୧୧ଡିସେମ୍ବର, ଶୁକ୍ରବାର: ଶୁଭ ଖବର ପାଇବେ

ମେଷ: ପୁରାତନ ରୋଗରେ ସାମନ୍ୟ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶା ମୁତାବକ ଫଳପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଦୂରଯାତ୍ରର ସୁଯୋଗ ପାଇବେ। ବୃଷ: ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିବା ଆକସ୍ମିକ ଅର୍ଥଲାଭ ଯୋଗ ରହିଛି। ନୂଆ ଚାକିରିରେ ଯୋଗ ଦେଇପାରନ୍ତି। ବ୍ୟବସାୟୀମାନେ କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବା ଭଳି ମାନ୍ୟତା ଦେବେ। ମିଥୁନ: ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପନ୍ନ ହେବ। ଗୃହୋପକରଣ କ୍ରୟ କରିପାରନ୍ତି। ଅନେକ ସମସ୍ୟାର ସମାଧାନ ହୋଇ […]

rasifala

Tapaswini Nayak
  • Published: Friday, 11 December 2020
  • , Updated: 11 December 2020, 07:53 AM IST

ମେଷ: ପୁରାତନ ରୋଗରେ ସାମନ୍ୟ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶା ମୁତାବକ ଫଳପ୍ରାପ୍ତି ହେବ।
ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଦୂରଯାତ୍ରର ସୁଯୋଗ ପାଇବେ।

ବୃଷ: ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିବା ଆକସ୍ମିକ ଅର୍ଥଲାଭ ଯୋଗ ରହିଛି। ନୂଆ ଚାକିରିରେ ଯୋଗ ଦେଇପାରନ୍ତି। ବ୍ୟବସାୟୀମାନେ କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବା ଭଳି ମାନ୍ୟତା ଦେବେ।

ମିଥୁନ: ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପନ୍ନ ହେବ। ଗୃହୋପକରଣ କ୍ରୟ କରିପାରନ୍ତି। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସମାଧାନ କରିପାରିବେ। ନିଜର ଲୋକମାନେ ସହଯୋଗର ହାତ ବଢ଼ାଇବେ।

ସିଂହ: ଶୁଭ ଖବର ପାଇବେ। ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ରହିବ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସୁବିଧାରେ ହୋଇଯିବ।

କନ୍ୟା: ଶୁଭ ସମାଚାର ମିଳିବ ଓ ନିଜ ଲୋକମାନେ ସାହାଯ୍ୟ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଆଦି କ୍ଷେତ୍ରରେ ଆଗ୍ରହ ବଢିବ।

ତୁଳା: ଉଚ୍ଚାଧିକାରୀଙ୍କ ସହ ସଂପକ ଦୃଢ଼ ହେବ। ପାରିବାରିକ ତିକ୍ତତା ଦୂର ହେବା ସହ ପରିବାର ହିତ ପାଇଁ ଅଧିକ ଖର୍ଚ୍ଚ କରିବେ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।

ବିଛା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବଢ଼ିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ଧନୁ: ନିଜ ଦକ୍ଷତା ଯୋଗୁ ସଫଳତା ପାଇବେ। କର୍ତ୍ତବ୍ୟକୁ ଗୁରୁତ୍ୱ ଦେବେ। ଅଭାବ, ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ।

ମକର: ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଦୂରଯାତ୍ରାର ସୁଯୋଗ ପାଇବେ ଓ ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ।

କୁମ୍ଭ: ଶୁଭ ସମାଚାର ପାଇ ଖୁସି ହେବେ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ବନ୍ଧୁଙ୍କ ସହଯୋଗ ପାଇ ମାନସିକ ସୁସ୍ଥତା ଅନୁଭବ କରିବେ।

ମୀନ: ପାରିବାରିକ ଜୀବନ ଭଲ ରହିବ। କୋର୍ଟ କଚେରୀ ମାମଲାରେ ନିଜ ଜିଦ୍‌ରୁ ନିବୃତ ହେବା ଶ୍ରେୟସ୍କର ହେବ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚାଲିବା ଉଚିତ।

Related story