୩ ଅକ୍ଟୋବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ଲୋକେ ଦୂରସ୍ଥାନକୁ ଯାତ୍ରା କରିବେ

ମେଷ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ମାନସମ୍ମାନ ମିଳିବ। ଘର ପରିବର୍ତ୍ତନ କରିପାରନ୍ତି। ମିଥୁନ: ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କର୍କଟ: ପେଟ ଜନିତ ସମସ୍ୟା ଦେଖାଦେଇ ପାରେ। ଜୀବନସାଥୀଙ୍କଠାରୁ ମାନସମ୍ମାନ ମିଳିବ। ଆର୍ଥିକ […]

zodaic

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 03:58 AM IST

ମେଷ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ମାନସମ୍ମାନ ମିଳିବ। ଘର ପରିବର୍ତ୍ତନ କରିପାରନ୍ତି।

ମିଥୁନ: ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ପେଟ ଜନିତ ସମସ୍ୟା ଦେଖାଦେଇ ପାରେ। ଜୀବନସାଥୀଙ୍କଠାରୁ ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ସିଂହ: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସନ୍ତାନସନ୍ତତିକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ପ୍ରତିଯୋଗିତା ଓ ପରୀକ୍ଷାରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁଡ଼ ଖାଇ ଘରୁ ବାହାରକୁ ଯାଆନ୍ତୁ।

ବିଛା: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିଜର ରାଗ ଓ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ଜମି କିଣିବାର ଯୋଗ ରହିଛି। ମାନସମ୍ମାନ ବଢିବ। ପୁରୁଣା ସମସ୍ୟାର ସମାଧାନ ହୋଇଯିବ।

ମକର: ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ବାହାଘର ସ୍ଥିର ହେବାର ଯୋଗ ରହିଛି। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଆଜିର ଦିନଟି ଶୁଭ। ଅଟକି ରହିଥିବା କାମ ପୂରା ହୋଇପାରେ।

କୁମ୍ଭ: ଆଜି ଦିନଟି ଆପଣଙ୍କର ଭଲରେ କଟିବ ନାହିଁ। ବ୍ୟବସାୟରେ କ୍ଷତି ହୋଇପାରେ। ବନ୍ଧୁଙ୍କ ସହ ମତାନ୍ତର ହେବାର ଆଶଙ୍କା ରହିଛି।

ମୀନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହଯୋଗ ପାଇବେ। ଜମି କିଣିବାର ଯୋଗ ରହିଛି।

 

 

 

 

Related story