ମଙ୍ଗୋଲିଆକୁ ୩୬୦୦ କୋଟି ଟଙ୍କା ଋଣ ଦେବ ଭାରତ

ଉଲାନ ବାତୋର: ମଙ୍ଗୋଲିଆକୁ ଭାରତ ୩୬୦୦ କୋଟି ଟଙ୍କାର ଋଣ ଯୋଗାଇ ଦେବ। ମଙ୍ଗୋଲିଆ ଏହି ଅର୍ଥକୁ ନିଜର ଅର୍ଥନୈତିକ କ୍ଷମତା ବଢ଼ାଇବା ଓ ଭିତ୍ତିଭୂମି କାର୍ଯ୍ୟରେ ବିନିଯୋଗ କରିବ। ମଙ୍ଗୋଲିଆ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଏହି ଘୋଷଣା କରିଥିଲେ। ଦୁଇ ଦେଶ ମଧ୍ୟରେ ସଂପର୍କକୁ ’ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ ସ୍ତରକୁ ନେଇ ଯିବା ପାଇଁ ମୋଦି ଏହି ଋଣ ଘୋଷଣା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଓ ମଙ୍ଗୋଲିଆ ପ୍ରଧାନମନ୍ତ୍ରୀ ଚିମେଦ ଶୈଖାନଗିଲେଗଙ୍କ ଉପସ୍ଥିତିରେ […]

pradhanmantreemodi

Rakesh Mallick
  • Published: Sunday, 17 May 2015
  • , Updated: 17 May 2015, 02:35 PM IST

ଉଲାନ ବାତୋର: ମଙ୍ଗୋଲିଆକୁ ଭାରତ ୩୬୦୦ କୋଟି ଟଙ୍କାର ଋଣ ଯୋଗାଇ ଦେବ। ମଙ୍ଗୋଲିଆ ଏହି ଅର୍ଥକୁ ନିଜର ଅର୍ଥନୈତିକ କ୍ଷମତା ବଢ଼ାଇବା ଓ ଭିତ୍ତିଭୂମି କାର୍ଯ୍ୟରେ ବିନିଯୋଗ କରିବ। ମଙ୍ଗୋଲିଆ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଏହି ଘୋଷଣା କରିଥିଲେ। ଦୁଇ ଦେଶ ମଧ୍ୟରେ ସଂପର୍କକୁ ’ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ ସ୍ତରକୁ ନେଇ ଯିବା ପାଇଁ ମୋଦି ଏହି ଋଣ ଘୋଷଣା କରିଛନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଓ ମଙ୍ଗୋଲିଆ ପ୍ରଧାନମନ୍ତ୍ରୀ ଚିମେଦ ଶୈଖାନଗିଲେଗଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ୧୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରତିରକ୍ଷା, ସାଇବର ସୁରକ୍ଷା, କୃଷି, ଅକ୍ଷୟ ଶକ୍ତି ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଏହି ସବୁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ବିମାନ ସେବା, ପଶୁ ସ୍ୱାସ୍ଥ୍ୟ ଓ ଦୁଗ୍ଧ ଉତ୍ପାଦନ, ଔଷଧ,  ମଙ୍ଗୋଲିଆରେ ଏକ ସାଇବର ସିକ୍ୟୁରିଟି ଟ୍ରେନିଂ କେନ୍ଦ୍ର ଓ ଭାରତ-ମଙ୍ଗୋଲିଆ ଫ୍ରେଣ୍ଡସିପ୍ ସେକେଣ୍ଡାରୀ ସ୍କୁଲର ସ୍ଥାପନା ନେଇ ଦୁଇ ଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି।

ମଙ୍ଗୋଲିଆ ପ୍ରଧାନମନ୍ତ୍ରୀ  ଚିମେଦ ଶୈଖାନଗିଲେଗଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦି କହିଥିଲେ ଯେ ଭାରତ ତା’ର ପୂର୍ବ ରାଷ୍ଟ୍ରଗୁଡ଼ିକୁ ନେଇ ଯେଉଁ ନୀତି ପ୍ରସ୍ତୁତ କରିଛି ସେଥିରେ ମଙ୍ଗୋଲିଆ ଏକ ଅବିଚ୍ଛିନ୍ନ ଅଙ୍ଗ ହୋଇଛି। ଏସିଆ ମହାଦେଶରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ଭାରତ ଏବଂ ମଙ୍ଗୋଲିଆ ମିଳିତ ଭାବେ କାମ କରିବେ।

Related story