Advertisment

ଦୀପ ଜାଳିବା ବେଳେ ମାନନ୍ତୁ ଏହି ନିୟମ, ନଚେତ ମାଡ଼ି ଆସିବ ଦରିଦ୍ରତା

ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ସାଧାରଣତଃ ସମସ୍ତେ ପୂଜାପାଠ କରିଥାନ୍ତି। ପୂଜାପାଠ ବେଳେ ଦୀପର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଦୀପକୁ ପଜିଟିଭ ଏନର୍ଜୀର ପ୍ରତୀକ ଭାବରେ ବିବେଚନା କରାଯାଏ । ଦୀପ ଜାଳିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଶେଷ ହୋଇଯାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୀପ ଜାଳିବା ବେଳେ କିଛି ନିୟମ ମାନିବା ଉଚିତ, ନଚେତ ଭଗବାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ି ନ ଥାଏ। ସର୍ବଦା ଦୀପକୁ […]

ଅଦ୍ୟତନ ହୋଇଛି
ଦୀପ ଜାଳିବା ବେଳେ ମାନନ୍ତୁ ଏହି ନିୟମ, ନଚେତ ମାଡ଼ି ଆସିବ ଦରିଦ୍ରତା

deepak

Advertisment

ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ସାଧାରଣତଃ ସମସ୍ତେ ପୂଜାପାଠ କରିଥାନ୍ତି। ପୂଜାପାଠ ବେଳେ ଦୀପର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଦୀପକୁ ପଜିଟିଭ ଏନର୍ଜୀର ପ୍ରତୀକ ଭାବରେ ବିବେଚନା କରାଯାଏ । ଦୀପ ଜାଳିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଶେଷ ହୋଇଯାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୀପ ଜାଳିବା ବେଳେ କିଛି ନିୟମ ମାନିବା ଉଚିତ, ନଚେତ ଭଗବାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ି ନ ଥାଏ।

Advertisment

ସର୍ବଦା ଦୀପକୁ ଭଗବାନଙ୍କ ମୂର୍ତ୍ତି କିମ୍ବା  ଚିତ୍ର ସାମ୍ନାରେ ରଖନ୍ତୁ। ଏହାବ୍ୟତୀତ ଦୀପକୁ  ଅନ୍ୟ କୌଣସି ସ୍ଥାନରେ ରଖନ୍ତୁ ନାହିଁ | ଆପଣ ପୂଜା କରିବା ବେଳେ ସର୍ବଦା ତେଲ ଦୀପକୁ ଆପଣଙ୍କ ଡାହଣ ପାର୍ଶ୍ୱରେ ଓ ଘିଅ ଦୀପକୁ ସର୍ବଦା ବାମ ପାର୍ଶ୍ୱରେ ହିଁ ଲଗାଇ ଭଗବାନଙ୍କ ପୂଜା କରନ୍ତୁ।

ଦୀପ ଜାଳିବା ପୂର୍ବରୁ ଏହାର ସଳିତାକୁ ଦେଖିଦେବା ଅତ୍ୟନ୍ତ ଜରୁରୀ | ଯଦି ଆପଣ ସଠିକ୍ ସଳିତା ବ୍ୟବହାର କରନ୍ତି, ତେବେ ଦୀପ ଜାଳିବାର ଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହେବ, ନଚେତ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିପାରେ । ସର୍ବଦା ମନେରଖନ୍ତୁ ଯେ ଯଦି ଆପଣ ଏକ ତେଲ ଦୀପ ଜାଳୁଛନ୍ତି, ତେବେ ସଳିତା ଲାଲ୍ ରଙ୍ଗର ହେବା ଉଚିତ୍। ଯଦି ଆପଣ ଏକ ଘିଅ ଦୀପ ଜାଳୁଛନ୍ତି, ତେବେ ସୂତାରେ ତିଆରି ହୋଇଥିବା ଦୀପ ବ୍ୟବହାର କରନ୍ତୁ।

Advertisment

ଦୀପକୁ କେବେ ପଶ୍ଚିମ ଦିଗରେ ଜଳିବା ଉଚିତ୍ ନୁହେଁ । ଏହି ଦିଗରେ ଦୀପ ଜାଳିବା ଦ୍ୱାରା ଘରେ ଦାରିଦ୍ରତା ମାଡ଼ି ଆସିଥାଏ ଏବଂ ଟଙ୍କା ପାଣି ପରି ଖର୍ଚ୍ଚ ହୋଇଯାଇଥାଏ | ସନ୍ଧ୍ୟାରେ, ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ଦୀପ ଜାଳନ୍ତି, ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ  ସର୍ବଦା ରହିଥାଏ । ଘରେ ଟଙ୍କା ଓ ଖାଦ୍ୟର ଅଭାବ ରୁହେନାହିଁ ।

ଦକ୍ଷିଣ ଦିଗ ହେଉଛି ଉଭୟ ଦେବୀ ଲକ୍ଷ୍ମୀ ଏବଂ ଯମ ଦେବତାଙ୍କ ବାସସ୍ଥାନ। ତେଣୁ, ଯଦି ଆପଣ ଦକ୍ଷିଣ ଦିଗରେ ଏକ ଦୀପ ଜାଳନ୍ତି, ତେବେ ଦେବୀ ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ଘରେ ଟଙ୍କା ଅଭାବ ନ ଥାଏ । ସେହିପରି ଏପରି କରିବା ଦ୍ୱାରା ଯମରାଜ ମଧ୍ୟ ଖୁସି ହୁଅନ୍ତି  ଏବଂ ଘର ଉପରେ ଅକାଳ ମୃତ୍ୟୁର କୋପ ପଡ଼େ ନାହିଁ |

ଏହାବାଦ ଦୀପକୁ ଉତ୍ତର ଦିଗରେ ପ୍ରଜ୍ୱଳିତ କରିବା ଉଚିତ୍ ନୁହେଁ, ଏପରି କଲେ ଘର ଉପରେ ଦାରିଦ୍ର୍ୟତା ମାଡ଼ି ଆସେ ।  ବାସ୍ତୁଶାସ୍ତ୍ର ଅନୁଯାୟୀ, ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଘରେ ସୁଖ ଏବଂ ପଜିଟିଭ ଏନର୍ଜୀର ପ୍ରବେଶ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe