ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଇ ଗତି କରିଥାନ୍ତି। ସେ ଘର, ଅଫିସ୍ କିମ୍ୱା ବ୍ୟବସାୟର ସମସ୍ୟା ମଧ୍ୟ ହୋଇପାରେ। ଯଦି ଆପଣ ଅଫିସ୍ ଯାଉଛନ୍ତି, ତେବେ ବସ୍ଙ୍କ ସହିତ ଆପଣଙ୍କର ଅନେକ ସମସ୍ୟାକୁ ନେଇ ଝଗଡ଼ା ହୋଇଥାଏ। ସେହିପରି ବ୍ୟବସାୟରେ ଲାଭ କିମ୍ୱା କ୍ଷତିକୁ ନେଇ ଆପଣ ଚିନ୍ତାରେ ରହିଥାନ୍ତି। ତେବେ ଏଥିରୁ ଚିନ୍ତା ମୁକ୍ତ ରହିବା ପାଇଁ ଆପଣ ବାସ୍ତୁ ବିଶାରଦଙ୍କ ପରାମର୍ଶ ନେଇଥାନ୍ତି।
ବାସ୍ତୁ ଶାସ୍ତ୍ରରେ ମନୁଷ୍ୟ ଜୀବନ ସହିତ ଜଡିତ ସବୁ ପ୍ରକାର ସମସ୍ୟାକୁ ସମାଧାନ କରିବାର ଉପାୟ ରହିଛି। ଅଫିସରେ ଚାକିରୀ କରୁଥିବା ବ୍ୟକ୍ତି କିମ୍ବା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅନେକ ଉପାୟ ବାସ୍ତୁଶାସ୍ତ୍ରରେ ରହିଛି। ଯାହାକୁ ପ୍ରତିଦିନ କରିବା ଦ୍ଵାରା ଆପଣଙ୍କୁ ଚାକିରୀ ଓ ବ୍ୟବସାୟରେ ସଫଳତା ମିଳିବାର ସମ୍ଭାବନା ବଢିଯାଇଥାଏ। ଆସନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ଜାଣିବା।
୧- ଯେକୌଣସି କାମ ପାଇଁ ଘରୁ ବାହାରକୁ ଯିବା ସମୟରେ ମାତାପିତାଙ୍କ ପାଦ ଛୁଇଁ ଯିବା ଦ୍ଵାରା ଶୁଭଫଳ ମିଳିଥାଏ ଓ ଅସଫଳ କାମ ମଧ୍ୟ ସଫଳ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏ ବିଷୟରେ ଉଲ୍ଲେଖ ରହିଛି। ପ୍ରତିଦିନ ଅଫିସ ଯିବା ସମୟରେ ପିତାମାତାଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ, ସଫଳତା ପ୍ରାପ୍ତି ହେବ।
୨- ଯଦି ଅଫିସ ଯିବା ସମୟରେ ଆପଣ ତରବର ହେଉଛନ୍ତି ଓ ଆପଣଙ୍କ ପାଖରେ ଅଧିକ ସମୟ ନାହିଁ, ତଥାପି ଠାକୁରଙ୍କ ପାଖରେ ଫୁଲ ଅର୍ପଣ କରିବାକୁ ଭୁଲନ୍ତୁ ନାହିଁ। ମଥା ନୂଆଇଁ ଥରୁଟିଏ ପ୍ରଣାମ କରନ୍ତୁ ଓ ଠାକୁରଙ୍କ ପାଦରେ ଫୁଲଟିଏ ଅର୍ପଣ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ।
୩- ସକାଳୁ ସକାଳୁ ଅଫିସ କିମ୍ବା କୌଣସି ଜରୁରୀ କାମରେ ଯାଉଥିଲେ ମଥାରେ ଚନ୍ଦନ ଟିକା ନିଶ୍ଚିନ୍ତ ଭାବରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ଵ ଅଧିକ ଆକର୍ଷିତ ହୋଇଥାଏ ଓ କାର୍ଯ୍ୟରେ ସଫଳତା ମିଳିବାର ଆଶଙ୍କା ବଢିଯାଇଥାଏ।
୪- ଘରୁ କୌଣସି ଶୁଭ କାମ ହେଉ ବା ଅଫିସ ଯିବା ସମୟରେ ଘର ଛାତ ଉପରେ ଗୋଟିଏ ପାତ୍ରରେ ଗହମ ବା ଚାଉଳ ଓ ଅନ୍ୟ ଏକ ପାତ୍ରରେ ପାଣି ରଖି ବାହାରକୁ ଯାଆନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଘର ଓ ଅଫିସରେ ଶୁଭଫଳ ପ୍ରାପ୍ତି ହେବ। ବାସ୍ତୁ ବିଶାରଦଙ୍କ ମତରେ ଏହି ପାଣି ଓ ଗହମ ଚାଉଳକୁ ପାରା କିମ୍ୱା କାଉ ଖାଇଲେ, ଆପଣଙ୍କ ଦିନଟି ଶୁଭ ଯାଇଥାଏ।
୫- ଯଦି ଆପଣ କୌଣସି ସାକ୍ଷାତକାର ପାଇଁ ଯାଉଛନ୍ତି ବା ଅଫିସର କୌଣସି ବିଶେଷ କାମ ପାଇଁ ଯାଉଛନ୍ତି ତେବେ ଗୁଡ ଖାଇ ଓ ପାଣି ପିଇ ବାହାରକୁ ଯାଆନ୍ତୁ। ଆପଣଙ୍କୁ ନିଜ ପରିଶ୍ରମର ସୁଫଳ ମିଳିବା ସହିତ ଶୁଭଫଳ ପ୍ରାପ୍ତି ହେବ।