ଘରେ 'ମନି ପ୍ଲାଣ୍ଟ୍‌' ଲଗାଉଛନ୍ତି କି ? ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନ ହେଲେ ହୋଇଯିବେ କାଙ୍ଗାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ ରଖୁଥିବା ଅନେକ ଲୋକ ଘରେ ‘ମନି ପ୍ଲାଣ୍ଟ୍‌’ ରଖିଥା’ନ୍ତି। କୁହାଯାଏ, ‘ମନି ପ୍ଲାଣ୍ଟ୍‌’କୁ ରଖିଲେ ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। କେବଳ ଏତିକି ନୁହେଁ ‘ମନି ପ୍ଲାଣ୍ଟ୍‌’ ଲଗାଇଲେ ଘରେ ସୁଖ ସମୃଦ୍ଧି ମଧ୍ୟ ବଢ଼େ ଓ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରେ। ହେଲେ ଏହାକୁ ରଖିବାର କିଛି ନିର୍ଦ୍ଦିଷ୍ଟ ଉପାୟ ରହିଛି। ଯଦି ଏଥିରେ କିଛି ତ୍ରୁଟି ରହେ ବା ଯଦି ଏହାର ରକ୍ଷଣାବେକ୍ଷଣରେ କିଛି ସମସ୍ୟା ଉପୁଜେ, […]

money

Chinmayee Roy
  • Published: Tuesday, 08 January 2019
  • , Updated: 08 January 2019, 10:37 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ ରଖୁଥିବା ଅନେକ ଲୋକ ଘରେ 'ମନି ପ୍ଲାଣ୍ଟ୍‌' ରଖିଥା'ନ୍ତି। କୁହାଯାଏ, 'ମନି ପ୍ଲାଣ୍ଟ୍‌'କୁ ରଖିଲେ ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। କେବଳ ଏତିକି ନୁହେଁ 'ମନି ପ୍ଲାଣ୍ଟ୍‌' ଲଗାଇଲେ ଘରେ ସୁଖ ସମୃଦ୍ଧି ମଧ୍ୟ ବଢ଼େ ଓ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରେ। ହେଲେ ଏହାକୁ ରଖିବାର କିଛି ନିର୍ଦ୍ଦିଷ୍ଟ ଉପାୟ ରହିଛି। ଯଦି ଏଥିରେ କିଛି ତ୍ରୁଟି ରହେ ବା ଯଦି ଏହାର ରକ୍ଷଣାବେକ୍ଷଣରେ କିଛି ସମସ୍ୟା ଉପୁଜେ, ତେବେ ଏହା ଆପଣଙ୍କ ଧନ ବୃଦ୍ଧି ବଦଳରେ ଆପଣଙ୍କୁ ତଳି ତଳାନ୍ତ କରିଦେବ। ଆସନ୍ତୁ ଜାଣିବା, ଏ ଗୁଡ଼ିକ କ’ଣ।

୧. 'ମନି ପ୍ଲାଣ୍ଟ୍‌'କୁ କେବେ ହେଲେ ଝାଉଁଳିବାକୁ ଦିଅନ୍ତୁ ନାହିଁ। ପ୍ରତିଦିନ ଏଥିରେ ପାଣି ଦିଅନ୍ତୁ। କାରଣ, ଯଦି ଏହା ଶୁଖିଯାଏ ତେବେ ଘର ପାଇଁ ଅତ୍ୟନ୍ତ ଅଶୁଭ।

୨. 'ମନି ପ୍ଲାଣ୍ଟ୍‌'କୁ କେବେ ହେଲେ ଭୂଇଁରେ ବଢ଼ିବାକୁ ଦିଅନ୍ତୁ ନାହିଁ। ଏହାକୁ ସବୁବେଳେ ଉପରକୁ ବଢ଼ିବାକୁ ଦିଅନ୍ତୁ। ଘରେ ଧନ ସମ୍ପତ୍ତି ବୃଦ୍ଧି ହେବ।

୩. 'ମନି ପ୍ଲାଣ୍ଟ୍‌'କୁ କେବେ ବି ଉତ୍ତର-ପୂର୍ବ ବା ଐଶାନ୍ୟ କୋଣରେ ରଖନ୍ତୁ ନାହିଁ। ଏହି ଦିଗକୁ ଏହି ଗଛ ପାଇଁ ସବୁଠୁ ନକାରାତ୍ମକ ଦିଗ କୁହାଯାଏ। ଏଠାରେ 'ମନି ପ୍ଲାଣ୍ଟ୍‌' ରଖିଲେ, ଧନ ହାନି ହୋଇଥାଏ।

୪, 'ମନି ପ୍ଲାଣ୍ଟ୍‌'କୁ କେବେ ହଲେ ନିଜ ଶୟନ କକ୍ଷ ବା ବେଡ୍‌ ପାଖରେ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୫. ଯଦି 'ମନି ପ୍ଲାଣ୍ଟ୍‌'ର ପତ୍ରର ରଙ୍ଗ ବଦଳୁଛି, ତେବେ ତୁରନ୍ତ ଏହି ପତ୍ରକୁ ଗଛରୁ ବାହାର କରିଦିଅନ୍ତୁ ଓ ପ୍ରତିଦିନ ଗଛରେ ପାଣି ଦିଅନ୍ତୁ।

ଏହି ଦିଗରେ ରଖିବା ଶୁଭଦାୟକ

'ମନି ପ୍ଲାଣ୍ଟ୍‌'କୁ ସବୁବେଳେ ଘରର ଦକ୍ଷିଣ-ପୂର୍ବ କୋଣରେ ରଖନ୍ତୁ। ଏହା ଘରର ସୁଖ ସମୃଦ୍ଧି ବଢ଼ାଇବ। ଏହି କୋଣ ଜଳ ତତ୍ତ୍ୱ ଓ ଶୁକ୍ର ଗ୍ରହର ମଧ୍ୟ। ତେଣୁ 'ମନି ପ୍ଲାଣ୍ଟ୍‌'କୁ ଏଠି ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୁଏ।

Related story