ଜଣେ ଯୁବତୀଙ୍କ ସମେତ ରାଜ୍ୟରେ ଆଖି ବୁଜିଲେ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୩୯ରେ ପହଞ୍ଚିଯାଇଛି। ରାଜ୍ୟର ୨ ଜିଲ୍ଲାରୁ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ  ମଧ୍ୟରେ ଜଣେ ଯୁବତୀ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୪୩ ଓ […]

coona-1

Niharika Rout
  • Published: Monday, 21 December 2020
  • , Updated: 21 December 2020, 11:46 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୩୯ରେ ପହଞ୍ଚିଯାଇଛି।

ରାଜ୍ୟର ୨ ଜିଲ୍ଲାରୁ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ  ମଧ୍ୟରେ ଜଣେ ଯୁବତୀ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୪୩ ଓ ଜଣଙ୍କ ବୟସ ୪୫। ୪୩ ବର୍ଷୀୟ ବ୍ୟକ୍ତିଜଣକ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲାରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ହେପାଟାଇଟ୍ସରେ ପୀଡ଼ିତ ଥିଲେ।

Related story