ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ।
ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନୁ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।
ମିଥୁନ: ଶୁଭ ଖବର ଶୁଣି ପାରନ୍ତି। ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ। ଘରକୁ ଅତିଥି ଆସିପାରନ୍ତି।
କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।
ସିଂହ: ହସଖୁସିରେ ସମୟ ବିତାଇବେ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ନୂତନ ପୋଷାକ କିଣିପାରନ୍ତି।
କନ୍ୟା: ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଇଶ୍ୱରଙ୍କୁ ଆରାଧନା କରନ୍ତୁ।
ତୁଳା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ।
ବିଚ୍ଛା: ଦିନଟି ଭଲରେ କଟିବ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ଧନପ୍ରାପ୍ତି ଯୋଗ ରହିଛି।
ଧନୁ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ମକର: ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ।
କୁମ୍ଭ: ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଭାଗ୍ୟ ବୃଦ୍ଧି ହେବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ମୀନ: ଜୀବନସାଥୀଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମାନ-ସମ୍ମାନ ବଢ଼ିବ।