Advertisment

କାହିଁକି ପାଳନ ହୁଏ ଧନତେରସ୍‌? ଜାଣନ୍ତୁ, ପୂଜାର ନିୟମ

ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ପାଳିତ ହୁଏ ଧନତେରସ ପର୍ବ ।  ଦୀପାବଳି ପୂର୍ବରୁ ପାଳିତ ହେଉଥିବା ଏହି ପର୍ବକୁ ବେଶ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ।  ଧନତେରସରେ ସୁନା, ରୂପା, ବାସନ ଏବଂ ଅନ୍ୟାନ୍ୟ ଜିନିଷ କିଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଏବଂ କୁବେରଙ୍କୁ ପୂଜା କରାଯାଇଥାଏ। ଧନତେରସ ପାଳନ ପଛର କାରଣ ଶାସ୍ତ୍ର ଅନୁଯାୟୀ, […]

କାହିଁକି ପାଳନ ହୁଏ ଧନତେରସ୍‌? ଜାଣନ୍ତୁ, ପୂଜାର ନିୟମ

dhantaras

Advertisment

ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ପାଳିତ ହୁଏ ଧନତେରସ ପର୍ବ ।  ଦୀପାବଳି ପୂର୍ବରୁ ପାଳିତ ହେଉଥିବା ଏହି ପର୍ବକୁ ବେଶ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ।  ଧନତେରସରେ ସୁନା, ରୂପା, ବାସନ ଏବଂ ଅନ୍ୟାନ୍ୟ ଜିନିଷ କିଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଏବଂ କୁବେରଙ୍କୁ ପୂଜା କରାଯାଇଥାଏ।

Advertisment

ଧନତେରସ ପାଳନ ପଛର କାରଣ

ଶାସ୍ତ୍ର ଅନୁଯାୟୀ, ଯେତେବେଳେ ସମୁଦ୍ର ଘୁଞ୍ଚିଗଲା, ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରଘଟ ହେଲେ । ସେହି ସମୟ ଥିଲା କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶ ତିଥି।  ଏହି ଦିନଟି  ଧନତେରସ ନାମରେ ବିବେଚିତ ହେଲା।  ପୂର୍ବରୁ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏହି ପର୍ବ ପାଳିତ ହେଉଥିବା ବେଳେ ଏବେ କିନ୍ତୁ ଅନ୍ୟ ରାଜ୍ୟବାସୀ ବି ଏହାକୁ ଆପଣେଇ ସାରିଛନ୍ତି। ଭଗବାନ ଧନ୍ୱନ୍ତରୀଙ୍କୁ ବିଷ୍ଣୁଙ୍କର ଏକ ଅଂଶ ଭାବରେ ବିବେଚନା କରାଯାଏ।

ପୁରାଣ କଥା ଅନୁଯାୟୀ, ସମୁଦ୍ର ଘୁଞ୍ଚିବା ସମୟରେ ପ୍ରଭୁ ଧନ୍ୱନ୍ତରୀ ନିଜ ହାତରେ ଏକ କଳସ ଧରି ଆର୍ବିଭାବ ହୋଇଥିଲେ। ତେଣୁ ଏହି ଦିନ କିଛି ବାସନ କିଣିବାକୁ ଶୁଭ ବିବେଚନା କରାଯାଇଥାଏ। କୁହାଯାଏ ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଏବଂ କୁବେରଙ୍କୁ ପୂଜା କଲେ  ଧନ, ଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ ବୋଲି ଚର୍ଚ୍ଚା ହେଉଛି।

Advertisment

[caption id="attachment_775630" align="aligncenter" width="650"]publive-image Representational Image[/caption]

 ପୂଜା ପଦ୍ଧତି

*ମନ୍ଦିର କିମ୍ବା ପୂଜା ସ୍ଥାନକୁ ସଫା କରି ଗଙ୍ଗା ପାଣି ଛିଞ୍ଚନ କରି ପରିଷ୍କାର କରନ୍ତୁ।

*ବସିବା ସ୍ଥାନରେ ନାଲି କପଡା ବିଛାଇ ଦିଅନ୍ତୁ ।

*ଏହା ପରେ ଭଗବାନ ଧନ୍ୱନ୍ତରୀ , କୁବେର ଦେବତା ଏବଂ ମା’ ଲକ୍ଷ୍ମୀଙ୍କ ପ୍ରତିମା କିମ୍ବା ଫଟୋ  ଲଗାନ୍ତୁ।

*ନାଲି ଫୁଲରେ ମୂର୍ତ୍ତିକୁ  ସଜାଇ ଦିଅନ୍ତୁ । ଘିଅ କିମ୍ବା ତେଲ ଦୀପ ସହିତ ହାଲୁକା ଧୂପ  ଲଗାନ୍ତୁ ।

*ଧନତେରସ ନିମନ୍ତେ  ଯେଉଁ  ଅଳଙ୍କାର, ବାସନ କିମ୍ବା ଅନ୍ୟାନ୍ୟ  ଜିନିଷ କିଣିଛନ୍ତି ତାହାକୁ ମାତା ଲକ୍ଷ୍ମୀ ଓ ଅନ୍ୟ ଦେବାତାଙ୍କ ସମ୍ମୁଖରେ ରଖନ୍ତୁ।

*ଲକ୍ଷ୍ମୀଙ୍କ ସ୍ରୋତ ସହ କୁବେର ସ୍ରୋତ ବି ପାଠ କରନ୍ତୁ।

*ମା’ ଲକ୍ଷ୍ମୀଙ୍କ ଆରତୀ ପରେ ମନ୍ତ୍ର ଜପ କରନ୍ତୁ ।

*ଶେଷରେ ପ୍ରସାଦ ବଣ୍ଟନ କରି ଧନତେରସ ପୂଜା ସମାପ୍ତ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe