୧୯ ଡିସେମ୍ବର,ଶନିବାର: ମହିଳାମାନେ ହସଖୁସିରେ ଦିନ କାଟିବେ

ମେଷ:  ବିଦ୍ୟାର୍ଥୀମାନେ ନିଜ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ। ମାଆ, ବାପାଙ୍କୁ ପ୍ରଣାମ କରନ୍ତୁ। ବୃଷ: ଶତ୍ରୁମାନେ ପରାଜିତ ହେବେ। ସମସ୍ତ ଚିନ୍ତା ଦୂର ହେବ। ଖାଦ୍ୟପେୟ ପ୍ରତି ସଜାଗ ନ ରହିଲେ ସ୍ୱାସ୍ଥ୍ୟହାନୀ ହୋଇପାରେ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ। ମିଥୁନ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶଂସିତ ହେବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ବ୍ୟବସାୟରେ ଆୟ ବଢ଼ିବ। କର୍କଟ: ଶରୀର ସୁସ୍ଥ ରହିବ ଓ ଉତ୍ତମ […]

RASI

Tapaswini Nayak
  • Published: Saturday, 19 December 2020
  • , Updated: 19 December 2020, 09:13 AM IST

ମେଷ:  ବିଦ୍ୟାର୍ଥୀମାନେ ନିଜ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ। ମାଆ, ବାପାଙ୍କୁ ପ୍ରଣାମ କରନ୍ତୁ।

ବୃଷ: ଶତ୍ରୁମାନେ ପରାଜିତ ହେବେ। ସମସ୍ତ ଚିନ୍ତା ଦୂର ହେବ। ଖାଦ୍ୟପେୟ ପ୍ରତି ସଜାଗ ନ ରହିଲେ ସ୍ୱାସ୍ଥ୍ୟହାନୀ ହୋଇପାରେ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶଂସିତ ହେବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ବ୍ୟବସାୟରେ ଆୟ ବଢ଼ିବ।

କର୍କଟ: ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। ଦୂରସ୍ଥାନକୁ ଯାତ୍ରା କରିବେ।

ସିଂହ: ପାରିବାରିକ ଦ୍ୱନ୍ଦ୍ୱ ଓ ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖା ଦେବ। ଗୁପ୍ତ ଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି।

କନ୍ୟା: ପ୍ରତ୍ୟେକଟି କାର୍ଯ୍ୟରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ହସଖୁସିରେ ଦିନ କଟାଇବେ। ମହାଦେବଙ୍କୁ ଦର୍ଶନ କରନ୍ତୁ।

ତୁଳା: ପରିଶ୍ରମଜନିକ କ୍ଳାନ୍ତି ଦେଖାଦେଇପାରେ। ଆପଣଙ୍କ ପ୍ରଗତିକୁ ପ୍ରତିରୋଧ କରିବାକୁ ଶତ୍ରୁମାନେ ଚେଷ୍ଟା କରିବେ। ଅପରାହ୍ନରେ ସମସ୍ତଙ୍କୁ ଦୁର୍ବଳ କରି ସଫଳତା ଆଡ଼କୁ ଗତି କରିବେ।

ବିଛା: କଳ୍ପନା ବିଳାସୀ ହେବେ। ସନ୍ତାନମାନଙ୍କୁ ନେଇ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଲୋକପ୍ରିୟତା ବୃଦ୍ଧି ପାଇବା ସହ ଆର୍ଥିକ ପ୍ରଗତି ହେବ।

ଧନୁ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ବିଦ୍ୟା ଗ୍ରହଣ ସହ ବନ୍ଧୁ ଗହଣରେ ସମୟ କଟିବ। ପାରିବାରିକ ଅଶାନ୍ତି ଓ କଳହ ଦେଖାଦେଇପାରେ,  ଯାହା ଆପଣଙ୍କ ଶାନ୍ତିକୁ ବ୍ୟାହାତ କରିବ।

ମକର: ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ସମାଜରେ ପତିଆରା ବୃଦ୍ଧି ହେବ। ପଡ଼ୋଶୀ ଘରେ ଆପଣଙ୍କ ନେଇ ଚର୍ଚ୍ଚା ହେବ, ଯାହା ଆନନ୍ଦ ପ୍ରଦାନ କରିବ।

କୁମ୍ଭ: ପାରିବାରିକ ସୁଖ ସହ ଉତ୍ତମ ଖାଦ୍ୟପେୟର ସୁଯୋଗ ରହିଛି। ଘରକୁ ଅର୍ଥର ଆଗମନ ହେବ । ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବେ।

ମୀନ: ବସ୍ତ୍ର, ଆଭୂଷଣରେ ସଜ୍ଜିତ ହୋଇ ଆମୋଦ ପ୍ରମୋଦଯୁକ୍ତ ହେବେ। ମାନ, ସମ୍ମାନ ଓ ଅର୍ଥ ପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ଲୋକପ୍ରିୟତା ବୃଦ୍ଧି ପାଇବ।

Related story