ହସ୍ତାକ୍ଷରରୁ ଜାଣିହେବ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଆର୍ଥିକ ସ୍ଥିତି କେମିତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୁଦ୍ର ଶାସ୍ତ୍ର ଅନୁସାରେ ଯେ କୌଣସି ବ୍ୟକ୍ତିଙ୍କ ହସ୍ତାକ୍ଷର ଆଧାରରେ ତାଙ୍କର ସ୍ୱଭାବ ବିଷୟରେ ଜାଣିହେବ। ଏଥିସହିତ ବ୍ୟକ୍ତିର ହସ୍ତାକ୍ଷରରୁ ମଧ୍ୟ ଆର୍ଥିକ ସ୍ଥିତି ଜାଣିହେବ। କିଛି ଲୋକ ନିଜ ହସ୍ତାକ୍ଷରକୁ ଅତି ଘନିଷ୍ଠ ଭାବରେ କରିଥାନ୍ତି। ଏହାର ଅର୍ଥ ହସ୍ତାକ୍ଷରରେ ଅକ୍ଷର ମଧ୍ୟରେ ଫାଙ୍କା ସ୍ଥାନ ନଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତି କୃପଣ ହୋଇଥାନ୍ତି। ଟଙ୍କା ଖର୍ଚ୍ଚ କରିବା ପାଇଁ ଏହି ପ୍ରବୃତ୍ତିର ବ୍ୟକ୍ତି ଇଚ୍ଛାପ୍ରକାଶ କରି ନ […]

sign1

Puspanjali Panda
  • Published: Wednesday, 03 October 2018
  • , Updated: 03 October 2018, 01:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୁଦ୍ର ଶାସ୍ତ୍ର ଅନୁସାରେ ଯେ କୌଣସି ବ୍ୟକ୍ତିଙ୍କ ହସ୍ତାକ୍ଷର ଆଧାରରେ ତାଙ୍କର ସ୍ୱଭାବ ବିଷୟରେ ଜାଣିହେବ। ଏଥିସହିତ ବ୍ୟକ୍ତିର ହସ୍ତାକ୍ଷରରୁ ମଧ୍ୟ ଆର୍ଥିକ ସ୍ଥିତି ଜାଣିହେବ। କିଛି ଲୋକ ନିଜ ହସ୍ତାକ୍ଷରକୁ ଅତି ଘନିଷ୍ଠ ଭାବରେ କରିଥାନ୍ତି। ଏହାର ଅର୍ଥ ହସ୍ତାକ୍ଷରରେ ଅକ୍ଷର ମଧ୍ୟରେ ଫାଙ୍କା ସ୍ଥାନ ନଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତି କୃପଣ ହୋଇଥାନ୍ତି। ଟଙ୍କା ଖର୍ଚ୍ଚ କରିବା ପାଇଁ ଏହି ପ୍ରବୃତ୍ତିର ବ୍ୟକ୍ତି ଇଚ୍ଛାପ୍ରକାଶ କରି ନ ଥାନ୍ତି।
ଏହା ବ୍ୟତୀତ ଯେଉଁମାନେ ନିଜ ହସ୍ତାକ୍ଷର ବିସ୍ତାର ଭାବରେ କରିଥାନ୍ତି, ସେମାନେ ଅଧିକ ଦେଖାଣିଆ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଏହି ବର୍ଗର ବ୍ୟକ୍ତି ସୌଖୀନ ଜୀବନଶୈଳୀକୁ ଅଧିକ ପସନ୍ଦ କରିଥାନ୍ତି। ଆଉ ହାତ ଖୋଲି ପଇସା ଖର୍ଚ୍ଚ କରିଥାନ୍ତି।

ସେହିପରି ଯେଉଁମାନଙ୍କ ଗୋଟିଏ ହସ୍ତାକ୍ଷର ସିଧା ଏବଂ ଗୋଟିଏ ସରଳରେଖା ବିଶିଷ୍ଟ ହୋଇଥାଏ, ସମୁଦ୍ର ଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହା ସହିତ ଏହି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ ଥାଏ।
କିଛି ଲୋକ ନିଜର ହସ୍ତାକ୍ଷର ତଳୁ ଉପର ଆଡ଼କୁ କରିଥାନ୍ତି। ଶାସ୍ତ୍ର ଅନୁସାରେ ଏହି ବର୍ଗର ବ୍ୟକ୍ତି ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି। ଧର୍ମ ସହିତ ଜଡ଼ିତ ଥିବା କାର୍ଯ୍ୟରେ ଏମାନଙ୍କ ମନ ଲାଗିଥାଏ। ଏହା ସହିତ ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ଥାଏ। ଆବଶ୍ୟକତା ଅନୁସାରେ ଏହି ବ୍ୟକ୍ତିମାନେ ଧନ ଖର୍ଚ୍ଚ କରିଥାନ୍ତି।
ସେହିପରି କିଛି ଲୋକ ହସ୍ତାକ୍ଷରକୁ ଉପର ଆଡୁ ତଳକୁ କରିଥାନ୍ତି, ସମୁଦ୍ର ଶାସ୍ତ୍ର ଅନୁସାରେ ଏହି ପ୍ରକାର ବ୍ୟକ୍ତି ନକାରାତ୍ମକ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିଥାଏ।
ଅନ୍ୟ କିଛି ଲୋକଙ୍କ ହସ୍ତାକ୍ଷରରେ ପ୍ରଥମ ଅକ୍ଷର ବଡ଼ ଏବଂ ଅନ୍ୟ ସମସ୍ତ ଅକ୍ଷର ଛୋଟ ହୋଇଥାଏ। ଏହି ପ୍ରକାର ବ୍ୟକ୍ତିଙ୍କୁ ସମୁଦ୍ର ଶାସ୍ତ୍ରରେ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ କୁହାଯାଇଛି।

Related story