ଭାରତରେ ଲଞ୍ଚ୍‌ ହେଲା ଲାମ୍ବରଗିନିର ନୂଆ ମଡେଲ୍

ନୂଆଦିଲ୍ଲୀ: lamborgini ଇଣ୍ଡିଆ ନିଜର Huracan EVO ସୁପର କାର୍‌କୁ ଭାରତରେ ୩.୭୩ କୋଟି ଟଙ୍କାରେ ଲଞ୍ଚ କରିଛି। ଷ୍ଟାଣ୍ଡାର୍ଡ Lamborghini Huracanକୁ ଏବେ ଭାରତରେ ବନ୍ଦ କରିଦିଆଯାଇଛି। ଏହାକୁ ନେକ୍ସଟ୍‌ ଜେନେରେଶନ୍‌ Lamborghini Huracan କୁହାଯିବ। ଏହାର ଇଣ୍ଟିରିୟର୍‌ ଓ ଏକ୍ସଟେରିୟର ଡିଜାଇନ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ, ଅନେକ ମେକାନିକାଲ ପରିବର୍ତ୍ତନ ହୋଇଛି। ଏଥିରେ ୫.୨ ଲିଟର v10 ଇଞ୍ଜିନ୍ ଲାଗିଛି ଯାହା  8,000RPM ରେ 640bhpର ପାୱାର ଓ 6,500RPMରେ 600Nmର […]

lamvborgini

Chinmayee Roy
  • Published: Tuesday, 12 February 2019
  • , Updated: 12 February 2019, 08:45 AM IST

ନୂଆଦିଲ୍ଲୀ: lamborgini ଇଣ୍ଡିଆ ନିଜର Huracan EVO ସୁପର କାର୍‌କୁ ଭାରତରେ ୩.୭୩ କୋଟି ଟଙ୍କାରେ ଲଞ୍ଚ କରିଛି। ଷ୍ଟାଣ୍ଡାର୍ଡ Lamborghini Huracanକୁ ଏବେ ଭାରତରେ ବନ୍ଦ କରିଦିଆଯାଇଛି।

ଏହାକୁ ନେକ୍ସଟ୍‌ ଜେନେରେଶନ୍‌ Lamborghini Huracan କୁହାଯିବ। ଏହାର ଇଣ୍ଟିରିୟର୍‌ ଓ ଏକ୍ସଟେରିୟର ଡିଜାଇନ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ, ଅନେକ ମେକାନିକାଲ ପରିବର୍ତ୍ତନ ହୋଇଛି। ଏଥିରେ ୫.୨ ଲିଟର v10 ଇଞ୍ଜିନ୍ ଲାଗିଛି ଯାହା  8,000RPM ରେ 640bhpର ପାୱାର ଓ 6,500RPMରେ 600Nmର ପିକ୍‌ଟକ୍‌ ଜେନେରେଟ୍ କରିଥାଏ। ଟ୍ରାନ୍ସମିଶନ୍‌ ପାଇଁ ଏଥିରେ ୭-ସ୍ପିଡ୍ ଡୁଆଲ୍ କ୍ଲଚ୍‌ ଦ୍‌ଆଯାଇଛି।

lamborghini Huracan EVOର ଓଜନ ପ୍ରାୟ ୧,୪୨୨ କିଲୋଗ୍ରାମ୍ ହେବ। ଖାସ୍‌ ଏଥିପାଇଁ ଏହି ସୁପର୍‌କାର୍‌ ଅନେକ ଭଲ ପର୍ଫମାନ୍ସ ଦେଇଥାଏ। ଏହି ସୁପର୍‌କାର୍‌ ୨.୯ ସେକେଣ୍ଡରେ 0-100km/h ଓ ୯ ସେକେଣ୍ଡରେ 0-200km/h ସ୍ପିଡ୍‌ରେ ଯାଇପାରିବ। ଏହି କାର୍‌ର ଟପ୍‌ ସ୍ପିଡ୍‌ 325km/hରୁ ବି ଅଧିକ। ଏହି କାର୍‌ ଭିତରେ ୮.୪ ଇଞ୍ଚର ଟଚ୍‌ସ୍କ୍ରିନ୍‌ ପ୍ୟାନେଲ୍‌ ଦିଆଯାଇଛି। କାର୍‌ର ସମସ୍ତ ଫଙ୍କସନ୍ ଏହି ଟଚ୍‌ସ୍କ୍ରିନ୍‌ରେ ପ୍ୟାନେଲ୍‌ରେ ହିଁ କଣ୍ଟ୍ରୋଲ୍‌ କରାଯାଇପାରିବ। ଏଥିରେ ‘ଆପ୍‌ କାର୍‌-ପ୍ଲେ’ର ମଦ୍ୟ ସପୋର୍ଟ ଦିଆଯାଇଛି।

Related story