ଗ୍ରୀସ୍ ଆର୍ଥିକ ସଂକଟର ପ୍ରଭାବ: ୩୦୦ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ୱାଇ:  ମୁମ୍ୱାଇ ଷ୍ଟକ ସୂଚକାଙ୍କ ସେନସେକ୍ସ  ଦର ଆଜି ଖସିଛି। ଆଜି କାରବାର ଆରମ୍ଭରୁ ହିଁ ସେନସେକ୍ସ ପ୍ରାୟ ୩୦୦ ପଏଣ୍ଟ ହ୍ରାସ ପାଇଥିଲା। ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ଗ୍ରୀସ୍ ଆର୍ଥିକ ସଙ୍କଟର ପ୍ରଭାବ ଷ୍ଟକ ମାର୍କେଟ ଉପରେ ପୁଣି ଥରେ ପଡ଼ିଛି । ରବିବାର ଆର୍ଥିକ ସଙ୍କଟ ନେଇ ଗ୍ରୀସରେ ଗଣଭୋଟ ହୋଇଥିଲା। ଏଥିରେ ୬୦ରୁ ଊର୍ଦ୍ଧ୍ୱ ପ୍ରତିଶତ ନୋ ବୋଲି ମତ ଦେଇଥିଲେ। ଅର୍ଥାତ ଆନ୍ତର୍ଜାତୀୟ ସମୁଦାୟ ଗ୍ରୀସକୁ ବେଲ ଆଉଟ […]

indiansharemarke

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 10:16 AM IST

ମୁମ୍ୱାଇ:  ମୁମ୍ୱାଇ ଷ୍ଟକ ସୂଚକାଙ୍କ ସେନସେକ୍ସ  ଦର ଆଜି ଖସିଛି। ଆଜି କାରବାର ଆରମ୍ଭରୁ ହିଁ ସେନସେକ୍ସ ପ୍ରାୟ ୩୦୦ ପଏଣ୍ଟ ହ୍ରାସ ପାଇଥିଲା। ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ଗ୍ରୀସ୍ ଆର୍ଥିକ ସଙ୍କଟର ପ୍ରଭାବ ଷ୍ଟକ ମାର୍କେଟ ଉପରେ ପୁଣି ଥରେ ପଡ଼ିଛି । ରବିବାର ଆର୍ଥିକ ସଙ୍କଟ ନେଇ ଗ୍ରୀସରେ ଗଣଭୋଟ ହୋଇଥିଲା। ଏଥିରେ ୬୦ରୁ ଊର୍ଦ୍ଧ୍ୱ ପ୍ରତିଶତ ନୋ ବୋଲି ମତ ଦେଇଥିଲେ। ଅର୍ଥାତ ଆନ୍ତର୍ଜାତୀୟ ସମୁଦାୟ ଗ୍ରୀସକୁ ବେଲ ଆଉଟ ଭଳି ଯେଉଁ କଠୋର ସର୍ତ୍ତାବଳୀ ଲାଗୁ କରିଥିଲାବେଳେ ତାହାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହାର ପ୍ରଭାବ ଆଜି ମାର୍କେଟ ଉପରେ ପଡ଼ିଛି। ସେପଟେ ଆଜି ନିଫ୍ଟି ସୂଚକାଙ୍କ ୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି ।

Related story