୨୬ ଡିସେମ୍ବର, ଶନିବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବେ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବ୍ୟବସାୟରେ ଲାଭ ପାଇବା ହେତୁ ମନ ଖୁସି ରହିବ। ମିଥୁନ: ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ। କର୍କଟ: ପ୍ରତ୍ୟେକଟି […]

Daily Horoscope

Jitendra Garnayak
  • Published: Saturday, 26 December 2020
  • , Updated: 26 December 2020, 07:53 AM IST

ମେଷ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବେ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବ୍ୟବସାୟରେ ଲାଭ ପାଇବା ହେତୁ ମନ ଖୁସି ରହିବ।

ମିଥୁନ: ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ।

କର୍କଟ: ପ୍ରତ୍ୟେକଟି କ୍ଷେତ୍ରରେ ଶୁଭଫଳ ପାଇବେ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ସିଂହ: କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦ ବିବାଦ ଦେଖା ଦେବ। ବିରୋଧୀମାନେ ହଇରାଣ କରିପାରନ୍ତି। ପ୍ରତିକାର- ଆଜି ହଳଦୀ ପାଣିରେ ସ୍ନାନ କରନ୍ତୁ।

କନ୍ୟା: ସାମାନ୍ୟ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ। ପରିଶ୍ରମ ତୁଳନାରେ ଆୟ କମ୍ ରହିବ। ପ୍ରତିକାର- ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ତଥାପି ଟିକେ ଜଗି ରଖି ଚଳନ୍ତୁ। ଆୟ ବଢ଼ିବ।

ବିଛା: ପାରିବାରିକ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କିଛି ଛୋଟ କଥାକୁ ନେଇ ମନରେ ଟିକେ ଦ୍ୱନ୍ଦ୍ୱ ରହିବ।

ଧନୁ: ମହିଳାମାନେ ସାବଧାନତା ଅବଳମ୍ବନ କରନ୍ତୁ। ନହେଲେ ପ୍ରତ୍ୟେକଟି କାର୍ଯ୍ୟରେ ସମାଲୋଚିତ ହେବେ। ନିଜ ଲୋକଙ୍କ ଠାରୁ ବିରୋଧର ସମ୍ମୁଖୀନ ହେବେ।

ମକର: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ନୂଆ ଯୋଜନାରେ କାର୍ଯ୍ୟ କରି ସଫଳ ହେବେ। ଅଯଥାରେ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

କୁମ୍ଭ: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ଯୋଗୁ ମନ ଅଶାନ୍ତ ରହିବ।
ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ କଷ୍ଟ ଦେଇପାରେ।

Related story