ଦୀପାବଳିରେ ଏପରି କଲେ, ଘରେ ଧନର ଅଭାବ ରହିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିରେ ଲୋକମାନେ ଘରେ ଲକ୍ଷ୍ମୀଙ୍କ ପୂଜା ହୋଇଥାଏ। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା ଓ ଅନ୍ୟାନ୍ୟ ରୀତିନୀତି ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଛିଛି। କୁହାଯାଇଛି, ଦୀପାବଳିରେ ଏପରି କଲେ, ଘରେ କେବେ ହଲେ ଟଙ୍କା ପଇସାର ଅଭାବ ରହିବ ନାହିଁ। ଆସନ୍ତୁ ଜାଣିବା, ଦୀପାବଳିରେ ମା’ ଲକ୍ଷ୍ମୀ ପ୍ରସନ୍ନଙ୍କୁ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଥିବା ପରାମର୍ଶଗୁଡ଼ିକ ସମ୍ପର୍କରେ। ଦୀପାବଳି ଦିନ ପୂଜା ସରିବା ପରେ ଘରର ସମସ୍ତ […]

66-2

Chinmayee Roy
  • Published: Thursday, 25 October 2018
  • , Updated: 31 October 2018, 03:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିରେ ଲୋକମାନେ ଘରେ ଲକ୍ଷ୍ମୀଙ୍କ ପୂଜା ହୋଇଥାଏ। ତେବେ ଏହି ଦିନ ମା' ଲକ୍ଷ୍ମୀଙ୍କ ପୂଜା ଓ ଅନ୍ୟାନ୍ୟ ରୀତିନୀତି ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଛିଛି। କୁହାଯାଇଛି, ଦୀପାବଳିରେ ଏପରି କଲେ, ଘରେ କେବେ ହଲେ ଟଙ୍କା ପଇସାର ଅଭାବ ରହିବ ନାହିଁ।

ଆସନ୍ତୁ ଜାଣିବା, ଦୀପାବଳିରେ ମା’ ଲକ୍ଷ୍ମୀ ପ୍ରସନ୍ନଙ୍କୁ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଥିବା ପରାମର୍ଶଗୁଡ଼ିକ ସମ୍ପର୍କରେ।

ଦୀପାବଳି ଦିନ ପୂଜା ସରିବା ପରେ ଘରର ସମସ୍ତ କକ୍ଷରେ ଶଙ୍ଖ ଓ ଘଣ୍ଟି ବଜାଇବା ଉଚିତ୍। ଏହାଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ।

ଦୀପାବଳିରେ ତେଲର ଦୀପ ଜଳାନ୍ତୁ ଏବଂ ସେଥିରେ ଏକ ଲବଙ୍ଗ ପକାଇ ହନୁମାନଙ୍କ ସାମ୍ନାରେ ରଖନ୍ତୁ, ଶୁଭ ଫଳ ମିଳିବ।

ଦୀପାବଳିରେ ମହାଲକ୍ଷ୍ମୀଙ୍କ ପୂଜା ସମୟରେ ମା'ଙ୍କ ନିକଟରେ କଉଡ଼ି ରଖନ୍ତୁ, ମା' ଅଧିକ ପ୍ରସନ୍ନ ହେବେ।

ଦୀପାବଳି ଦିନ କୌଣସି ବି ମନ୍ଦିରକୁ ଝାଡ଼ୁ ଦାନ କରନ୍ତୁ। ଯଦି ମହାଲକ୍ଷ୍ମୀଙ୍କ ମନ୍ଦିର ଯାଉଛନ୍ତି, ତେବେ ଗୋଲାପ ବାସ୍ନାଯୁକ୍ତ ଧୂପକାଠି ଦାନ କରନ୍ତୁ।

ଲକ୍ଷ୍ମୀଙ୍କ ପୂଜାରେ କଞ୍ଚା ହଳଦୀ ଖଣ୍ଡ ମଧ୍ୟ ପୂଜା ହୁଏ। ଏହାକୁ ପୂଜା ସରିବା ପରେ ସେହିସ୍ଥାନରେ ରଖନ୍ତୁ ଯେଉଁଠି ଆପଣ ଟଙ୍କା ପଇସା ରଖୁଛନ୍ତି।

ଦୀପାବଳିରେ ନୂଆ ଝାଡ଼ୁ କିଣନ୍ତୁ ଓ ସେଥିରେ ଘର ସଫା ସୁତୁରା କରନ୍ତୁ। ଝାଡ଼ୁର କାମ ସରିଗଲେ, ଏହକୁ ଲୁଚେଇ ରଖନ୍ତୁ ଯେପରି କାହା ନଜର ଝାଡ଼ୁ ଉପରେ ନ ପଡ଼େ।

ଦୀପାବଳି ଅମାବାସ୍ୟାରେ ଓସ୍ତ ଗଛରେ ପାଣି ଢାଳିଲେ, ଶନି ଦୋଷ ଓ କାଳ ସର୍ପ ଦୋଷ ଦୂର ହୋଇଥାଏ।

ମହାଲକ୍ଷ୍ମୀଙ୍କ ପୂଜା ସମୟରେ ଗୋଟିଏ ବଡ଼ ଦୀପରେ ଘିଅ ସହ ୯ଟି ବଳିତା ଦେଇ ମା'ଙ୍କ ସମ୍ମୁଖରେ ରଖନ୍ତୁ।

ଦୀପାବଳିରେ ମା' ଲକ୍ଷ୍ମୀଙ୍କ ପୂଜା ସହ ଦୋକାନ, କମ୍ପ୍ୟୁଟର କିମ୍ବା ଆପଣଙ୍କ ଆୟର ଉତ୍ସ(ଯାହା ଜରିଆରେ ଆପଣ ଉପାର୍ଜ୍ଜନ କରୁଛନ୍ତି) ସାମଗ୍ରୀର ମଧ୍ୟ ପୂଜା କରନ୍ତୁ।

ଯଦି ସମ୍ଭବ ଦୀପାବଳି ଦିନ କୌଣସି କିନ୍ନରଙ୍କଠାରୁ ୧ଟଙ୍କା ନେଇ ନିଜ ମନିପର୍ସରେ ରଖନ୍ତୁ। ଦେଖିବେ, ବର୍ଷ ତମାମ ଆପଣଙ୍କ ପାଖକୁ ଧନ ଆଗମନ ହେବ।

ମା' ଲକ୍ଷ୍ମୀଙ୍କ ପୂଜା ସହ ଉପରୋକ୍ତ ଉପାୟଗୁଡ଼ିକ କଲେ, ଆପଣଙ୍କର ଆର୍ଥିକ ଅନଟନ ସମସ୍ୟା ସବୁଦିନ ପାଇଁ ଶେଷ ହେବ ଓ ମହାଲକ୍ଷ୍ମୀ ଆପଣଙ୍କ ଉପରେ ସବୁବେଳେ ପ୍ରସନ୍ନ ରହିବେ।

Related story