ଲଞ୍ଚ୍ ହେଲା 'ସାମ୍‌ସଙ୍ଗ ଫୋଲ୍ଡ': ଟ୍ୟାବ ଭଳି ଚଉଡା, ଭାଙ୍ଗିଦେଲେ ଫୋଲ୍ଡ ହୋଇ ପକେଟ୍‌ରେ ରହିବ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପ୍ରମୁଖ ଇଲେକ୍ଟ୍ରୋନିକ୍‌ କମ୍ପାନୀ ସାମସଙ୍ଗ ଏଭଳି ଏକ ସ୍ମାର୍ଟଫୋନ୍‌ ଲଞ୍ଚ୍ କରିଛି ଯାହା ଫୋଲ୍ଡ ହେଇଯାଉଛି ବା ମୋଡ଼ି ହୋଇଯାଉଛି ଓ ଖୋଲିଲେ ଏହା ଟାବଲେଟ୍‌ ହେଇଯାଉଛି। ଯାହାର ନାଁ ରହିଛି ‘ସାମସଙ୍ଗ ଫୋଲ୍ଡ’ । ସାମସଙ୍ଗ ଏଭଳି ଫିଚର ଥିବା ଫୋନ୍‌ ଲଞ୍ଚ କରିବା ବିଶ୍ୱରେ ପ୍ରଥମ କମ୍ପାନୀ ହୋଇଯାଇଛି। ଏପରିକି ୫ଜିରେ କାମ କରୁଥିବା ସେଲ୍‌ଫୋନ୍‌ ସେଟ୍‌ ଆଣିବାରେ ମଧ୍ୟ ସାମସଙ୍ଗ୍‌ ପ୍ରଥମ କମ୍ପାନୀ ବୋଲି କୁହାଯାଉଛି।  ଏହି ଫୋନ୍‌ର ଆଉ […]

samsung-fold

Chinmayee Roy
  • Published: Thursday, 21 February 2019
  • , Updated: 21 February 2019, 06:41 PM IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପ୍ରମୁଖ ଇଲେକ୍ଟ୍ରୋନିକ୍‌ କମ୍ପାନୀ ସାମସଙ୍ଗ ଏଭଳି ଏକ ସ୍ମାର୍ଟଫୋନ୍‌ ଲଞ୍ଚ୍ କରିଛି ଯାହା ଫୋଲ୍ଡ ହେଇଯାଉଛି ବା ମୋଡ଼ି ହୋଇଯାଉଛି ଓ ଖୋଲିଲେ ଏହା ଟାବଲେଟ୍‌ ହେଇଯାଉଛି। ଯାହାର ନାଁ ରହିଛି ‘ସାମସଙ୍ଗ ଫୋଲ୍ଡ’ । ସାମସଙ୍ଗ ଏଭଳି ଫିଚର ଥିବା ଫୋନ୍‌ ଲଞ୍ଚ କରିବା ବିଶ୍ୱରେ ପ୍ରଥମ କମ୍ପାନୀ ହୋଇଯାଇଛି।

ଏପରିକି ୫ଜିରେ କାମ କରୁଥିବା ସେଲ୍‌ଫୋନ୍‌ ସେଟ୍‌ ଆଣିବାରେ ମଧ୍ୟ ସାମସଙ୍ଗ୍‌ ପ୍ରଥମ କମ୍ପାନୀ ବୋଲି କୁହାଯାଉଛି।  ଏହି ଫୋନ୍‌ର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ରହିଛି ମୋଟ ୫ଟି କ୍ୟାମେରା। ଏଥିମଧ୍ୟରୁ ୩ଟି ରିୟର ଓ ୨ଟି ଫ୍ରଣ୍ଟ। ୧୨ଜିବି ରାମ୍‌ ଓ୫୧୨ ଜିବି ଇଣ୍ଟରନାଲ ମେମୋରୀରେ ଉପଲବ୍ଧ ହେବ ଏହି ଫୋନ୍‌। ଯେଉଁଥିରେ ରହିଚି 4380 MAHର ବ୍ୟାଟେରୀ।

https://twitter.com/SamsungMobile/status/1098312744732831744

ଫୋଲ୍ଡ ଥିବା ଅବସ୍ଥାରେ ଏହା ୪.୬ ଡିସ୍‌ପ୍ଲେ ସହ ଏକ ସ୍ମାର୍ଟଫୋନ୍‌ ପରି କାମ କରିଥାଏ। ହେଲେ ଖୋଲିଦେଲେ ଏହା ୭.୩ ଇଞ୍ଚର ଟ୍ୟାବ୍‌ଲେଟ୍‌ ହୋଇଯାଏ। କମ୍ପାନୀ ଅନୁଯାୟୀ ଏହି ଫୋନ୍‌ ଏପ୍ରିଲ ୨୬ ସୁଧା ବଜାରରେ ଉପଲବ୍ଧ ହେବ। ତେବେ ଏହି ଫୋନ୍‌ର ମୂଲ୍ୟ ୧,୯୮୦ ଡଲାର, ଅର୍ଥାତ୍ ୧ଲକ୍ଷ ୪୦ ହଜାର ୮୬୭ଟଙ୍କାରୁ ଆରମ୍ଭ ହେବ। ଟ୍ୱିଟର୍‌ରେ ଏହି ଫୋନକୁ ବେଶ୍ ପସନ୍ଦ କରାଯାଉଛି। ଜଣେ ୟୁଜରଙ୍କୁ ଏହି ଫୋନ୍‌ ଏତେ ଭଲ ଲାଗିଲା ଯେ ସେ ଲେଖିଛନ୍ତି, ‘ମୁଁ ଏଥିପାଇଁ ଆଉ ଅପେକ୍ଷା କରିପାରିବି ନାହିଁ। ଏହାକୁ କିଣିବାକୁ ମୁଁ ମୋ ଜମି ପର୍ଯ୍ୟନ୍ତ ବିକ୍ରି କରିଦେବି।’

Related story