ଘର ସଜାଇବା ପୂର୍ବରୁ ଜାଣନ୍ତୁ ଏହି ବାସ୍ତୁ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଘର ତିଆରି କରିବା ପରେ ଘର ସଜାଇବା ପାଇଁ ସମସ୍ତଙ୍କର ଇଚ୍ଛାଥାଏ। ତେବେ ଯଦି ଆପଣ ଠିକ୍‌ ଭାବେ ଘର ନ ସଜାନ୍ତି, ତେବେ ଭବିଷ୍ୟତରେ ଅଡୁଆରେ ପଡିବେ। ଏଣୁ ଘରର ବାସ୍ତୁ ଅନୁଯାୟୀ ସାଜସଜ୍ଜା କରିବା କଥା। ଧ୍ୟାନ ରଖନ୍ତୁ ଯେପରି ଘର ସଜାଇବାରେ ଆପଣ ବ୍ୟବହାର କରୁଥିବା ଜିନିଷି ଘରକୁ ନକରାତ୍ମକ ପ୍ରଭାବ ନ ପକାଏ। ତେବେ ଚାଲନ୍ତୁ ଜାଣିବା ଘର ସଜାଇବାରେ ବ୍ୟବହାର କରୁଥିବା କେଉଁ ସବୁ ଜିନିଷ ଘରକୁ […]

home1

home1

Puspanjali Panda
  • Published: Tuesday, 12 February 2019
  • Updated: 12 February 2019, 07:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଘର ତିଆରି କରିବା ପରେ ଘର ସଜାଇବା ପାଇଁ ସମସ୍ତଙ୍କର ଇଚ୍ଛାଥାଏ। ତେବେ ଯଦି ଆପଣ ଠିକ୍‌ ଭାବେ ଘର ନ ସଜାନ୍ତି, ତେବେ ଭବିଷ୍ୟତରେ ଅଡୁଆରେ ପଡିବେ।

ଏଣୁ ଘରର ବାସ୍ତୁ ଅନୁଯାୟୀ ସାଜସଜ୍ଜା କରିବା କଥା। ଧ୍ୟାନ ରଖନ୍ତୁ ଯେପରି ଘର ସଜାଇବାରେ ଆପଣ ବ୍ୟବହାର କରୁଥିବା ଜିନିଷି ଘରକୁ ନକରାତ୍ମକ ପ୍ରଭାବ ନ ପକାଏ। ତେବେ ଚାଲନ୍ତୁ ଜାଣିବା ଘର ସଜାଇବାରେ ବ୍ୟବହାର କରୁଥିବା କେଉଁ ସବୁ ଜିନିଷ ଘରକୁ ସକରାତ୍ମକ ଶକ୍ତି ଆଣିଥାଏ, ସେ ସମ୍ପର୍କରେ।

  • ଜଙ୍ଗଲୀ ପ୍ରାଣୀଙ୍କ ଫଟୋ ବା ଚିତ୍ର ଘରେ ଟାଙ୍ଗିବା ଦ୍ୱାରା ଘରର ଲୋକମାନଙ୍କ ସ୍ୱଭାବ ଉଗ୍ର ହୋଇଯାଏ। ଏହାଦ୍ୱାରା ଘରେ ଝଗଡ଼ା ଓ ଅଶାନ୍ତି ଲାଗି ରହେ।
  • ଦୌଡ଼ୁଥିବା ଘୋଡ଼ାର ପ୍ରତିମା ବା ଫଟୋ ଘରେ ନ ଲଗାଇ କାର୍ଯ୍ୟାଳୟରେ ଲଗାଇବା ଉଚିତ୍‌।
  • କୃତ୍ରିମ ଝରଣା କିମ୍ବା ପାଣିର ଚିତ୍ର ଘରେ ସଠିକ୍‍ ଦିଗରେ ନ ରହିଲେ ପାଣି ସହ ସୁଖ ଓ ସମୃଦ୍ଧି ମଧ୍ୟ ବହି ଯାଇଥାଏ। ତେଣୁ ଝରଣାର ଚିତ୍ର ସର୍ବଦା ଘରେ ଉତ୍ତର ଦିଗରେ ରଖିବା ଉଚିତ୍‌।
  • ବୁଡ଼ୁଥିବା ଡଙ୍ଗାର ଫଟୋ ଘରେ ଲଗାଇବା ଦ୍ୱାରା ଘର ଲୋକଙ୍କ ସମ୍ପର୍କରେ ତୁଟିବାକୁ ଲାଗେ।
  • ଭଗବାନ ଶିବଙ୍କ ନଟରାଜ ପ୍ରତିମା ଘରର ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ଏହା ଆପଣଙ୍କୁ ସମସ୍ତ ଖରାପ ଦୃଷ୍ଟିରୁ ରକ୍ଷା କରିବ।
  • ସର୍ବଦା ଦେବୀ ଦେବତାଙ୍କ ହସ ହସ ମୁହଁର ଫଟୋ ହିଁ ଆଣନ୍ତୁ ଓ ଘରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଧରେ ସୁଖ ବିରାଜମାନ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos