ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଘର ତିଆରି କଲାବେଳେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଆମ ପୂର୍ବଜମାନେ ଗୃହ ନିର୍ମାଣ ପାଇଁ ବାସ୍ତୁ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ କିଛି ନିୟମ ଉଲ୍ଲେଖ କରିଛନ୍ତି। ଘର ତିଆରିବେଳେ ଏସବୁ ନ ମାନିଲେ, ଭବିଷ୍ୟତରେ ନାନା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ।
ଘରଟି କେଉଁ ଦିଗରେ ହେବ, କେଉଁ କୋଣରେ କ’ଣ ରହିବ, ଘର ଆଖପାଖରେ କ’ଣ ରହିବା ଉଟିତ୍ ଓ କ’ଣ ରହିବା ଅନୁଚିତ୍, ବାସ୍ତୁ ଶାସ୍ତ୍ରରେ ଏ ନେଇ ବିସ୍ତୃଚ ପରାମର୍ଶ ଦିଆଯାଇଛି। ଘରର ପ୍ରତି କୋଣ ଓ କୋଠରୀ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ସେହିପରି ରୋଷେଇ ଘରର ଅବସ୍ଥିତି ସମ୍ପର୍କରେ ମଧ୍ୟ ବାସ୍ତୁ ଶାସ୍ତ୍ରରେ ସ୍ୱତନ୍ତ୍ର ପରାମର୍ଶ ଦିଆଯାଇଛି।
କୁହାଯାଏ ରୋଷେଇ ଘର ହେଉଛି ଘରର ମୁଖ୍ୟ ଅଂଶ। ଏଠାରେ ତିଆରି କରାଯାଉଥିବା ଖାଦ୍ୟ ପରିବାରର ସମସ୍ତଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ। ତେଣୁ ରୋଷେଇ ଘରର ଅବସ୍ଥିତି ପ୍ରତି ଧ୍ୟାନ ଦେବ ନିହାତି ଆବଶ୍ୟକ। କାରଣ ରୋଷେଇ ଘରେ ବାସ୍ତୁଜନିତ ଦୋଷ ରହିଲେ, ଏହାର ଖରାପ ପ୍ରଭାବ ଉଭୟ ଖାଦ୍ୟ ଓ ରୋଷେଇ କରୁଥିବା ବ୍ୟକ୍ତିଙ୍କ ଉପରେ ପଡ଼ିବା ସହ ସାରା ପରିବାରର ସୁଖ ଓ ଶାନ୍ତିକୁ ନଷ୍ଟ କରିଦିଏ।
ତେବେ ଆଜି ଆମେ ରୋଷେଇ ଘର ସମ୍ପର୍କରେ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା କେତେକ ନିୟମ ବିଷୟରେ କହିବୁ।
୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରୋଷେଇ ଘରର ଅବସ୍ଥିତି ସବୁବେଳେ ଘରର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍।
୩. ରୋଷେଇ ଘରେ ଚୁଲି ଓ ମାଇକ୍ରୋୱେଭ୍ ସର୍ବଦା ଅଗ୍ନି କୋଣରେ ରହିବା ଉଚିତ୍। ଯେଉଁ ଦିଗକୁ ସୂର୍ଯ୍ୟ ରଶ୍ମୀ ପଡ଼ୁଥିବ ଓ ପବନ ଆସୁଥିବ, ସେହି ଦିଗରେ ରଖିବା ମଧ୍ୟ ଶୁଭ।
୫. କଦାପି ରୋଷେଇ ଘରକୁ ସିଡ଼ି ତଳେ ତିଆରି କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଖରାପ। ଏହାଦ୍ୱାରା ଘରର ମୁଖିଆଙ୍କ ଦେହ ସବୁବେଳେ ଅସୁସ୍ଥ ରହେ ଓ ଘରେ ଅଯଥା ଝଗଡ଼ା ଓ ଅଶାନ୍ତି ସୃଷ୍ଟି ହୋଇଥାଏ।
୭. ଯଦି ରୋଷେଇ ଘରେ ଫ୍ରିଜ୍ ରଖୁଛନ୍ତି, ତେବେ କେବେ ହେଲେ ଏଥିରେ ଅଇଁଠା ଖାଦ୍ୟ ରଖନ୍ତୁ ନାହିଁ।