Advertisment

ପିଲାମାନଙ୍କ ଗେମିଙ୍ଗ ଟାଇମ୍ ହ୍ରାସ କରିବାକୁ ନିୟମ ଆଣିଲା ଚୀନ, ପୁରସ୍କାର ଦେଇ ପାରିବେନି ପ୍ଲାଟଫର୍ମ

ଗେମିଙ୍ଗ ପ୍ଲାଟଫର୍ମରେ ପିଲାମାନେ କିପରି ସମୟ ଅପଚୟ କରିବେ ନାହିଁ ଏବଂ ସେଥିରୁ ଦୂରେଇ ରହିବେ ସେଥିପାଇଁ ଏକ ଯୁଗାନ୍ତକାରୀ ନିୟମ ଲାଗୁ କରିଛନ୍ତି ଚୀନ ସରକାର।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସମଗ୍ର ବିଶ୍ୱରେ ଭିଡିଓ ଗେମିଂର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଯୁବପିଢି, କିଶୋର-କିଶୋରୀମାନେ ଏହି ସବୁ ପ୍ଲାଟଫର୍ମରେ ଅର୍ଥ ବିନିଯୋଗ ସହ ସମୟ ଅପଚୟ କରୁଛନ୍ତି। ଏହା ଗେମିଙ୍ଗ ଇଣ୍ଡଷ୍ଟ୍ରିକୁ ଲାଭ ଯୋଗାଉଛି ସତ, କିନ୍ତୁ ଏହାର କୁପ୍ରଭାବ ଛୋଟ ଛୋଟ ପିଲାମାନଙ୍କ ଭବିଷ୍ୟତ ଉପରେ ପଡୁଛି। ଏସବୁ ମଧ୍ୟରେ ଚୀର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆପଣାଇଛନ୍ତି।

Advertisment

ଗେମିଙ୍ଗ ପ୍ଲାଟଫର୍ମରେ ପିଲାମାନେ କିପରି ସମୟ ଅପଚୟ କରିବେ ନାହିଁ ଏବଂ ସେଥିରୁ ଦୂରେଇ ରହିବେ ସେଥିପାଇଁ ଏକ ଯୁଗାନ୍ତକାରୀ ନିୟମ ଲାଗୁ କରିଛନ୍ତି। ୨୦୨୧ରେ ଚୀନ ନେଇଥିବା ପଦକ୍ଷେପ, ନାବାଳକମାନେ କେବଳ ମାତ୍ର ଏକ ଘଣ୍ଟା ପାଇଁ ଭିଡିଓ ଗେମ୍ ଖେଳିପାରିବାର କଟକଣା ଲଗାଇଥିଲା। ଏହା କେତେକାଂଶରେ ସଫଳ ମଧ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ସରକାର ଅନଲାଇନରେ ଗେମ୍ ଖେଳିବା ଦ୍ୱାରା ମିଳୁଥିବା ପ୍ରୋତ୍ସାହନ ରାଶି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। 

ସାଉଥ ଚାଇନା ମର୍ଣ୍ଣି ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପ ନିୟାମକ ନ୍ୟାସନାଲ ପ୍ରେସ ଆଣ୍ଡ ପବ୍ଲିକେସନ୍ ଆଡମିନିଷ୍ଟ୍ରେସନ (NPPA) ଗତକାଲି ଏକ ନିୟମାବଳି ପ୍ରକାଶ କରିଛି, ଯେଉଁଥିରେ ଦର୍ଶାଯାଇଛି ଯେ, ଅନଲାଇନ୍ ଗେମ୍ ମାଧ୍ୟରେ ଦିଆଯାଉଥିବା ପୁରସ୍କାର ରାଶି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଣିକି ଆଉ ଅନଲାଇରେ ଗେମ୍ ଖେଳିବା ପାଇଁ ପୁରସ୍କାର କିମ୍ବା କୌଣସି ଅର୍ଥରାଶ ଦେଇପାରିବେ ନାହିଁ ପ୍ଲାଟଫର୍ମ। ଗେମିଂ ଆପ୍ ପ୍ଲାଟଫର୍ମଗୁଡିକ ଏପରି କରିବା ଫଳରେ ପିଲାମାନେ ନିଶାରେ ପଡୁଛନ୍ତି। ଲୋଭରେ ଅର୍ଥ ବିନିଯୋଗ କରୁଛନ୍ତି, ଏଥିସହ ସମୟ ମଧ୍ୟ ଅପଚୟ କରୁଛନ୍ତି। 

Advertisment

ବିବିସି ରିପୋର୍ଟ ଅନୁସାରେ, ଚାଇନା ହେଉଛି ବିଶ୍ୱର ସର୍ବବୃହତ ଗେମିଂ ମାର୍କେଟ୍(ଖେଳ ବଜାର)। ରାଜସ୍ୱ ଦୃଷ୍ଟିରୁ ଟେନସେଣ୍ଟ(Tencent) ହେଉଛି ବିଶ୍ୱର ଅଗ୍ରଣୀ କମ୍ପାନୀ। ଏହି ପ୍ଲାଟଫର୍ମ ଏସିଆ ମହାଦେଶରେ ପ୍ରାଧାନ୍ୟ ବିସ୍ତାର କରିଛି। NPPA ଘୋଷଣା ପରେ, ଟେନ୍ସେଣ୍ଟର ଶେଆର୍ ମୂଲ୍ୟ ୧୨.୪% ହ୍ରାସ ପାଇଥିବା ବିବିସି ରିପୋର୍ଟରୁ ଜଣାପଡିଛି। ତେବେ ଚୀନ୍ ସରକାରଙ୍କ ଏହି ପଦକ୍ଷପ ଆଗକୁ ପିଲାମାନଙ୍କୁ ଗେମିଂ ପ୍ଲାଟଫର୍ମରୁ କିପରି ନିବୃତ୍ତି କରିପାରୁଛି ତା' ଉପରେ ନଜର ରହିବ। 

China Govt New Rule Chinese Govt Restrictions Tencent Video Gaming
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe