରଣ ଭଲ ରହିବ। ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ। ବାପା କିମ୍ବା ଅନ୍ୟ କାହା ସୂତ୍ରରୁ ଲାଭବାନ ହେବେ।

ମିଥୁନ: ଖାଇବା-ପିଇବା ଉପରେ ଆଜି ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। କୌଣସି ପ୍ରକାର ବିପଦ ଆଶଙ୍କା ରହିଛି। ଖର୍ଚ୍ଚାନ୍ତ ହୋଇପାରନ୍ତି।

କର୍କଟ: ଆମୋଦ-ପ୍ରମୋଦରେ ଦିନଟି କଟିବ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଆୟ ବଢ଼ିବାର ଯୋଗ ରହିଛି। ଘରକୁ କିଛି ଦାମୀ ବସ୍ତୁ ଆଣିପାରନ୍ତି। ବାଦବିବାଦରୁ ଦୂରେଇ ରୁହନ୍ତୁ। ଅଯଥା କୌଣସି ପ୍ରସଙ୍ଗରେ ମୁଣ୍ଡ ଖେଳାନ୍ତୁ ନାହିଁ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ। ତେଣୁ ମନ ପ୍ରସନ୍ନ ରହିବ। ପରିବାରରେ ଖୁସିର ବାତାବରଣ ବଜାୟ ରହିବ। ରାସ୍ତାରେ ଯିବାଆସିବା ବେଳେ ସାବଧାନ ରୁହନ୍ତୁ।

ତୁଳା: ଆଜି ଦିନଟି ମିଶ୍ରଫଳ ପ୍ରଦାନ କରିବ। ମା’ଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ଅଛି।

ବିଛା: ଧନହାନି ଯୋଗ ରହିଛି। ଟିକେ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପୂର୍ବରୁ ବନ୍ଧୁମାନଙ୍କ ପରାମର୍ଶ ନିଅନ୍ତୁ।

ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସଂଯମ ଆଚରଣ କରନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ମକର: ଅଫିସ୍‌ରେ ଆପଣଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିବ। ସନ୍ଧ୍ୟା ପରେ ଉଦାସୀନ ରହିବେ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେବ। ଘରର କୌଣସି କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

କୁମ୍ଭ: ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ମାଲିମକଦମାରେ ସଫଳତା ମିଳିବ। ଉପହାର ପାଇପାରନ୍ତି।

ମୀନ: ଆଜି ଆପଣଙ୍କର ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ମଧ୍ୟ ଭଲ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ କରିବେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

Related story