ଆସନ୍ତାକାଲି ମୁଦ୍ରାନୀତି ସମୀକ୍ଷା କରିବ ଆରବିଆଇ

ନୂଆଦିଲ୍ଳୀ:ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସନ୍ତାକାଲି ମୁଦ୍ରାନୀତି ସମୀକ୍ଷା କରିବ। ଆରବିଆଇ ଗଭର୍ଣ୍ଣର ଏଥର ସୁଧ ହାର ହ୍ରାସ ସଂପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି। ରେପୋ ରେଟ୍ ଅର୍ଥାତ ବ୍ୟାଙ୍କଗୁଡ଼ିକୁ ଆରବିଆଇ ଦେଉଥିବା ଋଣ ଉପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରିପାରେ ବୋଲି ଅନୁମାନ କରାଯାଉଛି। ଗତ ଚାରି ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ସବୁଠାରୁ କମ୍ ଅର୍ଥାତ୍ ୪.୮୭ ପ୍ରତିଶତ ରହିଥିବା ବେଳେ ଅର୍ଥନୀତିକୁ ଅଧିକ ଗତିଶୀଳ କରିବା ପାଇଁ ଆରବିଆଇ ସୁଧ […]

rbi

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 01:52 PM IST

ନୂଆଦିଲ୍ଳୀ:ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସନ୍ତାକାଲି ମୁଦ୍ରାନୀତି ସମୀକ୍ଷା କରିବ। ଆରବିଆଇ ଗଭର୍ଣ୍ଣର ଏଥର ସୁଧ ହାର ହ୍ରାସ ସଂପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି। ରେପୋ ରେଟ୍ ଅର୍ଥାତ ବ୍ୟାଙ୍କଗୁଡ଼ିକୁ ଆରବିଆଇ ଦେଉଥିବା ଋଣ ଉପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରିପାରେ ବୋଲି ଅନୁମାନ କରାଯାଉଛି। ଗତ ଚାରି ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ସବୁଠାରୁ କମ୍ ଅର୍ଥାତ୍ ୪.୮୭ ପ୍ରତିଶତ ରହିଥିବା ବେଳେ ଅର୍ଥନୀତିକୁ ଅଧିକ ଗତିଶୀଳ କରିବା ପାଇଁ ଆରବିଆଇ ସୁଧ ହାର ହ୍ରାସ କରିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି।

 

 

Related story