୧ ଫେବୃଆରୀ, ସୋମବାର: ଆୟ ବ୍ୟୟ ପ୍ରାୟ ସମାନ ରହିବ

ମେଷ: ବୁଦ୍ଧିମତାର ସହ କାମ କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଣିଜ୍ୟ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ଲାଭ କରିବେ। ବୃଷ: ଭିତ୍ତିହୀନ ଆରୋପ, ଅଯଥା ଯୁକ୍ତିତର୍କ ଯୋଗୁ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ।  ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହେବେ। ମିଥୁନ: ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । କିନ୍ତୁ ମନୋବଳ ଦୃଢ ରହିବ। କର୍ମକ୍ଷେତ୍ରରେ […]

Horoscope

Niharika Rout
  • Published: Monday, 01 February 2021
  • , Updated: 01 February 2021, 08:31 AM IST

ମେଷ: ବୁଦ୍ଧିମତାର ସହ କାମ କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଣିଜ୍ୟ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ଲାଭ କରିବେ।

ବୃଷ: ଭିତ୍ତିହୀନ ଆରୋପ, ଅଯଥା ଯୁକ୍ତିତର୍କ ଯୋଗୁ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ।  ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହେବେ।

ମିଥୁନ: ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । କିନ୍ତୁ ମନୋବଳ ଦୃଢ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ସୃଷ୍ଟି ହେବ।

କର୍କଟ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ତଥାପି ବାଧାବିଘ୍ନ ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବୃଦ୍ଧି ହେବ।

ସିଂହ: ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ମନରେ ଭାବୁଥିବା କଥା ଅଚାନକ ପୂରଣ ହୋଇପାରେ ।

କନ୍ୟା: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ହେବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ ସମାଧାନ କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: ଅପରାହ୍ନରେ ପାରିବାରିକ ଅଶାନ୍ତି ଲାଗିପାରେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ସୃଷ୍ଟି ହେବ। ଭାତ୍ରୁ ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଛା: ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇ ପାରିବେ। ପ୍ରାଇଭେଟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଶାନ୍ତି ଦେଖା ଦେଇପାରେ।

ଧନୁ: ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ଏବଂ ସୁସ୍ୱାଦୁ ଭୋଜନ କରିବେ। ଆଜି ଆପଣଙ୍କର  ବହୁଦିନର ଦୂର ବନ୍ଧୁଙ୍କ ସହ ମିଳନ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ ଦେବ, ସୁଫଳ ମିଳିପାରେ ।

ମକର: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ଚିନ୍ତା କରିପାରନ୍ତି। ଆୟ ଅନୁପାତରେ ବ୍ୟୟ ଅଧିକ ହେବ।

କୁମ୍ଭ: ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ, ତେଣୁ ଜଗିରଖି ଚଳନ୍ତୁ। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ।

ମୀନ: ଗୃହକୁ କୌଣସି ନୂତନ ସୌଖିନ ଦ୍ରବ୍ୟ କ୍ରୟ କରି ଆଣିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ଲାଭ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

Related story