ଦୋକାନର କ୍ୟାସ୍‌ କାଉଣ୍ଟର କେଉଁ ଦିଗରେ ରହିଲେ ମିଳିବ ଭଲ ଲାଭ, ଜାଣନ୍ତୁ କ’ଣ କହୁଛି ବାସ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୋକାନ ଖୋଲିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆଶା ଥାଏ କିପରି ବ୍ୟାପାର ଠିକ ରୂପେ ଚାଲିବ  ଓ ସର୍ବଦା ଗ୍ରାହକଙ୍କ ଭିଡ଼ ଲାଗି ରହିବ । କିନ୍ତୁ ଏହିଭଳି ଭାଗ୍ୟ ସମସ୍ତଙ୍କର ହୋଇନଥାଏ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କିଛି ଏପରି କିଛି ଦୋକାନ  ରହିଛି, ଯେଉଁଠି ଦିନ ସାରା ବସିବା ପରେ ମଧ୍ୟ ଗ୍ରାହକ ଦୋକାନକୁ ଆସିନଥାନ୍ତି । ଏପରି କ୍ଷେତ୍ରରେ ହୁଏତ ଦୋକାନରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଜି […]

shop-1..

Niharika Rout
  • Published: Tuesday, 06 August 2019
  • , Updated: 08 August 2019, 09:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୋକାନ ଖୋଲିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆଶା ଥାଏ କିପରି ବ୍ୟାପାର ଠିକ ରୂପେ ଚାଲିବ  ଓ ସର୍ବଦା ଗ୍ରାହକଙ୍କ ଭିଡ଼ ଲାଗି ରହିବ । କିନ୍ତୁ ଏହିଭଳି ଭାଗ୍ୟ ସମସ୍ତଙ୍କର ହୋଇନଥାଏ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କିଛି ଏପରି କିଛି ଦୋକାନ  ରହିଛି, ଯେଉଁଠି ଦିନ ସାରା ବସିବା ପରେ ମଧ୍ୟ ଗ୍ରାହକ ଦୋକାନକୁ ଆସିନଥାନ୍ତି ।

ଏପରି କ୍ଷେତ୍ରରେ ହୁଏତ ଦୋକାନରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ, ଯାହାକୁ  ଫଲୋ କଲେ ଦୋକାନ କରି ଆପଣ ହୋଇଯିବେ ମାଲାମାଲ।

୧-‍ବାସ୍ତୁ ଅନୁଯାୟୀ, ଯେଉଁ ଦୋକାନର ମୁହଁ ପୂର୍ବ ଦିଗକୁ ହୋଇଥାଏ, ତାହା ସବୁଠୁ ଅଧିକ ଲାଭ ଦେଇଥାଏ । ଏହି ଦୋକାନର ଆୟ ବହୁତ ଭଲ ହୋଇଥାଏ। ସେହିପରି ଦକ୍ଷିଣ ମୁହାଁ ଦୋକାନ କେବେ ବି ଭଲ ଲାଭ ଦେଇ ପାରି  ନଥାଏ।

୨-ଦୋକାନ ମାଲିକ ଅଥବା ସେଠାରେ କାମ କରୁଥିବା ସେଲ୍ସ ମ୍ୟାନ୍‌ ଯେବେ ବି ଅଫିସରେ କାମ କରନ୍ତି, ସେମାନଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ହେବା ଉଚିତ।

୩-ଯେଉଁ ଦୋକାନ ଆକାର ଆଗକୁ ଅଧିକ ସମ୍ପ୍ରସାରିତ ହୋଇଥାଏ, ଓ ପଛକୁ କମ୍‌ ଜାଗା ଥାଏ କିମ୍ବା ବିପରୀତ ହୋଇଥାଏ, ତା’ ହେଲେ ଏହାକୁ ଶୁଭ ବୋଲି ଧରା ଯାଇ ନ ଥାଏ। ଦୋକାନ ଯଦି ବର୍ଗାକାର କିମ୍ବା ଆୟତକାର ଥିବ, ତା’ ହେଲେ ଏହାକୁ ବେପାର ଲାଗି ଶୁଭ ବୋଲି ଧରା ଯାଇଥାଏ।

୪-ବାସ୍ତୁ ଅନୁଯାୟୀ, ନିଜ ଦୋକାନର ଅଳିଆ କେବି ବି ଅନ୍ୟ ଦୋକାନ ସମ୍ମୁଖରେ ପକାନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଉନ୍ନତି ବାଧାପ୍ରାପ୍ତ ହେବ।

୫- ଦୋକାନ ପାଖରେ ଥିବା  ସାମୂହିକ ଜାଗାରେ ମଧ୍ୟ ଅଳିଆ ଗଦା କରନ୍ତୁ ନାହିଁ। ଏହାଦ୍ୱାରା ସେହି ଜାଗାରେ ଥିବା ସମସ୍ତ ଦୋକାନ ମାଲିକ ଆଶାନୁରୂପ ସଫଳତା ପାଇ ପାରି ନ ଥାନ୍ତି।

୬-ଦୋକାନରେ ବସିବା ସମୟରେ ସବୁବେଳେ ଆପଣ ପୂର୍ବ ଦିଗରେ ବସନ୍ତୁ। ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହିବ। ଏହାଦ୍ୱାରା ଆଶାତୀତ ଲାଭ ହେବ।

୭- ଦୋକାନର କ୍ୟାସ୍‌ କାଉଣ୍ଟରକୁ ଉତ୍ତର ଦିଗକୁ ମୁହଁ କରି ରଖନ୍ତୁ। ଏହାକୁ କେବେ ଖାଲି ରଖନ୍ତୁ ନାହିଁ।

୮- ଆପଣଙ୍କ କାଉଣ୍ଟରର ଉତ୍ତର ପୂର୍ବ ଦିଗରେ ମାତା ଲକ୍ଷ୍ମୀ ଓ ଶ୍ରୀ ଗଣେଶଙ୍କ ପ୍ରତିମୁର୍ତ୍ତି ରଖନ୍ତୁ।

୯- ଦୋକାନ କାନ୍ଥରେ ଶୁଭ ଲାଭ ଓ ସ୍ୱସ୍ତିକ ଚିହ୍ନ ନିହାତି ଭାବେ ରଖନ୍ତୁ। ଏହାଦ୍ୱାରା ଦୋକାନରେ ଗହଳି ହେବା ସହ ବେପାର ମଧ୍ୟ ଭଲ ହେବ।

୧୦- ଦୋକାନ ସମ୍ମୁଖରେ ଯଦି କୌଣସି ଖମ୍ବ କିମ୍ବା ଗଛ ରହି ଯାଇଛି, ତା’ ହେଲେ ବାସ୍ତୁ ଅନୁଯାୟୀ ତାହା ଦୋକାନ ନିମନ୍ତେ ଶୁଭ ନୁହେଁ। ଏହାକୁ ତୁରନ୍ତ ହଟାଇବା ବ୍ୟବସ୍ଥା କରନ୍ତୁ।

Related story