ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ଜାରି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ପେଟ୍ରୋଲିୟମ ପ୍ଲାନିଂ ଓ ବିଶ୍ଳେଷଣ ସେଲ୍ ପକ୍ଷରୁ କରାଯାଇଥିବା ସଦ୍ୟତମ ମୂଲ୍ୟାୟନ ଅନୁସାରେ ମେ’୧୯ ତାରିଖ ଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟୋଲିୟମର ବ୍ୟାରେଲ ପିଛା ଦର ୬୩.୦୧ ଡ଼ଲାର ଥିବା ବେଳେ ୨୦ତାରିଖରେ ତାହା ୬୨.୬୫ ଖସିଛି। ଭାରତୀୟ ମୁଦ୍ରାରେ ବ୍ୟାରେଲ ପିଛା ଦର ୧୯ ତାରିଖ ଦିନ ୪୦୧୩.୧୧ ଟଙ୍କା ଥିବାବେଳେ […]

petrol

Rakesh Mallick
  • Published: Thursday, 21 May 2015
  • , Updated: 21 May 2015, 09:31 AM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ପେଟ୍ରୋଲିୟମ ପ୍ଲାନିଂ ଓ ବିଶ୍ଳେଷଣ ସେଲ୍ ପକ୍ଷରୁ କରାଯାଇଥିବା ସଦ୍ୟତମ ମୂଲ୍ୟାୟନ ଅନୁସାରେ ମେ’୧୯ ତାରିଖ ଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟୋଲିୟମର ବ୍ୟାରେଲ ପିଛା ଦର ୬୩.୦୧ ଡ଼ଲାର ଥିବା ବେଳେ ୨୦ତାରିଖରେ ତାହା ୬୨.୬୫ ଖସିଛି। ଭାରତୀୟ ମୁଦ୍ରାରେ ବ୍ୟାରେଲ ପିଛା ଦର ୧୯ ତାରିଖ ଦିନ ୪୦୧୩.୧୧ ଟଙ୍କା ଥିବାବେଳେ ୨୦ ତାରିଖରେ ତାହା ୪୦୦୧.୪୬ ଟଙ୍କାକୁ ହ୍ରାସ ପାଇଛି। ସେହିଭଳି ଆମେରିକୀୟ ଡ଼ଲାର ତୁଳନାରେ ଭାରତୀୟ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ପାଇଛି। ମେ’୧୯ ତାରିଖରେ ପ୍ରତି ଆମେରିକୀୟ ଡ଼ଲାରର ବିନିମୟ ମୂଲ୍ୟ ୬୩.୬୯ ଟଙ୍କା ଥିବା ବେଳେ ୨୦ ତାରିଖରେ ତାହା ୬୩.୮୭ ଟଙ୍କାକୁ ବୃଦ୍ଧି ପାଇଛି।

Related story