ସାଧା କାଗଜରେ ଘୋଷଣାପତ୍ର ଲେଖି ଖୋଲି ହେବ ବ୍ୟାଙ୍କ ଏକାଉଣ୍ଟ

ନୂଆଦିଲ୍ଲୀ: ଦେଶରେ ଅଧାରୁ ଅଧିକ ଲୋକଙ୍କର ବ୍ୟାଙ୍କ ଏକାଉଣ୍ଟ ନାହିଁ। ସେଥିପାଇଁ ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ପାଇଁ ରହିଥିବା ନିୟମଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସହଜ କରି ଦେଇଛନ୍ତି। ଏ ସୂଚନା ଦେଇଛନ୍ତି ଆରବିଆଇର ସହାୟକ ମହାପ୍ରବନ୍ଧକ କ୍ଷିତିଜ କୁମାର ସିଂହ। ସେ କହିଛନ୍ତି ଯେ ଏବେଠାରୁ ଆଉ ବ୍ୟାଙ୍କରେ ଏକାଉଣ୍ଟ ଖୋଲିବାକୁ ଏକାଧିକ ପ୍ରମାଣପତ୍ରର ଆବଶ୍ୟକ ହେବ ନାହିଁ। ପରିଚୟ ପତ୍ର କି ଆବାସିକ ପ୍ରମାଣପତ୍ର ବି ଦରକାର ହେବ ନାହିଁ। ସାଧା କାଗଜରେ ଘୋଷଣାପତ୍ର […]

RBI

Rakesh Mallick
  • Published: Sunday, 19 April 2015
  • , Updated: 21 April 2015, 06:38 AM IST

ନୂଆଦିଲ୍ଲୀ: ଦେଶରେ ଅଧାରୁ ଅଧିକ ଲୋକଙ୍କର ବ୍ୟାଙ୍କ ଏକାଉଣ୍ଟ ନାହିଁ। ସେଥିପାଇଁ ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ପାଇଁ ରହିଥିବା ନିୟମଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସହଜ କରି ଦେଇଛନ୍ତି। ଏ ସୂଚନା ଦେଇଛନ୍ତି ଆରବିଆଇର ସହାୟକ ମହାପ୍ରବନ୍ଧକ କ୍ଷିତିଜ କୁମାର ସିଂହ।

ସେ କହିଛନ୍ତି ଯେ ଏବେଠାରୁ ଆଉ ବ୍ୟାଙ୍କରେ ଏକାଉଣ୍ଟ ଖୋଲିବାକୁ ଏକାଧିକ ପ୍ରମାଣପତ୍ରର ଆବଶ୍ୟକ ହେବ ନାହିଁ। ପରିଚୟ ପତ୍ର କି ଆବାସିକ ପ୍ରମାଣପତ୍ର ବି ଦରକାର ହେବ ନାହିଁ। ସାଧା କାଗଜରେ ଘୋଷଣାପତ୍ର ଲେଖି ଯେକୌଣସି ବ୍ୟାଙ୍କରେ ଏକାଉଣ୍ଟ ଖୋଲି ହେବ। ତେବେ ଏକ ବର୍ଷ ମଧ୍ୟରେ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ପାଇଁ ଆବଶ୍ୟକ ହେଉଥିବା ଅଧା ଡଜନରୁ ଅଧିକ ପ୍ରମାଣପତ୍ରରୁ ଯେକୌଣସି ଗୋଟିଏକୁ ଦାଖଲ କରିବାକୁ ହେବ। ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ପାଇଁ ପ୍ରମାଣପତ୍ର ସ୍ୱରୂପ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟ ପରିଚୟ ପତ୍ର, ପ୍ୟାନ୍ କାର୍ଡ, ଆଧାରକାର୍ଡ଼ ଓ ମନରେଗାର ପ୍ରମାଣପତ୍ରକୁ ମାନ୍ୟତା ଦେଇଛି ଆରବିଆଇ। ଆରବିଆଇର ନୂଆ ନିୟମ ଅନୁଯାୟୀ ଏହି ସବୁ ପ୍ରମାଣପତ୍ରଗୁଡ଼ିକ ମଧ୍ୟରୁ ଯେଉଁଥିରେ ବି ଜଣେ ବ୍ୟକ୍ତିଙ୍କର ନାମ ସହିତ ଘରର ଠିକଣା ରହିଥିବ କେବଳ ସେହିଟିକୁ ଦାଖଲ କରିବାକୁ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବ୍ୟାଙ୍କ ଏକାଉଣ୍ଟ ସ୍ଥାନାନ୍ତର କଲା ବେଳେ ‘ଗ୍ରାହକଙ୍କୁ ଜାଣନ୍ତୁ ଫର୍ମ’ର ବି ଆବଶ୍ୟକତା ପଡ଼ିବ ନାହିଁ ।

Related story