ଭାରତରେ ୫ହଜାର କୋଟି ଟଙ୍କା ନିବେଶ କରିବ ଆର୍ସେଲରମିତ୍ତଲ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ ଇସ୍ପାତ ନିର୍ମାଣ କମ୍ପାନୀ ଆର୍ସେଲରମିତ୍ତଲ ଓ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍) ମିଳିତ ଭାବେ ଭାରତରେ ଏକ ଇସ୍ପାତ କାରଖାନା ବସାଇବେ। ଏନେଇ ଏହି ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ଆର୍ସେଲରମିତ୍ତଲ ୫ହାଜାର କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡିଛି। ତେବେ ନିବେଶର ପରିମାଣ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସେହିପରି ଏହି କମ୍ପାନୀ ବର୍ଷକୁ କେତେ ପରିମାଣରେ ଇସ୍ପାତ […]

R0YG

Rakesh Mallick
  • Published: Saturday, 23 May 2015
  • , Updated: 23 May 2015, 10:32 AM IST

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ ଇସ୍ପାତ ନିର୍ମାଣ କମ୍ପାନୀ ଆର୍ସେଲରମିତ୍ତଲ ଓ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍) ମିଳିତ ଭାବେ ଭାରତରେ ଏକ ଇସ୍ପାତ କାରଖାନା ବସାଇବେ। ଏନେଇ ଏହି ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ଆର୍ସେଲରମିତ୍ତଲ ୫ହାଜାର କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡିଛି। ତେବେ ନିବେଶର ପରିମାଣ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସେହିପରି ଏହି କମ୍ପାନୀ ବର୍ଷକୁ କେତେ ପରିମାଣରେ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ସେନେଇ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆର୍ସେଲରମିତ୍ତଲ ଓ ସେଲ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ, ପ୍ରସ୍ତାବିତ ମିଳିତ ଉଦ୍ୟୋଗ ଏକ ଅତ୍ୟାଧୁନିକ କୋଲ୍ଡ ରୋଲିଂ ମିଲ ହେବ। ଫଳରେ ଭାରତରେ ଗାଡିମଟର ନିର୍ମାଣ କରୁଥିବା ଉଦ୍ୟୋଗଗୁଡିକ ଉଚ୍ଚମାନର ଇସ୍ପାତ ପାଇପାରିବ।

Related story