ମୁମ୍ୱାଇ: ଶେୟାର ବଜାରରେ ଆଜି ଇଣ୍ଡିଆନ ରେଲଓ୍ୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ର ମୂଲ୍ୟ ଦୁଇ ଗୁଣା ବଢ଼ିଛି। ଶେୟାର ବଜାର ଖୋଲିବା ବେଳକୁ ଆଇଆରସିଟିସିର ବେସ ପ୍ରାଇସ୍ ୩୨୦ ଥିଲା। ହେଲେ ୧୦ଟା ୨୦ ସୁଦ୍ଧା ସେୟାର ପ୍ରାଇସ ଦୁଇ ଗଣା ବଢ଼ି ୬୯୧ ହୋଇଥିଲା । ପରେ ଶେୟାର ବଜାର ବନ୍ଦ ହେବା ବେଳକୁ ଏହାର ମୂଲ୍ୟ ୭୩୩ ଟଙ୍କା ହୋଇଛି। ଫଳରେ ଆଇଆରସିଟିସିରେ ନିବେଶ କରିଥିବା ଶେୟାର ହୋଲଡରଙ୍କର ଆଜି ମାଲାମାଲ ହୋଇଛନ୍ତି।
କମ୍ପାନୀ ଆଇପିଓର ଆବେଦନ ସେପ୍ଟମ୍ୱର ୩୦ରୁ ଆରମ୍ଭ ହୋଇ ୪ ଅକ୍ଚୋବର ବନ୍ଦ ହୋଇଥିଲା। ଆଇଆରସିଟିସିର ଆଇପିଓରୁ ୬୪୫ କୋଟି ଟଙ୍କା ଉଠାଇବ ବୋଲି ଲକ୍ଷ୍ୟ ରଖିଥିଲା। ହେଲେ ନିର୍ଦ୍ଧାରିତ ଲକ୍ଷ୍ୟଠୁ ୧୧୨ ଗୁଣା ଶେୟାର ଆଇଆରସିଟିସିର ବଢ଼ିଛି। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ(ଏନଏସଇ) ଆଇଆରସିଟିସିର ସୂଚକାଙ୍କ ୬୨୬ ରହିଥିଲା। ଷ୍ଟକ୍ ମାର୍କେଟରେ କୌଣସି ସରକାରୀ କମ୍ପାନୀ ତାଲିକାଭୁକ୍ତ ହେବାରେ ଏହା ହେଉଛି ପ୍ରଥମ କମ୍ପାନୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।