ଘରେ ଟଏଲେଟ୍‌ ତିଆରି ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଟଏଲେଟ୍‌ ବା ଶୌଚାଳୟ ଯଦି ଠିକ୍‌ ସ୍ଥାନରେ ହୋଇଥାଏ, ତେବେ ଆପଣଙ୍କର କୌଣସି ବାସ୍ତୁଜନିତ ଦୋଷ ରୁହେ ନାହିଁ। ଅଧିକାଂଶ କ୍ଷେତ୍ରରେ ଘରର ସୁଖ, ସମୃଦ୍ଧି ଓ ଶାନ୍ତି ଏହି ଟଏଲେଟ୍‌ର ଅବସ୍ଥିତି ଉପରେ ନିର୍ଭର କରିଥାଏ। ଟଏଲେଟ୍‌ ଉଚିତ୍‌ ସ୍ଥାନରେ ନ ରହିଲେ, ସମସ୍ତ ପ୍ରକାର ଅଶୁଭ ଶକ୍ତି ଘରେ ପ୍ରବେଶ କରିଥା’ନ୍ତି। ଏବେ ଆସନ୍ତୁ ଜାଣିବା, ଘରେ ଟଏଲେଟ୍‌ର ଦିଗ ଓ ଅବସ୍ଥିତି ସମ୍ପର୍କରେ ବାସ୍ତୁ ଶାସ୍ତ୍ରରେ […]

toilets_2

Puspanjali Panda
  • Published: Sunday, 02 December 2018
  • , Updated: 02 December 2018, 06:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଟଏଲେଟ୍‌ ବା ଶୌଚାଳୟ ଯଦି ଠିକ୍‌ ସ୍ଥାନରେ ହୋଇଥାଏ, ତେବେ ଆପଣଙ୍କର କୌଣସି ବାସ୍ତୁଜନିତ ଦୋଷ ରୁହେ ନାହିଁ। ଅଧିକାଂଶ କ୍ଷେତ୍ରରେ ଘରର ସୁଖ, ସମୃଦ୍ଧି ଓ ଶାନ୍ତି ଏହି ଟଏଲେଟ୍‌ର ଅବସ୍ଥିତି ଉପରେ ନିର୍ଭର କରିଥାଏ। ଟଏଲେଟ୍‌ ଉଚିତ୍‌ ସ୍ଥାନରେ ନ ରହିଲେ, ସମସ୍ତ ପ୍ରକାର ଅଶୁଭ ଶକ୍ତି ଘରେ ପ୍ରବେଶ କରିଥା'ନ୍ତି।

ଏବେ ଆସନ୍ତୁ ଜାଣିବା, ଘରେ ଟଏଲେଟ୍‌ର ଦିଗ ଓ ଅବସ୍ଥିତି ସମ୍ପର୍କରେ ବାସ୍ତୁ ଶାସ୍ତ୍ରରେ କ'ଣ ସବୁ ପରାମର୍ଶ ଦିଆଯାଇଛି।

୧. ବାସ୍ତୁ ଶାସ୍ତ୍ର ଅନୁସାରେ, ଆପଣ ଟଏଲେଟ୍‌ ଘରର ଐଶାନ୍ୟ କୋଣରେ ହିଁ ତିଆରି କରନ୍ତୁ। ଘରର ଉତ୍ତର-ପୂର୍ବ କୋଣକୁ ଐଶାନ୍ୟ କୋଣ କୁହଯାଏ। ଏହି କୋଣରେ ଟଏଲେଟ୍‌ ରହିଲେ, କୌଣସି ସମସ୍ୟା ବା ଆର୍ଥିକ ସଙ୍କଟ ଦେଖା ଯାଇ ନ ଥାଏ।

୨. ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଅନ୍ୟ ଦିଗରେ ମଧ୍ୟ ଟଏଲେଟ୍‌ ତିଆରି କରାଯାଇପାରିବ। କିନ୍ତୁ ଟ୍ୟାପ୍‌ ଓ ଶାୱର୍‌ ଉତ୍ତର-ପୂର୍ବ ଦିଗରେ ହିଁ ରହିବା ଉଚିତ୍‌। ତେବେ ଧ୍ୟାନ ଦିଅନ୍ତୁ, ବାଥ୍‌ରୁମ୍‌ର ପାଣି ଉତ୍ତର ପୂର୍ବ ଦିଗ ଆଡ଼କୁ ବୋହୁଥିବା ଉଚିତ୍‌।

୩. ଏହା ସହ ବାଥ୍‌ରୁମ୍‌ରେ ଏକ ଝରକା ଓ ଏକ୍‌ଜିଟ୍‌ ଫ୍ୟାନ୍‌ ରଖିବା ପାଇଁ ସ୍ଥାନ ରଖନ୍ତୁ। ଯଦି ଆପଣ ବାଥ୍‌ରୁମ୍‌ରେ ତେଲ, ସାବୁନ୍ ଓ ଶାମ୍ପୁ ରଖୁଛନ୍ତି, ଏଥିପାଇଁ ଦକ୍ଷିଣ କିମ୍ୱା ପଶ୍ଚିମ ଦିଗରେ କାନ୍ଥରେ ଏକ ଆଲମାରୀ ତିଆରି କରନ୍ତୁ।

୪. ନୀଳ ରଙ୍ଗକୁ ଶୁଭ ବୋଲି କୁହାଯାଏ। ସେଥିପାଇଁ ବାଥ୍‌ରୁମ୍‌ରେ ନୀଳ ରଙ୍ଗର ବାଲ୍‌ଟି ଓ ମଗ ରଖନ୍ତୁ। ଏହାଦ୍ୱାରା ସୁଖ ଓ ସମୃଦ୍ଧି ଆସିଥାଏ।

୫. ବାଥ୍‌ରୁମ୍‌ର କବାଟ ସର୍ବଦା ବନ୍ଦ ରଖନ୍ତୁ। କାରଣ ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥା'ନ୍ତି। ମନେ ରଖନ୍ତୁ, ଆପଣଙ୍କ ବାଥ୍‌ରୁମ୍‌ର କବାଟ ଯେପରି ବେଡ୍‌ରୁମ୍‌ ଆଡ଼କୁ ନ ଖୋଲେ।

୬. ବାଥ୍‌ରୁମ୍‌ ସହ ସଂଯୋଗ ହୋଇଥିବା ପାଣି ଟାଙ୍କି ସର୍ବଦା ସଫା ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଆର୍ଥିକ ସଙ୍କଟ ରହି ନ ଥାଏ।

୭. ଏହା ସହ ଯଦି ଆପଣ ବାଥ୍‌ରୁମ୍‌ରେ ଗୋଟିଏ ଲୁଣ ଭର୍ତ୍ତି ପାତ୍ର ରଖିବେ, ତେବେ ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବ ବୋଲି କୁହାଯାଇଛି।

Related story