ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅର୍ଥ ସଞ୍ଚୟ କରି ସୁଖ ଶାନ୍ତିରେ ରହିବା କାହାର ଇଚ୍ଛା ନଥାଏ। ସମସ୍ତେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ। ଆଜିର ମହରଗ ଯୁଗରେ ସମସ୍ତେ ଅର୍ଥ ପାଇଁ ଚିନ୍ତିତ। ମାତ୍ର ଆପଣ ଯେତେ ରୋଜଗାର କଲେ ମଧ୍ୟ ପାଖରେ ଟଙ୍କ। ରହୁନାହିଁ । ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯାଉଥିବାରୁ ସର୍ବଦା ଦୁଃଖିତ କିମ୍ୱା ଚିନ୍ତିତ ରହୁଛନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ରହିଛି ଯାହାକୁ ଆପଣେଇଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।
୧- ଶୁକ୍ଲପକ୍ଷ ସୋମବାର ଶିବଲିଙ୍ଗ ଉପରେ ଗଙ୍ଗ।ଜଳ ଅଭିଷେକ କରି ଅରୁଆ ଚାଉଳ ଚଢାଇଲେ ଧନ ପ୍ରାପ୍ତି ହେବା ସହ ଆର୍ଥିକ ସମୃଦ୍ଧି ହୋଇଥାଏ।
୨- ବାସ୍ତୁ ଅନୁସାରେ ଉତ୍ତର ଦିଗକୁ ସର୍ବଦା ସଫ।ସୁତୁରା ରଖନ୍ତୁ। ଏହି ଦିଗରେ ‘ଶ୍ରୀ’ ଯନ୍ତ୍ର ସ୍ଥାପନ କରି ପ୍ରତିଦିନ ଏହାର ପୂଜା କଲେ ଅନାବଶ୍ୟକ ଖର୍ଚ୍ଚ କମ୍ ହୋଇଥାଏ ।
୩- ଶୁକ୍ଲପକ୍ଷ ଗୁରୁବାର ଘର ମୁଖ୍ୟ ଦ୍ୱାରର ଡାହାଣ ଏବଂ ବାମ ପଟେ ଗଙ୍ଗ।ଜଳ ଛିଞ୍ଚନ କରନ୍ତୁ । ଡାହାଣପଟ ଅନାମିକା ଆଙ୍ଗୁଳିରେ ହଳଦୀ ଏବଂ ଦହି ଘୋଳରେ ଏକ ସ୍ୱାସ୍ତିକ ଚିହ୍ନ ଆଙ୍କି ସେଥିରେ ଅଳ୍ପ ଗୁଡ ଲଗାଇ ମହୁର ଏକ ବୁନ୍ଦା ପକାନ୍ତୁ । ପ୍ରତି ଗୁରୁବାର ଏହି ନିୟମ ପାଳନ କଲେ ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ।
୪- ଶୁକ୍ଳପକ୍ଷ ସୋମବାର ଅଥବା ଶନିବାର ଦିନ ଗହମ ପେଶିବା ସମୟରେ ସେଥିରେ ୧୧ଟି ତୁଳସୀ ପତ୍ର ମିଶାଇ ଦିଅନ୍ତୁ । ଏଥିରେ ପ୍ରସ୍ତୁତ ଅଟାରେ ରୁଟି ଖାଇଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଧ୍ୟାନ ରଖିବେ ଏହି ଅଟାକୁ ଯେପରି ତଳେ ପକାଇବେ ନାହିଁ ଏବଂ ନଷ୍ଟ କରିବେ ନାହିଁ ।