ଆସନ୍ତା ରବିବାର ଜନ୍ମାଷ୍ଟମୀ। ସାରାଦେଶରେ ଏହି ଉତ୍ସବ ବେଶ୍ ଧୁମ୍ଧାମ୍ରେ ପାଳନ କରାଯିବ। ତେବେ ଏହି ଜନ୍ମାଷ୍ଟମୀ ଅବସରରେ ୪ଟି ରାଶିର ବ୍ୟକ୍ତିଙ୍କ ଖରାପ ସମୟ ଶେଷ ହେବ। ଏହାସହିତ ସେମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। ଆସନ୍ତୁ ଜାଣିବା ଏହି ୪ ରାଶିଙ୍କ ବିଷୟରେ।
ତୁଳା: ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିଅର୍ରେ ଉନ୍ନତି କରିବେ। ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ମିଳିବ।
ଧନୁ: ପ୍ରେମ ସମ୍ପର୍କକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଅବିବାହିତ ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ।
କୁମ୍ଭ:କାର୍ଯ୍ୟରେ ସଫଳତା ପାଇବେ। ଖୁସିରେ ରହିବେ। ଖର୍ଚ୍ଚ ବଢ଼ିବ। ତେଣୁ ସେଥିପ୍ରତି ସଜାଗ ରୁହନ୍ତୁ। ମହିଳାମାନଙ୍କ ଉନ୍ନତି ହେବ। ମାଆଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ।
ମେଷ: ପରିବାରରେ ହସ ଖୁସିର ବାତାବରଣ ରହିବ। ଆପଣଙ୍କ ପ୍ରତିଟି କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ। ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।