ଗର୍ଭବତୀଙ୍କ ପାଇଁ ଏମିତି ରହିଛି ବାସ୍ତୁ ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ନିଜ ଘରକୁ ବାସ୍ତୁଦୋଷ ଓ ନକାରାତ୍ମକ ଶକ୍ତିଠାରୁ ଦୂରରେ ରଖିବା ପାଇଁ ଅନେକ ବାସ୍ତୁ ନିୟମର ପାଳନ କରିଥାନ୍ତି। ତେବେ ଆପଣଙ୍କ ଘରେ ଯଦି କେହି ଗର୍ଭବତୀ ମହିଳା ରହିଛନ୍ତି, ତେବେ ସେମାନଙ୍କ ଉପରେ ମଧ୍ୟ ନୀତିନିୟମର ଲାଗୁ ହୋଇଥାଏ। ହୁଏତ ଆପଣ ଜାଣି ନ ଥିବେ ଯେ, ଗର୍ଭବତୀଙ୍କ ପାଇଁ କିଛି ବାସ୍ତୁ ଟିପ୍ସ ମଧ୍ୟ ରହିଛି। ସୁସ୍ଥ ଓ ସୁନ୍ଦର ସନ୍ତାନଟିଏ ପାଇବାକୁ ହେଲେ ସେହି ସବୁ ନିୟମ […]

peg5

Puspanjali Panda
  • Published: Friday, 08 February 2019
  • , Updated: 08 February 2019, 09:55 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ନିଜ ଘରକୁ ବାସ୍ତୁଦୋଷ ଓ ନକାରାତ୍ମକ ଶକ୍ତିଠାରୁ ଦୂରରେ ରଖିବା ପାଇଁ ଅନେକ ବାସ୍ତୁ ନିୟମର ପାଳନ କରିଥାନ୍ତି। ତେବେ ଆପଣଙ୍କ ଘରେ ଯଦି କେହି ଗର୍ଭବତୀ ମହିଳା ରହିଛନ୍ତି, ତେବେ ସେମାନଙ୍କ ଉପରେ ମଧ୍ୟ ନୀତିନିୟମର ଲାଗୁ ହୋଇଥାଏ। ହୁଏତ ଆପଣ ଜାଣି ନ ଥିବେ ଯେ, ଗର୍ଭବତୀଙ୍କ ପାଇଁ କିଛି ବାସ୍ତୁ ଟିପ୍ସ ମଧ୍ୟ ରହିଛି।

ସୁସ୍ଥ ଓ ସୁନ୍ଦର ସନ୍ତାନଟିଏ ପାଇବାକୁ ହେଲେ ସେହି ସବୁ ନିୟମ ମାନିବା ନିହାତି ଆବଶ୍ୟକ । ଅପରପକ୍ଷେ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ସେହି ସବୁ ଟିପ୍ସ ମାନିବା ଜଣେ ଗର୍ଭବତୀ ପାଇଁ ଶୁଭ ଫଳଦାୟୀ । ଏହାଦ୍ୱାରା ସନ୍ତାନ ସୁସ୍ଥ, ସୁନ୍ଦର ଓ ସୌଭାଗ୍ୟବନ୍ତ ହୋଇଥାଏ।  ତେବେ ଆସନ୍ତୁ ଜାଣିବା, ଗର୍ଭବତୀମାନେ କେଉଁ ସବୁ ବାସ୍ତୁ ନିୟମ ପାଳନ କରିବା ଉଚିତ୍‌।

  • ଗର୍ଭାବସ୍ଥା ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବରୁ ମୁକ୍ତ ହେବା ପାଇଁ ଘରେ ମୟୂର ପର ଲଗାଇବା ଉଚିତ୍ ।
  • ଘର ଭିତରେ ଓ ବାହାରେ ହଳଦି ମିଶ୍ରିତ ଚାଉଳ ପକାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରେ ନାହିଁ ବୋଲି ବିଶ୍ୱାସ ରହିଛି ।
  • ବିଶେଷ ଭାବେ ଗର୍ଭବତୀଙ୍କ ଶୟନ କକ୍ଷ ଓ ଅନ୍ୟ କୋଠରୀଗୁଡ଼ିକରେ ହାଲ୍‌କା ରଙ୍ଗ ବ୍ୟବହାର କରିବା ଭଲ । କାରଣ ହାଲ୍‌କା ରଙ୍ଗ ମନକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ।
  • ଗର୍ଭାବସ୍ଥା ସମୟରେ ନକାରାତ୍ମକ ଶକ୍ତି ଅଧିକ ଆକର୍ଷିତ ହୋଇଥାନ୍ତି। ତେଣୁ ଗର୍ଭବତୀ ମହିଳା ସବୁ ସମୟରେ ନିଜ ପାଖରେ କୌଣସି ଲୁହା କିମ୍ବା ତମ୍ବା ଜିନିଷ ରଖିବା ଉଚିତ୍ ।
  • ଗର୍ଭାବସ୍ଥା ସମୟରେ ମହିଳାମାନେ ଦକ୍ଷିଣଦିଗକୁ ଗୋଡ଼ କରି ଶୁଅନ୍ତୁ ନାହିଁ ।
  • ମହାଭାରତ, ହିଂସ୍ର ପଶୁ କିମ୍ବା ଜଙ୍ଗଲର କୌଣସି ଚିତ୍ର କାନ୍ଥରେ ଲଗାଇବା ବଦଳରେ ଆଣ୍ଠୁଆ ଗୋପାଳଙ୍କ ବିଭିନ୍ନ ଚିତ୍ର ଆଣି ଘରର କାନ୍ଥରେ ଲଗାନ୍ତୁ।

Related story