ଘରେ ସୁଖ ଶାନ୍ତି ପାଇଁ କ’ଣ କହେ ବାସ୍ତୁ ଶାସ୍ତ୍ର, ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯେତେ ରୋଜଗାର କଲେ ମଧ୍ୟ ଅଭାବ ରହୁଛି। ଘରେ ସୁଖ ଶାନ୍ତି ରହୁନି। ଏ ସମ୍ପର୍କରେ ବାସ୍ତୁ ନିୟମ କ’ଣ କୁହେ ଆସନ୍ତୁ ଜାଣିବା। ଘର ଏବଂ ଅଫିସ ସମ୍ମୁଖରେ କାଚ ଭରା ପାଣି ରଖନ୍ତୁ।  ଯେଉଁଥିରେ ଆପଣ ସୁଗନ୍ଧଭରା ଫୁଲ ରଖିପାରିବେ। ଯାହା ଫଳରେ ଘରର ସକରାତ୍ମକ ଶକ୍ତି ବୃଦ୍ଧି ପାଇବ। ଆଉ ଘରକୁ ସୁଖ ଶାନ୍ତି ଆସିଥାଏ। ଦ୍ୱିତୀୟ ଜିନିଷ ହେଉଛି ମାଳ। ବେଲ, ଅଶୋକ ଏବଂ ଆମ୍ବର ପତ୍ରର ମାଳ ତିଆରି […]

vast

Tapas Behera
  • Published: Thursday, 22 November 2018
  • , Updated: 22 November 2018, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯେତେ ରୋଜଗାର କଲେ ମଧ୍ୟ ଅଭାବ ରହୁଛି। ଘରେ ସୁଖ ଶାନ୍ତି ରହୁନି। ଏ ସମ୍ପର୍କରେ ବାସ୍ତୁ ନିୟମ କ’ଣ କୁହେ ଆସନ୍ତୁ ଜାଣିବା। ଘର ଏବଂ ଅଫିସ ସମ୍ମୁଖରେ କାଚ ଭରା ପାଣି ରଖନ୍ତୁ।  ଯେଉଁଥିରେ ଆପଣ ସୁଗନ୍ଧଭରା ଫୁଲ ରଖିପାରିବେ।

ଯାହା ଫଳରେ ଘରର ସକରାତ୍ମକ ଶକ୍ତି ବୃଦ୍ଧି ପାଇବ। ଆଉ ଘରକୁ ସୁଖ ଶାନ୍ତି ଆସିଥାଏ। ଦ୍ୱିତୀୟ ଜିନିଷ ହେଉଛି ମାଳ। ବେଲ, ଅଶୋକ ଏବଂ ଆମ୍ବର ପତ୍ରର ମାଳ ତିଆରି କରନ୍ତୁ। ଏହାକୁ ଘର ଏବଂ ଅଫିସ ବାହାରେ ବାନ୍ଧନ୍ତୁ। ଏହା ଦ୍ୱାରା ଘରୁ ନକରାତ୍ମ ଶକ୍ତି ଦୂର ହୋଇଥାଏ। ପରିବାରର ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ହେଲେ ମାଳ ଶୁଖିଗଲେ ଏହାକୁ ବଦଳାଇ ଦେବା ଉଚିତ୍‌। ତୃତୀୟ ଜିନିଷ ହେଛି ମା’ ଲକ୍ଷ୍ମୀଙ୍କ ପାଦ। ଘର ଏବଂ ଅଫିସ୍‌ ଦ୍ୱାରର ପ୍ରବେଶ ଦ୍ୱାରରେ ଲକ୍ଷ୍ମୀଙ୍କ ପାଦ ତିଆରି କରନ୍ତୁ।

ଏହା ଦ୍ୱାରା ସମୃଦ୍ଧି ଆସିଥାଏ। ଚତୁର୍ଥ ଜିନିଷ ହେଉଛି ଶୁଭ ଲାଭ। ଘର, ଅଫିସ କିମ୍ବା ଦୋକାନ ସମ୍ମୁଖରେ ଶୁଭ ଲାଭର ଚିତ୍ର ଆଙ୍କନ୍ତୁ । ଏହା ଦ୍ୱାରା ରୋଗ ଏବଂ ଶୋକ ଦୂର ହୋଇଥାଏ। ପଞ୍ଚମ ଜିନିଷ ହେଉଛି ସ୍ୱସ୍ତିକ୍‌। ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିତ୍ର ଆଙ୍କିଲେ ସୌଭାଗ୍ୟ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଷଷ୍ଠ ଜିନିଷ ହେଉଛି ଘରର ପ୍ରବେଶ ଦ୍ୱାରର ବଡ଼ କବାଟ। ନିଜର ମୁଖ୍ୟ ଦ୍ୱାର କବାଟକୁ ଅନ୍ୟ କୋଠରୀଠାରୁ ବଡ଼ ରଖନ୍ତୁ। ଯଦି ଆପଣ ଚାହୁଁଛନ୍ତି ଘରକୁ ଆର୍ଥିକ ଅନଟନ ମାଡ଼ି ନଆସୁ ତେବେ ଆପଣଙ୍କ ଘର ସମ୍ମୁଖରେ ସିନ୍ଦୁକର ଚିତ୍ର ଆଙ୍କିପାରିବେ। ମୁଖ୍ୟ ଦ୍ୱାରର ସାମ୍ନା ପଟେ ମନ୍ଦିର, ବୃକ୍ଷ, କୂଅ କିମ୍ବା ଖୁଣ୍ଟ ରହିବା ଉଚିତ ନୁହେଁ। ଏହାକୁ ବାସ୍ତୁ ବାଧା କୁହାଯାଏ। କାରଣ ଏହା ଦ୍ୱାରା ଲକ୍ଷ୍ମୀଙ୍କ ପ୍ରବେଶରେ ବାଧା ସୃଷ୍ଟି ହୁଏ।

Related story