ମହାରାଷ୍ଟ୍ରରେ ଡାଲି ଉତ୍ପାଦନ ୬୦% କମିଲା

ମୁମ୍ବାଇ: ୨୦୧୪-୧୫ ରେ ମହାରାଷ୍ଟ୍ରରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ୬୦% କମିଛି।  ସେହିପରି ଉଭୟ ରବି ଓ ଖରିଫ ଫସଲରେ ୩୦% ହ୍ରାସ ପରିଲିକ୍ଷିତ ହୋଇଛି। ଆଉ ଏଥିଯୋଗୁ ଡାଲି ଆଦିର ଦରଦାମ ବଢ଼ି ଯିବାର ଆଶଙ୍କା ଦେଖା ଦେଇଛି। ସାରା ଦେଶର ଖାଦ୍ୟଶସ୍ୟର ୧୦% ମହାରାଷ୍ଟ୍ରରେ ଉତ୍ପାଦିତ ହୋଇଥାଏ। ତେବେ କମ୍ ବର୍ଷା ଯୋଗୁ ଗତ ବର୍ଷ ମହାରାଷ୍ଟ୍ରରେ ଖାଦ୍ୟଶସ୍ୟ ଉତ୍ପାଦନ ୩୫% ହ୍ରାସ ଘଟିଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। […]

dali

Rakesh Mallick
  • Published: Thursday, 28 May 2015
  • , Updated: 28 May 2015, 09:28 AM IST

ମୁମ୍ବାଇ: ୨୦୧୪-୧୫ ରେ ମହାରାଷ୍ଟ୍ରରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ୬୦% କମିଛି।  ସେହିପରି ଉଭୟ ରବି ଓ ଖରିଫ ଫସଲରେ ୩୦% ହ୍ରାସ ପରିଲିକ୍ଷିତ ହୋଇଛି। ଆଉ ଏଥିଯୋଗୁ ଡାଲି ଆଦିର ଦରଦାମ ବଢ଼ି ଯିବାର ଆଶଙ୍କା ଦେଖା ଦେଇଛି।

ସାରା ଦେଶର ଖାଦ୍ୟଶସ୍ୟର ୧୦% ମହାରାଷ୍ଟ୍ରରେ ଉତ୍ପାଦିତ ହୋଇଥାଏ। ତେବେ କମ୍ ବର୍ଷା ଯୋଗୁ ଗତ ବର୍ଷ ମହାରାଷ୍ଟ୍ରରେ ଖାଦ୍ୟଶସ୍ୟ ଉତ୍ପାଦନ ୩୫% ହ୍ରାସ ଘଟିଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଡାଲି ଭଳି ତୈଳବୀଜ ଓ କପା ଆଦି ଅର୍ଥନୈତିକ ଫସଲ ଉତ୍ପାଦନରେ ମଧ୍ୟ ହ୍ରାସ ପରିଲିକ୍ଷିତ ହୋଇଛି। ତୈଳବୀଜ ଉତ୍ପାଦନରେ ୫୪% ହ୍ରାସ ଘଟିଥିବା ବେଳେ କପାରେ ୫୮% କମ୍ ଉତ୍ପାଦନ ହୋଇଛି।

ରାଜ୍ୟରେ ଏହି ସମୟ ମଧ୍ୟରେ କେବଳ ଆଖୁ ଚାଷ ଭଲ ହୋଇଛି। ଆଖୁ ଉତ୍ପାଦନ ୧୭% ବଢ଼ିଛି।

୨୦୧୪-୧୫ରେ ଅଳ୍ପ ବର୍ଷା ଯୋଗୁ ଖରିଫ ଫସଲ ଉତ୍ପାଦନ କମି ଥିବା ବେଳେ ଅଦିନିଆ ବର୍ଷା ଯୋଗୁ ରବି ଫସଲ ବି ପ୍ରଭାବିତ ହୋଇଥିଲା। ସେଥିପାଇଁ ରବି ଋତୁରେ ମଧ୍ୟ ଡାଲି ଫସଲର ଉତ୍ପାଦନ ୪୫% ହ୍ରାସ ହୋଇଥିଲା। ସେହିପରି ଅନ୍ୟାନ୍ୟ ଫସଲରେ ୨୩% କମ୍ ଉତ୍ପାଦନ ହେଲା।

ତେବେ ଚଳିତ ବର୍ଷ ଉଭୟ ଖରିଫ୍ ଓ ରବି ଋତୁରେ ଭଲ ଫସଲ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଆଶା ରଖିଛନ୍ତି।

Related story