ଭୁଲ୍‌ରେ ବି ଘରେ ଲଗାନ୍ତୁ ନାହିଁ ଏସବୁ ଗଛ, ଜାଣନ୍ତୁ କେଉଁସବୁ ଗଛ ଅଶୁଭ ଆଉ କିଏ ଶୁଭ ଫଳ ଦିଅନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପରିବେଶ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ଲୋକମାନେ ଘରର ବଗିଚା, ବାଲ୍‌କୋନି ଓ ଖାଲିସ୍ଥାନରେ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି। କିନ୍ତୁ ଆମେ ଅଜାଣତରେ ଘରେ ବା ଆଖପାଖ ପରିସରରେ ଏପରି କିଛି ଗଛ ଲଗାଇଥାଉ, ଯାହା ଆମକୁ ଅଶୁଭ ଫଳ ଦେଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଗଛ ରହିଛି, ଯାହା ଲଗାଇବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶର ଆଶଙ୍କା ଥାଏ। ଏହାଦ୍ୱାରା ଘରେ ବିନା କାରଣରେ ବାଦ ବିବାଦ, […]

tree

Jitendra Garnayak
  • Published: Friday, 24 August 2018
  • , Updated: 24 August 2018, 02:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପରିବେଶ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ଲୋକମାନେ ଘରର ବଗିଚା, ବାଲ୍‌କୋନି ଓ ଖାଲିସ୍ଥାନରେ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି। କିନ୍ତୁ ଆମେ ଅଜାଣତରେ ଘରେ ବା ଆଖପାଖ ପରିସରରେ ଏପରି କିଛି ଗଛ ଲଗାଇଥାଉ, ଯାହା ଆମକୁ ଅଶୁଭ ଫଳ ଦେଇଥାଏ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଗଛ ରହିଛି, ଯାହା ଲଗାଇବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶର ଆଶଙ୍କା ଥାଏ। ଏହାଦ୍ୱାରା ଘରେ ବିନା କାରଣରେ ବାଦ ବିବାଦ, କଳି ଝଗଡ଼ା ଲାଗି ରହେ ଓ ଅଶାନ୍ତି ସୃଷ୍ଟି ହୁଏ। ବିଶେଷ କରି ଘରେ କଣ୍ଟାଯୁକ୍ତ, କ୍ଷୀର ବାହାରୁଥିବା ଓ ବିଷାକ୍ତ ଗଛ ରଖିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଧନହାନି ସହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ।

ଆସନ୍ତୁ ଜାଣିବା, କେଉଁସବୁ ଗଛ ଘର ବା ଆଖପାଖରେ ଲଗାଇବା ଉଚିତ୍ ନୁହେଁ।

କ୍ୟାକ୍‌ଟସ୍: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବା ବଗିଚାରେ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ। ଯେଉଁ ଗଛରୁ କ୍ଷୀର ବାହାରେ, ସେହିପ୍ରକାର ଗଛକୁ ମଧ୍ୟ ଘର ବା ବଗିଚାରେ ଲଗାଇବାକୁ ବାରଣ କରାଯାଇଛି। ଏପରିସବୁ ଗଛ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶରେ ସହାୟକ ହୋଇଥାଏ। ଘରର ସଦସ୍ୟଙ୍କ ଦେହ  ମଧ୍ୟ ଅସୁସ୍ଥ ରହିଥାଏ।

ବୋନ୍‌ସାଇ ଗଛ: ବାସ୍ତୁଶାସ୍ତ୍ର ଅନୁଯାୟୀ, ବୋନ୍‌ସାଇ ଗଛ ଘରେ ଲଗାଇବା ଦ୍ୱାରା, ପରିବାର ସଦସ୍ୟଙ୍କ ଭାଗ୍ୟୋଦୟରେ ବାଧା ଉପୁଜିଥାଏ। ଘରେ ସବୁବେଳେ ଅଭାବ ମଧ୍ୟ ଲାଗି ରହିଥାଏ।

ତେନ୍ତୁଳି ଓ ମେହେନ୍ଦୀ: କୁହାଯାଏ, ତେନ୍ତୁଳି ଓ ମେହେନ୍ଦୀ ଗଛରେ ନକାରାତ୍ମକ ଶକ୍ତି ବାସ କରିଥା'ନ୍ତି। ତେଣୁ ଘରେ ଏହି ଦୁଇ ଗଛ ଲଗାଇବା ଅଶୁଭ ଫଳ ଦେଇଥାଏ।

ଡେଡ୍‌ ପ୍ଲାଣ୍ଟ୍‌: ଘରେ ଡେଡ୍‌ ପ୍ଲାଣ୍ଟ୍‌ ବା ମୃତ ଗଛ ରଖିଲେ, ନକାରାତ୍ମକ ଶକ୍ତିଙ୍କ ପାଇଁ ପ୍ରବେଶ କରିବା ସହଜ ହୋଇଥାଏ। ଏହାବ୍ୟତୀତ ମୃତ ଗଛ ଅମ୍ଳଜାନ ଛାଡ଼ିବା ବଦଳରେ କାର୍ବନ୍‌ ଡାଇଅକ୍‌ସାଇଡ୍ ଛାଡ଼ିଥାନ୍ତି। ଏହାର ପ୍ରତିକୂଳ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ।

ଏହିସବୁ ଗଛ ଲଗାଇବା ଶୁଭଦାୟକ

[caption id="attachment_267079" align="aligncenter" width="750"] photo credit- Balcony Garden Web[/caption]

ତୁଳସୀ: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର କିମ୍ବା ଅଫିସ୍‌ର ପୂର୍ବ ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ରଖିବା ଉଚିତ୍‌। ଏହାଦ୍ୱାର ଧନ ଲାଭ ସହ ମାନସିକ ଶାନ୍ତି ମିଳିଥାଏ। ତୁଳସୀ ଗଛକୁ କେବେ ହେଲେ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ।

ଧଳା ମନ୍ଦାର: ଘରର ଉତ୍ତର-ପୂର୍ବ ଦିଗରେ ଧଳା ମନ୍ଦାର ଗଛ ଲଗାଇଲେ ଆକସ୍ମିକ ଧନ ଲାଭ ହୋଇଥାଏ। ଏଥିସହ ଘରେ ସୁଖ ଓ ଶାନ୍ତିର ବାତାବରଣ ରହିଥାଏ।

କଦଳୀ ଗଛ: ବାସ୍ତୁଶାସ୍ତ୍ର ଅନୁଯାୟୀ, କଦଳୀ ଗଛକୁ ଇଶାନ କୋଣ ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ୍। ଏହାର ପ୍ରଭାବରେ ମନ ଶାନ୍ତ ରହିଥାଏ। ଘରେ ମଧ୍ୟ ସୁଖ ଶାନ୍ତି ରହିଥାଏ।

ଅଁଳା: କୁହାଯାଏ, ଅଁଳା ଗଛରେ ଦେବଦେବୀ ରୁହନ୍ତି। ଘରେ ଅଁଳା ଗଛ ଉତ୍ତର କିମ୍ବା ପୂର୍ବ ଦିଗରେ ଳଗାଇବା ଉଚିତ୍। ଏହାଦ୍ୱାରା ସମସ୍ତ ଇଚ୍ଛା ପୁରଣ ହୋଇଥାଏ ଓ ଘରର ସମସ୍ତ କଷ୍ଟ ଦୂର ହୋଇଥାଏ।

ଅଶୋକ ଗଛ: ଏହି ଗଛକୁ ଉତ୍ତର ଦିଗରେ ଲଗାଇବା ଉଚିତ୍‌। ଏହାଦ୍ୱାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହୁଏ। କେବେ ବି ଅଭାବ ଦେଖାଦିଏ ନାହିଁ।

ଫୁଲଗଛ: ଗୋଲାପ, ଚମ୍ପା, ଚମେଲି ଭଳି ଫୁଲଗଛ ଘରେ ଲଗାଇବା ଶୁଭଦାୟକ। ଏହାଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ ଓ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ।

Related story