ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ 'ୱିଣ୍ଡ୍‌ ଚାଇମ୍‌ସ୍‌'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଏବେ ଚାଇନିଜ୍‌ ବାସ୍ତୁଶାସ୍ତ୍ର ବା ‘ଫେଙ୍ଗ୍‌ ଶୁଇ’ର ପ୍ରଚଳନ ବେଶ୍ ବଢ଼ିଲାଣି। ଏହି ‘ଫେଙ୍ଗ୍‌ ଶୁଇ’ ଅନୁସାରେ ଅଧିକାଂଶ ଲୋକ ନିଜ ଘରକୁ ସଜାଇବା ପାଇଁ ‘ୱିଣ୍ଡ ଚାଇମ୍‌ସ୍‌’ ଲଗାନ୍ତି। ଏହା ଆକର୍ଷଣୀୟ ଦେଖାଯିବା ସହ ପବନ ବାଜିବା ଦ୍ୱାରା ଏଥିରୁ ଆସୁଥିବା ରୁଣଝୁଣ ଆୱାଜ୍‌ ମନକୁ ଶାନ୍ତି ଦିଏ ଓ ଉତ୍‌ଫୁଲ୍ଲିତ ମଧ୍ୟ କରିଥାଏ। ହେଲେ ଆପଣ ଜାଣନ୍ତି କି, ଏହା ଆପଣଙ୍କ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇପାରେ ? କୁହାଯାଏ ‘ୱିଣ୍ଡ ଚାଇମ୍‌ସ୍‌’କୁ […]

wind-chiem

Chinmayee Roy
  • Published: Monday, 08 October 2018
  • , Updated: 08 October 2018, 07:41 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଏବେ ଚାଇନିଜ୍‌ ବାସ୍ତୁଶାସ୍ତ୍ର ବା 'ଫେଙ୍ଗ୍‌ ଶୁଇ'ର ପ୍ରଚଳନ ବେଶ୍ ବଢ଼ିଲାଣି। ଏହି 'ଫେଙ୍ଗ୍‌ ଶୁଇ' ଅନୁସାରେ ଅଧିକାଂଶ ଲୋକ ନିଜ ଘରକୁ ସଜାଇବା ପାଇଁ 'ୱିଣ୍ଡ ଚାଇମ୍‌ସ୍‌' ଲଗାନ୍ତି। ଏହା ଆକର୍ଷଣୀୟ ଦେଖାଯିବା ସହ ପବନ ବାଜିବା ଦ୍ୱାରା ଏଥିରୁ ଆସୁଥିବା ରୁଣଝୁଣ ଆୱାଜ୍‌ ମନକୁ ଶାନ୍ତି ଦିଏ ଓ ଉତ୍‌ଫୁଲ୍ଲିତ ମଧ୍ୟ କରିଥାଏ। ହେଲେ ଆପଣ ଜାଣନ୍ତି କି, ଏହା ଆପଣଙ୍କ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇପାରେ ?

କୁହାଯାଏ 'ୱିଣ୍ଡ ଚାଇମ୍‌ସ୍‌'କୁ ସଠିକ ଜାଗାରେ ଲଗାଇଲେ, ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ। ତେଣୁ ଆଜି ଆମେ ଆପଣଙ୍କୁ 'ୱିଣ୍ଡ ଚାଇମ୍‌ସ୍‌' ସଂପର୍କିତ କିଛି ବାସ୍ତୁ ନିୟମ କହିବୁ।

ଘରର ଦକ୍ଷିମ-ପଶ୍ଚିମ ଦିଗରେ ବାଥରୁମ୍‌ କମ୍ବା ରୋଷେଇ ଘର ଥିଲେ, ଘରେ ମେଟାଲ୍‌ର 'ୱିଣ୍ଡ ଚାଇମ୍‌ସ୍‌' ଲଗାନ୍ତୁ। ସବୁ କିଛି ଭଲ ଓ ଶୁଭ ହେବ।

'ଫେଙ୍ଗ୍‌ ଶୁଇ' ଅନୁଯାୟୀ, ଯଦି ଘରେ ଆପଣ 'ୱିଣ୍ଡ ଚାଇମ୍‌ସ୍‌' ଲଗାନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେପରି ଘରର କୌଣସି ସଦସ୍ୟ ଏହା ତଳେ ଯିବା ଆସିବା ନ କରନ୍ତି।

'ଫେଙ୍ଗ୍‌ ଶୁଇ' ଅନୁଯାୟୀ, 'ୱିଣ୍ଡ ଚାଇମ୍‌ସ୍‌' ତଳେ ବସିଲେ ଅଶୁଭ ଫଳ ମିଳେ। ତେଣୁ ଏହାକୁ ଏପରି ସ୍ଥାନରେ ଲଗାନ୍ତୁ, ଯେଉଁଠି କେହି ଏହା ତଳେ ବସି ପାରିବେ ନାହିଁ।

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଘରେ ୬, ୭, ୮ କିମ୍ବା ୯ ରଡ୍‌ ବା ତାରଯୁକ୍ତ 'ୱିଣ୍ଡ ଚାଇମ୍‌ସ୍‌' ଲଗାଇବା ଶୁଭ ହୋଇଥାଏ।

 ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପିତ୍ତଳର 'ୱିଣ୍ଡ ଚାଇମ୍‌ସ୍‌' ଲଗାଇବା ସବୁଠୁ ଅଧିକ ଶୁଭ ଫଳ ଦେଇଥାଏ।

Related story