୨୩ ସେପ୍ଟେମ୍ୱର,ସୋମବାର: ଅଧିକ ପରିଶ୍ରମ କରିବେ

ମେଷ: ଦିନଟି ଭଲରେ କଟିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିବେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ମିଥୁନ: ବ୍ୟବସାୟରେ ଲାଭ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବେ। ଖର୍ଚ୍ଚ ବଢ଼ିପାରେ। କର୍କଟ: ପରିବାରରେ ହସ ଖୁସିର ବାତାବରଣ ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରିବେ। ନିଜ ରାଗ ଓ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। […]

astro-

Jyoshna Pradhan
  • Published: Monday, 23 September 2019
  • , Updated: 23 September 2019, 07:20 AM IST

ମେଷ: ଦିନଟି ଭଲରେ କଟିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିବେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ।

ମିଥୁନ: ବ୍ୟବସାୟରେ ଲାଭ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବେ। ଖର୍ଚ୍ଚ ବଢ଼ିପାରେ।

କର୍କଟ: ପରିବାରରେ ହସ ଖୁସିର ବାତାବରଣ ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରିବେ। ନିଜ ରାଗ ଓ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରିବେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

ତୁଳା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ବିଛା:  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ପଦନ୍ନୋତିର ଯୋଗ ରହିଛି।

ଧନୁ: ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମକର: ଘରକୁ କିଛି ନୂଆ ଜିନିଷ କିଣି ଆଣି ପାରନ୍ତି। ବିଦେଶ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

 କୁମ୍ଭ: କୌଣିସି ଏକ ବିଷୟକୁ ନେଇ ଚର୍ଚ୍ଚା କରିପାରନ୍ତି। ପିଲାଙ୍କ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ। ଅସୁସ୍ଥ ଅନୁଭବ କରିବେ।

 ମୀନ: ଦିନଟି ମିଶ୍ର ଫଳ ଦେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଦୁର୍ଘଟଣାର  ଯୋଗ ରହିଛି, ସତର୍କ ରୁହନ୍ତୁ।

Related story